ପାକିସ୍ତାନ ବାସୀଙ୍କୁ ଚେତାବନୀ : ଫିଲିପାଇନ୍ସ ପରି ଚୀନ ଦଖଲ କରିବ ପାକିସ୍ତାନର ସମସ୍ତ ଗୁରୁତ୍ୱପୂର୍ଣ ବିଭାଗ !

0

ପାକିସ୍ତାନର ଇମ୍ରାନ ଖାଁ ସରକାର ପୃଥିବୀର କୌଣସି ଦେଶରୁ ସାହାଯ୍ୟ ନପାଇବାରୁ ବାଧ୍ୟହୋଇ ଚୀନର ସରଣାପର୍ଣ୍ଣ ହୋଇଛନ୍ତି । ଏପରିକି ଚୀନ ସରକାର ଗୋଟିକ ପରେ ଗୋଟିଏ ନୂଆ ନୂଆ ଯୋଜନା କରି ପାକିସ୍ତାନକୁ ପୁରା କବଜାରେ ରଖି ସାରିଲେଣି । ଫିଲିପାଇନ୍ସ ପରି ପାକିସ୍ତାନର ଅବସ୍ଥା ହେବାକୁ ଯାଉଛି ବୋଲି ବୁଦ୍ଧିଜୀବୀମାନେ ମତପୋଷଣ କଲେ ମଧ୍ୟ ଇମ୍ରାନ ଖାଁ ସରକାର ସେଥିପ୍ରତି କର୍ଣପାତ କରୁନାହାନ୍ତି । ଏନେଇ ପାକିସ୍ତାନର ଗଣାମାଧ୍ୟମମାନେ ପ୍ରଚାର ଓ ପ୍ରସାର କଲେଣି ।

ବର୍ତମାନ ଚୀନ ସରକାର ଫିଲିପାଇନ୍ସର ସମସ୍ତ ବିଦ୍ୟୁତ ଯୋଗାଣକାରୀ କମ୍ପାନୀକୁ ନିଜ ନିୟନ୍ତ୍ରଣକୁ ନେଇ ସାରିବା ଫଳରେ ଯେକୌଣସି ସମୟରେ ଫିଲିପାଇନ୍ସକୁ ଅନ୍ଧକାର କରିଦେଇପାରିବେ ବୋଲି ଏବେ ସେଠାକାର ସଂସଦରେ ସଦସ୍ୟମାନେ ଉଦବେଗ ପ୍ରକାଶ କରିଛନ୍ତି । କେବଳ ସେତିକି ନୁହେଁ ଚୀନ ଫିଲିପାଇନ୍ସର ସବୁ ବିଭାଗ ଉପରେ ନିଜର ସର୍ବଭୌମ୍ୟତା ପ୍ରତିପାଦନ କରିବାକୁ ବସିଲାଣି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More