OUAT ରେ 5-T ସଚିବ

0

ଭୁବନେଶ୍ୱର : ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟକୁ(OUAT) ଅଚାନକ ଗସ୍ତ କରିଛନ୍ତି 5-T ସଚିବ ଭି. କାର୍ତିକେୟାନ ପାଣ୍ଡିଆନ୍ । ପ୍ରାତଃ ଭ୍ରମଣରେ ଯିବା ସମୟରେ ପହଂଚି ଯାଇଥିଲେ 5-T ସଚିବ । ଓୟୁଏଟି ଭିତରେ ବୁଲିବା ପରେ ଭିତିଭୂମୀର ବିକାଶ ନେଇ ଅଧିକାରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଫାଇଭ-ଟି ସଚିବ । ଏହାସହ ଓୟୁଏଟି ପରିସରରେ ଥିବା ହଷ୍ଟେଲ ଓ ମେସ ବ୍ୟବସ୍ଥାର ମଧ୍ୟ ତଦାରଖ କରିଛନ୍ତି । ସକାଳୁ ସକାଳୁ ଓୟୁଏଟି ପ୍ରାଙ୍ଗଣରେ ପହଁଚି ଛାତ୍ରାବାସ ଏବଂ ମେସ୍ ସୁବିଧା ଉପରେ ନିରୀକ୍ଷଣ କରିବା ସହ ବିଶ୍ୱବିଦ୍ୟାଳୟ ସମ୍ବନ୍ଧରେ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More