ଗତ ୧୧/୦୭/୨୦୨୧ ତାରିଖ ଦିନ ବିଦ୍ୟୁତ ଶ୍ରମିକ କର୍ମଚାରୀ ଏକତା ମଞ୍ଚ ଆନୁକୁଲ୍ୟରେ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇ ଟେକନିକାଲ କର୍ମଚାରୀଙ୍କ ବିଷୟରେ ଆଲୋଚନା ହେବା ସହ OPTCL ଶ୍ରମିକ ମାନଙ୍କ ସର୍ଭିସ୍ ମାନୁଆଲ ଓ ବଦଳି ଉପରେ ଆଲୋଚନା କରାଯାଇଥିଲା ।
ବିଦ୍ୟୁତ ଶ୍ରମିକ କର୍ମଚାରୀ ଏକତା ମଞ୍ଚ ଆନୁକୁଲ୍ୟରେ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇ ଟେକନିକାଲ କର୍ମଚାରୀଙ୍କ ବିଷୟରେ ଆଲୋଚନା ହେବା ସହ OPTCL ଶ୍ରମିକ ମାନଙ୍କ ସର୍ଭିସ୍ ମାନୁଆଲ ଓ ବଦଳି ଉପରେ ଆଲୋଚନା କରାଯାଇଥିଲା । ଏହି ର୍ଭଚୁଆଲ ମିଟିଂରେ TATA POWER ଓଡ଼ିଶାର ୪ଟି ଯାକ ବିଦ୍ୟୁତ ବିତରଣ କମ୍ପାନୀ ଯଥା – TPCODL TPNODL ,TPWDOL & TPSODL ର ମାଲିକାନା ନିଜ ହାତକୁ ନେଲା ପରେ ଶ୍ରମିକ/କର୍ମଚାରୀ ମାନଙ୍କର ନ୍ୟାର୍ଯ୍ୟ ଦାବି ଉପରେ ନିର୍ଦ୍ଧିଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇଫି ର ସର୍ବଭାରତୀୟ ସମ୍ପାଦକ ତଥା ସଧାରଣ ସମ୍ପାଦକ ପ୍ରଣୟ କୁମାର ନାୟକ ପ୍ରସ୍ଥାବ ଉପସ୍ଥାପନ କରିଥିଲେ I ସେ କହିଥିଲେଯେ ଟେକ୍ନିକାଲ କର୍ମଚାରୀ ମାନଙ୍କର ଦରମାରେ ଦେଖା ଦେଇଥିବା ତାରତମ୍ୟରେ ସୁଧାର ଅଣାନଯାଇ OPTCL , OHPC ,TPCODL TPNODL ,TPWDOL & TPSODL ଟେକ୍ନିକାଲ ଶ୍ରମିକ/କର୍ମଚାରୀମାନେ ପ୍ରାରମ୍ଭିକ ଗ୍ରେଡ଼ପେ ୨୮୩୦ ବା ବେଶିକ ପେ ୨୯୨୦୦ ପାଇବାରୁ ବଞ୍ଚିତ ହେବା ଏବଂ ତୁରଂତ ଲାଗୁ କରିବାକୁ ଦାବି କରିଛନ୍ତି I ଏହାସହ OPTCL ମ୍ୟାନେଜମେଣ୍ଟ କର୍ମଚାରୀଙ୍କ ଚାକିରୀ ଗତ ସର୍ତାବଳୀକୁ ଏକତରଫା ଭାବେ ବୋର୍ଡ଼ରେ ପାସ କରିବା ତଥା ଲେବର କମିଶନଙ୍କ ପାଖରେ କନସିଲେସନ ପେଣ୍ଡିଙ୍ଗ ଥିବାବେଳେ ବେନିୟମ ଭାବରେ ଚାକରିରୀ ସର୍ତାବଳୀ ଲାଗୁ କରିବାକୁ ଦୃଢ ବିରୋଧ କରିବା ସହିତ ଆବଶ୍ୟକ ଆଇନ ଗତ ଆଶ୍ରୟ ନେବା ସହିତ ଆଗାମୀ ଦିନରେ OPTCL ମ୍ୟାନେଜମେଣ୍ଟ ବିରୁଦ୍ଧରେ ବ୍ୟାପକ ଶ୍ରମିକ ଆନ୍ଦୋଳନ ପାଇଁ ପ୍ରସ୍ତାବ ଦେଇଥିଲେ I ସେ ପୁନର୍ବାର କହିଥିଲେଯେ କୋଭିଡ ମହାମାରୀ ସମୟରେ ଶ୍ରମିକ ମାନଙ୍କ ନ୍ୟାର୍ଯ୍ୟ ଦାବିକୁ ଉପେକ୍ଷା କରାନଯିବା ଉଚିତ I ଏହି ଭରଚୁଆଲ ମିଟିଂରେ ସଭାପତିତ୍ୱ କରି ଶ୍ରୀ ରଣେଶ ଶତପଥୀ କହିଥିଲେଯେ ଟେକ୍ନିକାଲ କର୍ମଚାରୀଙ୍କ ଦାବି ଯର୍ଥାତ ହୋଇଥିଲେ ମଧ୍ୟ OERC ତଥା OPTCL ମ୍ୟାନେଜମେଣ୍ଟ ଓ DISCOM ମ୍ୟାନେଜମେଣ୍ଟ ଗୁଡିକ ସେମାନଙ୍କ ପ୍ରତି ବୈମାତୃକ ଭାବ ପୋଷଣ କରିଛନ୍ତି I ଏହାର ଦୃଢ ବିରୋଧ ହେବାର ଆବଶ୍ୟକତା ଅଛି I ଏଥିପାଇଁ ସବୁ ବିତରଣ କମ୍ପାନୀର କର୍ମଚାରୀ ମାନଙ୍କର ଏକ ବୈଠକ ଡକା ଯାଇ ତୁରନ୍ତ ପଦକ୍ଷପ ନେବାକୁ ସେ ପ୍ରସ୍ଥାବ ଦେଇଥିଲେ I ଅନ୍ୟମାଙ୍କ ମଧ୍ୟରେ ଏକତା ମଞ୍ଚର ନେତା ଯତୀନ୍ଦ୍ର କୁମାର ରାୟ ପ୍ରସ୍ଥାବ ଦେଇ କହିଥିଲେଯେ ଟେକ୍ନିକାଲ କର୍ମଚାରୀ ମାନଙ୍କର YARDSTICK ତଥା ସର୍ତ୍ତାବଳୀ OPTCL ଏପଯ୍ୟନ୍ତ ସ୍ଥିର କରି ନାହାନ୍ତି I DISCOM ମାନେ ମଧ୍ୟ ଶ୍ରମିକ ମାନଙ୍କର ଚାକିରୀର ସର୍ତ୍ତାବଳୀ ଓ ଗ୍ରେଡ଼ପେ ସଂକ୍ରାନ୍ତରେ କୌଣସି ପଦକ୍ଷପ ନେଇ ନାହାନ୍ତି I DISCOM ମାନଙ୍କ ଏତାଦୃଶ କାର୍ଯ୍ୟରେ ମିଳିତ ଆନ୍ଦୋଳନ ପାଇଁ ସମସ୍ତେ ପ୍ରସ୍ତୁତ ହେବା ଆବଶ୍ୟକତା ଅଛି ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଛନ୍ତି I ଏକତା ମଞ୍ଚର ଅନ୍ୟ ନେତା ଅକ୍ଷୟ କୁମାର ତ୍ରିପାଠୀ ଆଜିର ଭରଚୁଆଲ ମିଟିଂକୁ ସ୍ୱାଗତ ଜଣାଇବା ସହିତ ୪-୫ଟି ଯୁକ୍ତିଯୁକ୍ତ ଯର୍ଥାତ ଦାବି ଉପରେ ମିଳିତ ଆନ୍ଦୋଳନ ପାଇଁ ସମସ୍ତେ ଏକଜୁଟ ହେବାର ସମୟ ଆସିଛି ବୋଲି ପ୍ରକାଶ କରିଥିଲେ I ସେହିପରି ଏକତା ମଞ୍ଚର ନେତା ଲଳିତ ପଟ୍ଟନାୟକ ଗ୍ରେଡ଼ପେ ସହିତ ବିଶେଷକରି ଟେକ୍ନିକାଲ କର୍ମଚାରୀ ମାନଙ୍କ YARDSTICK ସ୍ଥିର କରିବା ପାଇଁ ସେ ଦାବି କରିଥିଲେ ଓ ଆଗାମୀ ଦିନରେ ମିଳିତ ଆନ୍ଦୋଳନ ପାଇଁ ସେ ଆହ୍ୱାନ ଦେଇଥିଲେ I ନେତା ପ୍ରଶାନ୍ତ ମହାପାତ୍ର ତାଙ୍କ ବକ୍ତବ୍ୟରେ ଆଜିର ଭରଚୁଆଲ ମିଟିଂକୁ ଆୟୋଜନ କରିଥିବା କର୍ମକର୍ତ୍ତା ମାନଙ୍କୁ ସାଧୁବାଦ ଜଣାଇବା ସଂଗେ ସଂଗେ କର୍ମଚାରୀ ମାନଙ୍କର ଏହି ଦାବି ଉପରେ ମିଳିତ ଆନ୍ଦୋଳନର ଆବଶ୍ୟକତା ଅଛି ବୋଲି ଜଣାଇଥିଲେ I ଏହି ଭରଚୁଆଲ ମିଟିଂରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଟେକନିକାଲ କର୍ମଚାରୀ ଙ୍କ ନେତୃବୃନ୍ଦ ସାଧାରଣ ସମ୍ପାଦକ, ଉପସଭାପତି, ସମ୍ପାଦକ, ଉପ ସାଧାରଣ ସମ୍ପାଦକ ,ଜୋନାଲ ସମ୍ପାଦକ, ଓପିଟିସିଏଲ କର୍ମଚାରୀଙ୍କ ବିଭିନ୍ନ ନେତୃବୃନ୍ଦ ଯଥାକମେ ସୁଶାନ୍ତ ରାଉତ,ପବିତ୍ର ଖୁଣ୍ଟିଆ, ଦୀପକ ବାରିକ ,ସନ୍ତୋଷ ସାହୁ, ଭବାନୀଶଙ୍କର ସାହୁ, ଜ୍ୟୋତି ପ୍ରକାଶ ବେହେରା, ଚନ୍ଦନ ମହାନ୍ତି ,ସଞ୍ଜୀବ ବେହେରା, ସୁଶାନ୍ତ ରାଉତ, ବିଭୁତି ଭୂଷଣ ମହାନ୍ତି,ସୁନୀଲ ସିଂ,ନାରାୟଣ ସିଂ,ଶ୍ରୀକାନ୍ତ ମହନ୍ତ, ବିଜୟ ପ୍ରଧାନ,ମନୋଜ ପଣ୍ଡା,ପ୍ରଭଞ୍ଜନ ସାହୁ, ସୁରେନ୍ଦ୍ର ସାହୁ,ରଞ୍ଜିତ ଲେଙ୍କା, ପ୍ରତୁଳ ମହାନା, ବିଶ୍ୱରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ଏବଂ ଟେକନିକାଲ କର୍ମଚାରୀ ଙ୍କ ଦରମା ଗତ ସମଶ୍ୟାକୁ ତୁରନ୍ତ ସମାଧାନ,ଓପିଟିସିଏଲର ମନମୁଖୀ ନୂତନ ଚାକିରୀ ସର୍ତ୍ତାବଳୀ ବିରୁଦ୍ଧରେ ଏବଂ ଦଶମ ମଜୁରୀ ନିର୍ଦ୍ଧାରଣ ର ବକେୟା ପ୍ରାପ୍ୟ ତୁରନ୍ତ ପଇଠ ଓ ଅନ୍ୟାନ୍ୟ ବହୁ ସମଶ୍ୟା ,ଆଗାମୀ ଏଗାର ତମ ମଜୁରୀ ନିର୍ଦ୍ଧାରଣ ବିଷୟରେ ଆଲୋକପାତ କରି ଆଗାମୀ ଦିନରେ ଦୃଢ ପଦକ୍ଷେପ ବିଷୟରେ ପ୍ରସ୍ତାବ ଦେବା ସହ ବରିଷ୍ଠ ନେତୃମଣ୍ଡଳୀ ତଥା ସଭାର ଭସଭାପତିଙ୍କ ଦୁଷ୍ଟି ଆକର୍ଷଣ କରିଥିଲେ ।