ସଂସଦରେ ଦୁଷ୍କର୍ମ ତାତି : ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ସାଂସଦଙ୍କ ଦାବି

0

ଭୁବନେଶ୍ୱର : ହାଇଦ୍ରାବାଦର ମହିଳା ପଶୁ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ଜୀବନ୍ତ ପୋଡ଼ି ହତ୍ୟା କରିବା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଛି I ଆଜି ସଂସଦର ଶୀତକାଳୀନ ଅଧିବେଶନରେ ଏହି ପ୍ରସଙ୍ଗ ଉଠିଛି I ରାଜ୍ୟସଭାରେ କଂଗ୍ରେସର ବିରୋଧୀ ଦଳ​‌ ନେତା ଗୁଲାମନବୀ ଆଜାଦ ଏହି ମାମଲା ଉଠାଇବା ସହିତ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ରାଜ୍ୟସଭାର ସଭାପତି ତଥା ଉପରାଷ୍ଟ୍ରପତି ଏମ. ଭୈଙ୍କୟା ନାଇଡୁ କହିଛନ୍ତି ଯେ, ହାଇଦ୍ରାବାଦରେ ଯାହା ହେଲା ତାହା ଆମର ସମାଜ ପାଇଁ ଅପମାନଜନକ । ଦୁଷ୍କର୍ମକାରୀଙ୍କୁ କୌଣସୀ ଦୟା ଦେଖାଇବା ଅନୁଚିତ । ଅନ୍ୟପଟେ ଲୋକସଭାରେ ବାଚସ୍ପତି ମଧ୍ୟ ଏହି ଘଟଣାକୁ ନେଇ ମଧ୍ୟ ଦୁଃଖପ୍ରକାଶ କରିଛନ୍ତି । ରାଜ୍ୟସଭାରେ ଅନ୍ୟପଟେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ହାଇଦ୍ରାବାଦ ମାମଲାରେ କହିଥିଲେ ଯେ, ଏହା ଏଭଳି ଏକ ସମୟ ଯେଉଁଠି ଲୋକମାନେ ଚାହୁଁଛନ୍ତି ସରକାର ଉଚିତ ଏବଂ ନିଶ୍ଚିତ ଜବାବ ଦେବା ଆବଶ୍ୟକ । ଏପରି ରାକ୍ଷସଙ୍କୁ ଜନତାଙ୍କୁ ହସ୍ତାନ୍ତର କରିଦିଅ ଏବଂ ଜନତା ପିଟି ପିଟି ସେମାନଙ୍କୁ ମାରି ଦିଅନ୍ତୁ । ସଂସଦରେ କଂଗ୍ରେସ ସମେତ ଅନେକ ଦଳ ଏହି ପ୍ରସଙ୍ଗ ଉଠାଇଥିଲେ । ସେହିପରି ଏଆଇଏଡିଏମକେ ସାଂସଦ ବିଜିଲା ସତ୍ୟନାଥ କହିଛନ୍ତି, ମହିଳା ଏବଂ ଶିଶୁମାନଙ୍କ ପାଇଁ ଦେଶ ସୁରକ୍ଷିତ ନୁହେଁ । ଏଭଳି ଅପରାଧ କରିଥିବା ୪ ଅଭିଯୁକ୍ତଙ୍କୁ ଆସନ୍ତା ଡିସେମ୍ବର ୩୧ ତାରିଖ ପୂର୍ବରୁ ମୃତ୍ୟୁଦଣ୍ଡ ଦେବା ଉଚିତ । କେବଳ ଆଇନ ତିଆରି କଲେ ଏହି ସମସ୍ୟାର ସମାଧାନ ହେବନାହିଁ । ଏହାକୁ ରୋକିବା ପାଇଁ ଏକାଠି ହୋଇ ଅପରାଧ ବିରୋଧରେ ଛିଡା ହେବାର ଆବଶ୍ୟକତା ରହିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More