ଭୁବନେଶ୍ୱର : ଓଡ଼ିଶା ଦେଶର ଏକ ଅନ୍ୟତମ ରାଜ୍ୟ । ଯେଉଁଠାରେ ଭାଇଚାରାର ସର୍ମ୍ପକ ଦେଖିବାକୁ ମିଳେ । ଏ ରାଜ୍ୟରେ ସବୁ ଧର୍ମାବଲମ୍ବୀ ମଧ୍ୟରେ ଭାଇଚାରର ସର୍ମ୍ପକ ଏତେବେଶୀ ଯେ କେତେକ ସ୍ଥାନରେ ମୁସଲମାନ ସମ୍ପ୍ରଦାୟର ମୁଖିଆ ମାନେ ଜଗନ୍ନାଥଙ୍କର ପୂଜାଅର୍ଜନା କରିବା ସହିତ ତାଙ୍କ ରଥରେ ଛେରାପହରା କରିବାର ପରମ୍ପରା ଆଜି ପର୍ଯ୍ୟନ୍ତ ରହିଆସିଛି । ସେହିପରି କେତେକ ପୀରଙ୍କ ପୀଠରେ ହିନ୍ଦୁମାନେ ମଧ୍ୟ ଚଦର ଚଡ଼ାଇ ମନସ୍କକାମନା ପୂରଣ କରିବାର ନଜର ରହିଛି । ଏଠି ଧର୍ମଧର୍ମ ଭିତରେ ବିଦ୍ୱର୍ଶ ନାହିଁ । ଏହିପରି ଏକ ରାଜ୍ୟରେ ଏହିପରି ଏକ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀମାନଙ୍କୁ ବନ ଦିନରେ ଶୁଭେଚ୍ଛା ଜଣାଇବାକୁ ଯାଇ ପାକିସ୍ତାନର ସେନାମୁଖ ପାତ୍ର ମେଜର ଜେନେରାଲ ଆସିଫ ଘଫୁର ଓଡ଼ିଶାକୁ ଟାର୍ଗେଟ କରି ଖ୍ରୀଷ୍ଟିୟାନ ଧର୍ମାବଲମ୍ବିମାନଙ୍କୁ ଯେପରି ହୂୁୂସକାଉଛନ୍ତି ଏହାକୁ ତିବ୍ରୀ ବିରୋଧ କରିଛନ୍ତି ଓଡ଼ିଶାର ଜନ ସାଧାରଣ । ଓଡ଼ିଶାରେ ନକ୍ସଲ ଆନ୍ଦୋଳନ ନାଁରେ ଆଦିବାସୀ ମାନଙ୍କୁ ନାର୍ଯ୍ୟଦାବି ଦେବା ପାଇଁ ଚଳାଇଥିବା ଆନ୍ଦୋଳନ ନରସହାଂର ଇତ୍ୟାଦି କାର୍ଯ୍ୟରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ବିଫଳ ହେବା ପରେ ବାଧ୍ୟ ହୋଇ ବଡ଼ଧରଣର ଅଘଟଣ ସୃଷ୍ଟି କରି ଧର୍ମଧର୍ମ ମଧ୍ୟରେ ବିଦେଶଭାବ ସୃଷ୍ଟି କରିବାକୁ ଯେଉଁ ପ୍ରୟାସ ଦୀର୍ଘଦିନ ଧରି ଜାରୀ ରଖିଥିଳା ସେଥିରେ ସଫଳ ନହେବାରୁ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଜନ ସାଧାରଣଙ୍କୁ ଉସୁକେଇବା ପାଇଁ ଏବେ ଏହିପରି କାର୍ଯ୍ୟକ୍ରମ ହାତକୁ ନେଇଛି । ଭାଇଚାରର ସର୍ମ୍ପକକୁ ମଜବୁତ କରିବା ସହିତ ବଜାୟ ରଖିବା ପାଇଁ ଓଡ଼ିଶା ଅପଡ଼େଟ ତରଫରୁ ସମସ୍ତ ନିବେଦନ କରାଯାଇଛି ।