ପାକିସ୍ତାନରେ ଆରମ୍ଭ ହେଲା ଇମ୍ରାନ ଖାଁଙ୍କ ଖଲିସ୍ତାନୀ ଶାସନ .

0

ନିକଟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ବିଭିନ୍ନ କାର୍ଯ୍ୟକ୍ରମରେ ଓ ତାଙ୍କର କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଲକ୍ଷ କରାଯାଉଛି । ସେ ବର୍ତ୍ତମାନ ଅଧିକ ପରିମାଣରେ ଇସଲାମ ଧର୍ମର ପ୍ରଚାରକ ଭାବେ କାମ କରୁଛନ୍ତି । ଏହା କେବଳ ସମ୍ଭବ ହୋଇଛି ତାଙ୍କର ତୃତୀୟ ପତ୍ନ ଯେ ବର୍ତ୍ତମାନ ତାଙ୍କ ସାଙ୍ଗରେ ଅଛନ୍ତି ଓ ତାଙ୍କୁ ଏଥିପାଇଁ ଅଧିକ ମାତ୍ରାରେ ପ୍ରଭାବିତ କରୁଛନ୍ତି । ନିକଟକରେ ସେ ଆମେରିକାର ରାଷ୍ଟ୍ରପତି ଡ଼ୋନାଲ ଡ଼୍ରାମ୍ପଙ୍କୁ ଭେଟିବା ଅବସରରେ ମାଳିଗଡ଼ଉଥିବା ବିଷୟ ପୃଥିବୀର ସମସ୍ତ ଲୋକ ଦେଖିଛନ୍ତି ଏବଂ ସେ ଆମେରିକାରୁ ଫେରିବା ପରେ ତାଙ୍କର ଗସ୍ତ ସଫଳ ହୋଇଥିବାର ଶ୍ରେୟ ତାଙ୍କ ତୃତୀୟ ପତ୍ନୀଙ୍କୁ ଦେଇଥିଲେ । ନିକଟକରେ ସେ ତାଲିବାନ ଶାସନକୁ ଆପଣାଇବାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପାକିସ୍ତାନର ସ୍କୁଲ ଓ କଲେଜରେ ପଢୁଥିବା ଛୋଟଛୋଟ କୋମଳବତି ଝିଅମାନଙ୍କୁ ଏବେ ବୁରୁଖା ପିନ୍ଧି ସ୍କୁଲ କଲେଜକୁ ଯିବାର ସରକାରୀ ନିର୍ଦ୍ଦେଶ ପ୍ରକାଶ ପାଇଛି । ଇସଲାମ ଧର୍ମ ଛଡ଼ା ଅନ୍ୟ ଧର୍ମର ମହିଳାମାନଙ୍କ ପ୍ରତି ଅକଥନୀୟ ଅତ୍ୟାଚାର କରାଯାଉଥିବା ବିଷୟ ଜାତୀୟ ମାନବଧିକାର କର୍ମୀମାନେ ପ୍ରକାଶ କରିଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଇମ୍ରାନ ଖାଁଙ୍କ ଶାସନ ତାଲିବାନ ଶାସନ ଠାରୁ କୌଣସି ଗୁଣରେ କମ ନୁହେଁ । ଏହା ବିରୋଧରେ ପାକିସ୍ତାନରେ ବିରୋଧର ସ୍ୱର ଆରମ୍ଭ ହେଲାଣୀ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More