ସାମ୍ନାକୁ ଆସିଲା ପାକିସ୍ତାନର କର୍ତ୍ତାରପୁର କରିଡର ପଛର ଷଡଯନ୍ତ୍ର

0

ଭୁବନେଶ୍ୱର : ଭାରତ ସରକାର ଜାମ୍ମୁ କାଶ୍ମିରରୁ ଧାରା ୩୭୦ ଉଛେଦ କରିବାକୁ ସହଜରେ ହଜମ କରିପାରୁନାହିଁ ପଡୋଶୀ ଦେଶ ପାକିସ୍ତାନ । କାଶ୍ମୀର ସମସ୍ୟାକୁ ଆନ୍ତର୍ଜାତୀୟ କରଣ କରିବା ପାଇଁ ପାକିସ୍ତାନର ଇମ୍ରାନ ଖାଁ ସରକାର ଯେତେ ଚେଷ୍ଟା ପ୍ରଚେଷ୍ଟା କଲେ ମଧ୍ୟ ତାର କୋୖଣସି ସୁଫଳ ମିଳିଲା ନାହିଁ I ଶେଷରେ ହତାଶ ହୋଇ କୁଚକ୍ରାନ୍ତ , ଅସ୍ତ୍ର ବିରତି ଉଲଂଘନ , ପରମାଣୁ ଧମକ ପରି ବିଭିର୍ନ ଅନୈତିକ ମାର୍ଗ ଆପଣେଇଛି ପାକିସ୍ତାନ I ଏହି ପରିପ୍ରେକ୍ଷୀରେ ଆଉ ଏକ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି I ପାକିସ୍ତାନର କର୍ତାରପୁର, ଯେଉଁଠି ଶିଖ୍ ସଂପ୍ରଦାୟର ପ୍ରତ୍ୟେକ ଧର୍ମାବଲମ୍ବୀଙ୍କ ପାଇଁ ଏହା ଅତି ପବିତ୍ର ସ୍ଥାନ । ହେଲେ ଦେଶ ବିଭାଜନ ପରେ ଏଠାରେ ଉପାସନା କରିବାରୁ ବଂଚି ହୋଇ ଆସୁଥିଲେ ଭାରତର ଅଢ଼େଇ କୋଟିରୁ ଅଧିକ ଶିଖ୍ । ତେବେ ନିକଟରେ କର୍ତାରପୁର କରିଡର ଖୋଲିବା ପରେ ସେମାନଙ୍କ ମନରେ ନୂଆ ଉତ୍ସାହ ଖେଳି ଯାଇଥିଲା । କର୍ତ୍ତାରପୁର କରିଡର ପଛରେ କ’ଣ ରହିଛି ଉଦ୍ଦେଶ୍ୟ ତାହା ପ୍ରକାଶ କରିଛନ୍ତି ପାକିସ୍ତାନ ରେଳମନ୍ତ୍ରୀ ଶେଖ୍ ରଶିଦ୍ ଙ୍କ ବୟାନ ପରେ ଉଠିଲା ପ୍ରଶ୍ନ । କର୍ତ୍ତାରପୁର କରିଡର୍ ପଛରେ ରହିଛି ପାକ୍ ସେନା ମୁଖ୍ୟ ଜେନେରାଲ କମର୍ ଜାଭେଦ ବାଜୱାଙ୍କ ବଡ଼ ଷଡ଼ଯନ୍ତ୍ର । ଅନ୍ୟ କେହି ନୁହେଁ, ଏପରି ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନର ରେଳମନ୍ତ୍ରୀ ଶେଖ୍ ରଶିଦ୍ । ସେ କହିଛନ୍ତି, କର୍ତାରପୁର କରିଡର ପାକ୍ ସେନା ମୁଖ୍ୟଙ୍କ ମାନସ ସନ୍ତାନ । ଏହା ସବୁବେଳେ ଭାରତ କ୍ଷତାକ୍ତ କରୁଥିବ ।
କରିଡର ମାଧ୍ୟମରେ ଖଲିସ୍ତାନ ସମର୍ଥକଙ୍କୁ ଭାରତରେ ଅନୁପ୍ରବେଶ କରାଇ ଅସ୍ଥିରତା ସୃଷ୍ଟି କରିବାକୁ ପାକିସ୍ତାନ ଯୋଜନା ରଖିଛି। ତେବେ ପାକିସ୍ତାନର ଏହି ଚକ୍ରାନ୍ତ କେବେ ପୂରଣ ହେବ ନାହିଁ । ଇମ୍ରାନଙ୍କ ପ୍ରତି ସତର୍କ ରହିବାକୁ ଅମରିନ୍ଦର ନିଜର ସହଯୋଗୀ ତଥା ପୂର୍ବତନ ମନ୍ତ୍ରୀ ନବଜୋତ ସିଂହ ସିଧୁଙ୍କୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More