ଚର୍ଚାରେ ପପୁ

0

ଏକ ଓଡ଼ିଆ ସିନେମା ମିଷ୍ଟର କହ୍ନେଇଆର ପୋଷ୍ଟରକୁ ନେଇ ଚର୍ଚାକୁ ଆସିଛନ୍ତି ଓଡ଼ିଆ ଲୋକପ୍ରିୟ ହାସ୍ୟାଭିନେତା ପପୁ ପମପମ । ଏହି ସିନେମାର ପୋଷ୍ଟରରେ ୭ଜଣ ନାରୀଙ୍କ ସହ ପପୁଙ୍କୁ ଦେଖିବାକୁ ମିଳିଛି, ଯାହାକୁ ନେଇ ଉଠିଛି ପ୍ରଶ୍ନ । କାରଣ ସେ ୭ଜଣ ନାରୀଙ୍କର ଦେହରେ ବନ୍ଧା ହୋଇଥିବା ଦଉଡ଼ିକୁ ଧରିଛନ୍ତି ପପୁ ଯାହାକି ନାରୀ ଜାତିକୁ ଅପମାନିତ କରୁଛି ବୋଲି ସୋସିଆଲ ମିଡିଆରେ ଫଟୋ ସହ ଲେଖା କରାଯାଇ ଭାଇରଲ କରାଯାଉଛି । ସିନେମା କେବଳ ମନୋରଞ୍ଜନଧର୍ମୀ ନୁହେଁ, ଏଥିରେ ସାମାଜିକ ପ୍ରତିବଦ୍ଧତା ଥିବାରୁ ଏହାକୁ ନେଇ ଅନେକ ପପୁଙ୍କୁ ସମାଲୋଚନା କରିଛନ୍ତି । ଏନେଇ ଅଭିନେତା ପପୁଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More