ଅଘୋଷିତ ପିସିସି ସଭାପତି ହେଲେ କି ମୋକିମ ?

0

ଭୁବନେଶ୍ୱର : ମହମ୍ମଦ ମୋକିମ କଟକ ବାରବାଟୀର କଂଗ୍ରେସ ବିଧାୟକ I ତାଙ୍କ ନାଁକୁ ନେଇ ଏବେ କଂଗ୍ରେସ ରାଜନୀତି ସରଗରମ I କଟକରୁ ଦିଲ୍ଲୀ ସବୁଠି ମୋକିମଙ୍କ ଚର୍ଚ୍ଚା I ଏହି ଚର୍ଚ୍ଚା ପିସିସି ସଭାପତି ପଦକୁ ନେଇ I ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ମୋକିମଙ୍କ ଦିଲ୍ଲୀ ଗସ୍ତ I ନିକଟରେ ମହମ୍ମଦ ମୋକିମ ଦିଲ୍ଲୀ ଯାଇ ଦଳର ହେବିୱେଟ ନେତାମାନଙ୍କ ସହ ଆଲୋଚନ କରି ଫେରିଛନ୍ତି I ଏହି ଗସ୍ତକୁ ନେଇ ମହମ୍ମଦ ମୋକିମ କହିଛନ୍ତି ଯେ , ମୁଁ ଦିଲ୍ଲୀ ଯାଇ ଦଳର ସାଙ୍ଗଠନିକ ସ୍ଥିତି ଉପରେ ଆଲୋଚନା କରିଛି I ଦଳର ସଙ୍ଗଠନକୁ କିଭଳି ମଜବୁତ କରାଯିବ ସେନେଇ ଦଳୀୟ ହାଇକମଣ୍ଡଙ୍କ ସହ କଥା ହୋଇଛନ୍ତି ମହମ୍ମଦ ମୋକିମ I ମହମ୍ମଦ ମୋକିମଙ୍କ ଏହି କଥାବାର୍ତ୍ତା ଓ ଦିଲ୍ଲୀ ଯିବା ନେଇ ଉଠିଛି କେତେକ ପ୍ରଶ୍ନ I
ପ୍ରଶ୍ନ ନଂ ୧- ନିରଞ୍ଜନ ପିସିସି ସଭାପତି ଥାଉ ଥାଉ ମୋକିମଙ୍କ ସହ ସାଙ୍ଗଠନିକ ସ୍ଥିତି ଉପରେ କାହିଁକି ଆଲୋଚନା କଲେ ହାଇକମାଣ୍ଡ ?
ପ୍ରଶ୍ନ ନଂ ୨- ନିରଞ୍ଜନଙ୍କୁ ବିଦା କରିବା ପାଇଁ ମୋକିମଙ୍କୁ କ୍ଷମତାଶାଳୀ କରୁଛନ୍ତିକି ଦିଲ୍ଲୀ ଶିବିର ?
ଯୁବ ନେତୃତ୍ୱର ନାଁରେ ମୋକିମ ହେବେକି ପରବର୍ତୀ ପିସିସି ସଭାପତି I ନିରଞ୍ଜନଙ୍କ ଇସ୍ତଫାକୁ ଗ୍ରହଣ କରିନେଲେ କି ରାହୁଲ ଓ ସୋନିଆ ? ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନୂଆ ନେତୃତ୍ୱ ପାଇବକି କଂଗ୍ରେସ ?

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More