ପାକିସ୍ତାନରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା : ଘଟଣାକୁ କୋହଲିଙ୍କ ନିନ୍ଦା

0

ପୁଣିଥରେ ପାକିସ୍ତାନରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ଉପରେ ଅତ୍ୟାଚାର ହୋଇଛି । ପାକିସ୍ତାନର ସିନ୍ଧ ପ୍ରଦେଶରେ ଥିବା ଏକ ମନ୍ଦିରକୁ କିଛି ଅଜଣା ଦୁର୍ବୁତ୍ତ ଭାଙ୍ଗି ଦେଇଥିବା ଖବର ପାକ ଦୈନିକ ଖବରକାଗଜ ‘ଡନ’ରେ ପ୍ରକାଶ ପାଇଛି । ତେବେ ସ୍ଥାନୀୟ ପୋଲିସ ସିସିଟିଭି ଫୁଟେଜ ଆଧାରରେ ଦୁର୍ବୁତାଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଚଳାଇଛି ।

ସେପଟେ ସିନ୍ଧପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ମାନବିକ ଅଧିକାର ପରାମର୍ଶଦାତା ବିରଜୀ କୋହଲି ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସେଠାକାର ହିନ୍ଦୁମାନଙ୍କୁ ନିବେଦନ କରିଛନ୍ତି । ଏଠାରେ ପ୍ରକାଶ ଥାଉକି, ପାକିସ୍ତାନରେ ପ୍ରାୟ ୭୫ ଲକ୍ଷରୁ ଅଧିକ ହିନ୍ଦୁ ସମ୍ପ୍ରଦାୟର ଲୋକ ବସବାସ କରନ୍ତି ତାହା ମଧ୍ୟରୁ ସିନ୍ଧୁ ପ୍ରଦେଶରେ ଅଧିକ ସଂଖ୍ୟକ ହିନ୍ଦୁ ରହିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More