ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟର ଏøତିହାସିକ ରାୟ ପରେ ଭାରତବର୍ଷର ସବୁ ସମ୍ପ୍ରଦାୟର ଲୋକ ଏହାକୁ ଗ୍ରହଣ କରି ଭାଇଚାର ନିଦର୍ଶନ ଦେଇଛନ୍ତି । ହେଲେ ପଡ଼ୋଶୀ ଦେଶ ପାକିସ୍ତାନ ଏଥିରେ ବିବ୍ରତ ହୋଇପଡ଼ିଛି କାହିକିଁ ଜାଣନ୍ତୁ .. ୧

0

୬୧ବର୍ଷ ପରେ ରାମଜନ୍ମ ଭୂମି ଓ ବାବ୍ରିମଦଜିତ ସଂକ୍ରାନ୍ତରେ ହିନ୍ଦୁ ଧର୍ମାଲମ୍ବୀ ଓ ମୁସଲମାନ ଧର୍ମାଲମ୍ବୀ ମଧ୍ୟରେ ଚାଲିଆସିଥିବା ବିବାଦର ସମାଧାନ ଗତ ୯-୧୧-୨୦୧୯ ଦିନ ଶେଷ ହୋଇଛି । ସୁପ୍ରିମକୋର୍ଟର ଏଯତିହାସିକ ରାୟ ପରେ ସବୁ ସମ୍ପ୍ରଦାୟଙ୍କ ମଧ୍ୟରେ ଭାଇଚାରାର ସର୍ମ୍ପକ ଦେଖିବାକୁ ମିଳୁଛି । କେତେକ ବିଭେଦ କାରୀଶକ୍ତି ମୁଣ୍ଡ ଟେକିବାକୁ ଚେଷ୍ଟା କରୁଥିଲେ ମଧ୍ୟ କେହି ତାକୁ ଗ୍ରହଣ କରୁନାହାନ୍ତି । ଏପରିକି ଭାରତରେ ମୁସଲମାନ ମାନଙ୍କର ସବୋଚ୍ଚ ନେତା ହିସାବରେ ନିଜକୁ ବୋଲାଉଥିବା ଓବେସିଙ୍କର କଥାକୁ ମଧ୍ୟ କେହି ଗ୍ରହଣ କରୁନାହାନ୍ତି । ସମସ୍ତେ ମିଳିତ ଭାବରେ ରାମ ମନ୍ଦିର ନିର୍ମାଣରେ ସହଯୋଗର ହାତ ବଢାଇବାକୁ ସିଦ୍ଧା୍ତ ନେଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । ହେଲେ ପଡ଼ୋଶୀ ପାକିସ୍ତାନର ଇମ୍ରାନ ଖାଁ ସରକାର ଏଥିରେ ବିବ୍ରତ ହୋଇପଡ଼ିଛନ୍ତି । ଏପରିକି ପାକିସ୍ତାନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ୯ ତାରିଖ ଦିନ ଭରତପୁର କରିଡ଼ର ଉଦଘାଟନ ଦିନ ଭାରତର ସୁପ୍ରିମକୋର୍ଟ ଏହିପରି ଏକ ରାୟ ପ୍ରକାଶ କରିବା ଉଚିତ ନଥିଲା । ଏହାକୁ ଗଡ଼ାଇ ଦିଆଯାଇପାରିଥାନ୍ତା । ସେ ଜାଣିନାହାନ୍ତି ଯେ ଭାରତର ସୁପ୍ରିମକୋର୍ଟ ଉପରେ କାହା ହସ୍ତକ୍ଷପ କରିବାକୁ ଅଧିକାର ନାହିଁ । ପାକିସ୍ତାନ ସୁପ୍ରିମକୋର୍ଟ ଓ ଭାରତ ସୁପ୍ରିମକୋର୍ଟ ଆକାଶ ପାତାଳ ଫରକ । ପାକିସ୍ତାନର ଗଣମାଧ୍ୟମମାନେ ଯାହା ପ୍ରକାଶ କରୁଛନ୍ତି ସେଥିରେ ଭାରତର ମୁସଲମାନ ସମ୍ପ୍ରଦାୟକୁ ଉସୁକେଇବା ପାଇଁ ସମସ୍ତ କାର୍ଯ୍ୟ କରୁଛନ୍ତି । ସେମାନେ କହିବା କଥା ଏହା ଦ୍ୱାରା ମୁସଲମାନମାନେ ଭାରତରେ ହିନ୍ଦୁମାନଙ୍କ ଅଧିନରେ ରହିବେ । ବିଜେପି ଓ ଆରଏସଏସ ଯାହା ଚାହୁଥିଲା ତାହାହିଁ ସୁପ୍ରିମକୋର୍ଟ ଜରିଆରେ ପ୍ରକାଶ ପାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More