ବଲାଙ୍ଗିର ଜିଲ୍ଲା ପାଟଣାଗଡର ଇନପୁର ଗ୍ରାମରେ ସାମାନ୍ୟ ବଚସାରୁ ଯୁବକଙ୍କ ଉପରକୁ ଗୁଳିମାଡ କରାଯାଇଛି । ଯୁବକଙ୍କ ପିଠିରେ ୩ଟି ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପଞ୍ଚାୟତ ନିର୍ବାଚନ ହିଂସାଙ୍କୁ କେନ୍ଦ୍ର କରି ଏହି ଗୁଳିମାଡ କରାଯାଇଥିବା ବୋଲି ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।