ପାକିସ୍ତାନୀ ଆତଙ୍କବାଦୀ ବାବର କୁ ଭାରତୀୟ ସୁରକ୍ଷା ବାହିନୀ ଯବାନମାନେ ନିହତ କରିଛନ୍ତି

Lokashakti Bureau

0

ଶ୍ରୀନଗର : ୧୯୧୮ ମସିହାରୁ ଜାମ୍ମୁ-କାଶ୍ମୀରର ସୋଫିଆନ ଓ କୁଲଗାମ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ ଥିବା ଜୈଶ ଇ ମହମ୍ମଦ ଆତଙ୍କବାଦୀ ସଂଗଠନର ବାବର ନାମକ ପାକିସ୍ତାନୀ ଆତଙ୍କବାଦୀ କୁ ଭାରତୀୟ ସୁରକ୍ଷା ବାହିନୀର ଯବାନମାନେ ନିହତ କରିଛନ୍ତି | ଏହି ସଂକ୍ରାନ୍ତରେ ସାମ୍ବାଦିକ ମାନଙ୍କୁ ପ୍ରତିକ୍ରିୟା ପ୍ରକାଶ କରି କାଶ୍ମୀର ଆରକ୍ଷୀ ମହାନିରୀକ୍ଷକ ବିଜୟ କୁମାର ସୂଚନା ଦେଇଛନ୍ତି ଯେ ଏହି ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ ରୋହିତ ଛିବ ସହିଦ ହୋଇଛନ୍ତି | ଜଣାପଡିଛି ଯେ ଗତ କାଲି ବୁଧବାର ସନ୍ଧ୍ୟାରେ କୁଲଗାମର ପରିୱାନ ଅଞ୍ଚଳରେ ସୁରକ୍ଷା ବାହିନୀ ଯବାନ ଓ ଜାମ୍ମୁ-କାଶ୍ମୀର ପୋଲିସର ମିଳିତ ଦଳ ଆତଙ୍କବାଦୀ ବାବରର ପିଛା କରିବା ସମୟରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା | ଏଥିରେ ଜଣେ ପୋଲିସ ସହିଦ ହେବା ସହ ଜଣେ ଆତଙ୍କବାଦୀ ର ମୃତ୍ୟୁ ଘଟିଛି |

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More