ଶାଣିତ ହେଲା ବିଦ୍ୟୁତ ଶ୍ରମିକ/କର୍ମଚାରୀ ଆନ୍ଦୋଳନ I ରାଜ୍ୟର ପ୍ରତିଷ୍ଠିତ ବିଦ୍ୟୁତ ଶ୍ରମିକ/କର୍ମଚାରୀ ଏକତା ମଞ୍ଚ PDFEA ର ଦାବିକୁ ସମର୍ଥନ ଜଣାଇ ସହଯୋଗର ହାତ ବଢ଼ାଇଲା. ଆସନ୍ତା ୧୮/୦୩/୨୦୨୧ ଦନା TPCODL ଅଫିସ ସମ୍ମୁଖରେ ଧାରଣାରେ ବସିବେ ସମସ୍ତ ବିଦ୍ୟୁତ ଶ୍ରମିକ/କର୍ମଚାରୀ I

0

ଭୁବନେଶ୍ୱର : ରାଜ୍ୟସରକାର ଓ OERC ର ମିଳିତ ସହଯୋଗରେ ଘରୋଇ କମ୍ପାନୀ TATA POWER କୁ CESU ର ୫୧% ଅଂଶଧନକୁ ବିକ୍ରି କରି ନିଜର ଦାୟିତ୍ୱ ତୁଟାଇ ଦେଇ TPCODL କୁ ମାଲିକାନା ହସ୍ତାନ୍ତର କରାଗଲା I ଏହି ମାଲିକାନା ହସ୍ତାନ୍ତର କରିବା ସମୟରେ ବିଦ୍ୟୁତ ଶ୍ରମିକ/କର୍ମଚାରୀ ଏକତା ମଞ୍ଚତରଫରୁ ଶ୍ରମିକ ନେତା ତଥା ଉପଭୋକ୍ତା ମହାସଂଘର ସଭାପତି ରମେଶ ଶତପଥୀ, ଓଡିଶା ଇଲେକ୍ଟ୍ରିସିଟି ଏମ୍ପ୍ଲୋଇଜ ଫେଡେରେସନର ସାଧାରଣ ସମ୍ପାଦକ ଯତୀନ୍ଦ୍ର କୁମାର ରାୟ, ନିଖିଳ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ,ସଭାପତି ପ୍ରଶାନ୍ତ ମହାପାତ୍ର ଓ ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘର ସାଧାରଣ ସମ୍ପାଦକ ଲଳିତ ପଟ୍ଟନାୟକ ପ୍ରମୁଖ ଏହାର ଦୃଢ଼ ବିରୋଧ କରିଥିଲେ I କାରଣ CESU ଅଧୀନରେ ବିଭିନ୍ନ AGENCY ତଥା FRANCHISES ରେ କାର୍ଯ୍ୟ କରୁଥିବା ୭୬୮୦ ଜଣ କର୍ମଚାରୀଙ୍କୁ ରାଜ୍ୟସରକାର ବା OERC ଟାଟା କମ୍ପାନୀକୁ ହସ୍ତାନ୍ତର ନକରିବା ଏବଂ ସେମାନଙ୍କ ଚାକିରୀ ବିଷୟରେ ଚିନ୍ତା ନକରି ଏକତରଫା ଯେପରି ଭାବେ ହସ୍ତାନ୍ତର କଲେ ସେଥିରେ ୭୬୮୦ ଜଣ କର୍ମଚାରୀ ବର୍ତ୍ତମାନ ଭୁବନେଶ୍ୱରର ରାଜରାସ୍ତାରେ ବସିଛନ୍ତି I ସେମାନଙ୍କ ମଧ୍ୟରେ ୫୦୦ ଇଞ୍ଜିନିୟର ଥିବାବେଳେ ୭୦୦୦ ରୁ ଅଧିକ କର୍ମଚାରୀ ଅଛନ୍ତି I ଗତ ୨୩/୧୧/୨୦୨୦ ତାରିଖରୁ ଆଜିପର୍ଯ୍ୟନ୍ତ ଦୀର୍ଘ ୧୦୮ ଦିନ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଲା ପରେ ମଧ୍ୟ ସେମାନଙ୍କ ଯଥାର୍ଥ ଦାବି ଉପରେ କୌଣସି ଆଲୋଚନା TATA କମ୍ପାନୀ(TPCODL) ,ରାଜ୍ୟସରକାର କିମ୍ବା OERC ନକରିବା ଫଳରେ ବାଧ୍ୟ ହୋଇ ବିଦ୍ୟୁତ ଶ୍ରମିକ/କର୍ମଚାରୀ ଏକତା ମଞ୍ଚ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗତ -୧୧/୦୩/୨୦୨୧ ଦିନ ବସି ନିଷ୍ପତି ଗ୍ରହଣ କଲେଯେ ଧାରଣାରତ PDFEA ର ଯୁକ୍ତିଯୁକ୍ତ ଦାବିକୁ ଏକତା ମଞ୍ଚ ଗ୍ରହଣ କରିବ ଓ ତାଙ୍କ ଆନ୍ଦୋଳନରେ ସାମିଲ ହେବ I ଏହି ମର୍ମରେ ଏକ ନୋଟିସ ବିଧିବଦ୍ଧ ଭାବରେ TPCODL CEO ଙ୍କ ସମେତ ରାଜ୍ୟସରକାରଙ୍କର ଶକ୍ତି ବିଭାଗ ସଚିବ,ଶ୍ରମ ବିଭାଗ ସଚିବ,ଶକ୍ତି ମନ୍ତ୍ରୀ,ପୋଲିସ କମିଶନଙ୍କୁ ଜଣାଇ ଦିଆଯାଇଛି I ଆସନ୍ତା ୧୮ ତାରିଖ ମଧ୍ୟରେ ଏହି ସମସ୍ୟାର ସ୍ଥାୟୀ ସମାଧାନ କରି ବହିସ୍କୃତ ହୋଇଥିବା ଇଞ୍ଜିନିୟର,କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି ଦେବାକୁ ଦାବି କରାଯାଇଛି I
ଆଜି ଏହି ସଂକ୍ରାନ୍ତରେ ଏକତା ମଞ୍ଚର ବରିଷ୍ଠ କର୍ମକର୍ତ୍ତା ରମେଶ ଶତପଥୀ ,ଯତୀନ୍ଦ୍ର କୁମାର ରାୟ , ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଭୁବନେଶ୍ୱରର ଲୋୟର ପିଏମଜି ଠାରେ ଆନ୍ଦୋଳନରତ କର୍ମଚାରୀ ମାନଙ୍କୁ ଭେଟି ଏହା ଜଣାଇ ଦେବା ସଂଗେ ସଂଗେ ସେମାନଙ୍କ ଶୋଭାଯାତ୍ରାରେ ମଧ୍ୟ ସାମିଲ ହୋଇଥିଲେ I ଶୋଭାଯାତ୍ରା ଲୋୟର ପିଏମଜି ପର୍ଯ୍ୟନ୍ତ ଯାଇ ଧାରଣାରେ ବସିଥିଲେ I



Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More