ଓଡିଶା ରାଜ୍ୟ ବିଦ୍ୟୁତ ବୋର୍ଡ ଶ୍ରମିକ ମହାସଂଘର ୪୭ ତମ ବାର୍ଷିକ ଅଧିବେଶନ ଗତକାଲି ୧୩/୦୨/୨୦୨୧ ଦିନ ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ, ହିଲ ପାଟଣା ବ୍ରହ୍ମପୁର ଠାରେ ରମେଶ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି I

0

ଗତକାଲି ୧୩/୦୨/୨୦୨୧ ଦିନ ବ୍ରହ୍ମପୁରର ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ, ହିଲ ପାଟଣା ଠାରେ ଓଡିଶା ରାଜ୍ୟ ବିଦ୍ୟୁତ ବୋର୍ଡ ଶ୍ରମିକ ମହାସଂଘର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି I ଏହି ଅଧିବେଶନରେ ଲିଙ୍ଗରାଜ ‘ଲ’ କଲେଜର ବ୍ରହ୍ମପୁରର ପ୍ରିନ୍ସିପାଲ ଡାକ୍ତର ଏନ.ସି ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ I କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଆସୋସିଏସନ ଓଡିଶାର ସଭାପତି ଶ୍ରୀଯୁକ୍ତ ରବି ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ I ଅନ୍ୟମାନଙ୍କ ମଧ୍ୟରେ ସାଉଥକୋ ଇଞ୍ଜିନିୟର ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀ ପ୍ରଭାତ କୁମାର କର ଓ ସାଉଥକୋ ଏକତା ମଞ୍ଚର ଆବାହକ ବିନୋଦ ବିହାରୀ ନାୟକ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ I ସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସଭାପତି ରମେଶ ଶତପଥୀଙ୍କ ଦ୍ୱାରା ପତାକା ଉତୋଳନ କରାଯାଇଥିଲା I ତାପରେ ଓଡ଼ିଶାର ଜାତୀୟ ସଂଗୀତ ଗାନ କରିବାପରେ ବିଧିବଧ ଭାବରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା I ମୁଖ୍ୟ ବକ୍ତା ଓ ମୁଖ୍ୟ ଅତିଥି ମିଳିତ ଭାବରେ ପ୍ରଦୀପ ପ୍ରଜ୍ଵଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ I ମହାସଂଘର ସାଧାରଣ ସମ୍ପାଦକ ଜଗନ୍ନାଥ ମହାରଣା ବାର୍ଷିକ ବିବରଣୀ ପାଠକରି ୧୯୬୪ ମସିହାରୁ ଆରମ୍ଭ ହୋଇଥିବା ରାଜ୍ୟ ବିଦ୍ୟୁତ ବୋର୍ଡର ବର୍ତ୍ତମାନର ସ୍ଥିତି ଉପରେ ଆଲୋକପାତ କରି କହିଥିଲେଯେ ରାଜ୍ୟରେ ବିଦ୍ୟୁତ ବୋର୍ଡକୁ ଭାଙ୍ଗି ରାଜ୍ୟ ସରକାର ୧୯୯୫ ମସିହାରୁ ଆରମ୍ଭ କରିଥିବା ସଂସ୍କାର ଦ୍ୱାରା ରାଜ୍ୟର ବିଦ୍ୟୁତ ଶ୍ରମିକ ମାନଙ୍କର କୌଣସି ଉନ୍ନତି ସମ୍ଭବ ହୋଇ ପାରିଲା ନାହିଁ I ୧୯୯୯ ମସିହାରେ ରାଜ୍ୟସରକାର ଘରୋଇ କମ୍ପାନୀ ହାତକୁ ବିଦ୍ୟୁତ ବିତରଣ ବ୍ୟବସ୍ଥା ଟେକିଦେଲା ଫଳରେ ବିଦ୍ୟୁତ ବିଭାଗରେ ଶ୍ରମିକଙ୍କ ସଂଖ୍ୟା କମିବାରେ ଲାଗିଲା I ୧୯୯୯ ମସିହାରେ ରାଜ୍ୟରେ ୧୪ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଥିବାବେଳେ ୨୮ ହଜାର ରେଗୁଲାର କର୍ମଚାରୀ ସେମାଙ୍କୁ ସେବା ଯୋଗାଇ ଦେବା ପାଇଁ ନିଯୁକ୍ତି ପାଇଥିଲେ ଓ ଉପଯୁକ୍ତ ସେବା ମଧ୍ୟ ମିଳୁ ଥିଲା I ହେଲେ ବର୍ତ୍ତମାନ ରାଜ୍ୟରେ ବିଦ୍ୟୁତ ଗ୍ରାହକଙ୍କ ସଂଖ୍ୟା ୯୦ ଲକ୍ଷରେ ପହଂଚିଥିବାବେଳେ କେବଳ ୧୦ ହଜାର ରେଗୁଲାର ଶ୍ରମିକ ବିଭିନ୍ନ ବିତରଣ କମ୍ପାନୀରେ କାର୍ଯ୍ୟ କରୁଛନ୍ତି I ଅନ୍ୟାନ୍ୟ ୨୩ ହାଜର ବିଭିନ୍ନ ଶ୍ରେଣୀର ଶ୍ରମିକ/କର୍ମଚାରୀ ଓ ଇଞ୍ଜିନିୟର ବର୍ତ୍ତମାନ ଆଉଟସୋର୍ସ କର୍ମଚାରୀ ହିସାବରେ କାର୍ଯ୍ୟ କରୁଛନ୍ତି I OERC କର୍ତ୍ତୃପକ୍ଷ ତଥା ରାଜ୍ୟସରକାର ଜାଣିଶୁଣି ଏହି ଆଉଟସୋର୍ସ କର୍ମଚାରୀ ମାନଙ୍କୁ ବର୍ତମାନର ଘରୋଇ TATA କମ୍ପାନୀ ଯେକି ୪ଟି ଯାକ ବିଦ୍ୟୁତ ବିତରଣ କମ୍ପାନୀର ମାଲିକାନା ନେଇଛି ସେହି କର୍ମଚାରୀ ମାନଙ୍କୁ ତାଙ୍କ Vesting Order ରେ ହସ୍ତାନ୍ତର କରିନାହାନ୍ତି I ସେମାନଙ୍କ ଭବିଷ୍ୟତ ବର୍ତ୍ତମାନ ଅନ୍ଧକାର ମୟ ହୋଇଛି I ଏବିଷୟରେ ମହାସଂଘର ସଭାପତି ଶ୍ରୀ ରମେଶ ଶତପଥୀ OERC ନିକଟରେ ଦୃଢ ଦାବି ଉପସ୍ଥାପନ କରି କହିଛନ୍ତିଯେ ୧୯୯୫ ମସିହାରେ ଯେତେବେଳେ ପ୍ରଥମେ ଘରୋଇକରଣ ହେଲା ସତେବେଳେ GRIDCO ଅଧୀନରେ ଥିବା ୪୯୯୯ ଜଣ NMR ଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇ ଘରୋଇ କମ୍ପାନୀକୁ ହସ୍ତାନ୍ତର କରାଯାଇଥିଲା I ଆଜିର ଏହି ସମସ୍ୟା ଉପରେ ମିଳିତ ଭାବରେ ସଂଗ୍ରାମ ହେବାର ଆବଶ୍ୟକତା ଆସିଛି I ରାଜ୍ୟସ୍ଥରୀୟ ଏକତା ମଞ୍ଚର କର୍ମକର୍ତ୍ତାମାନେ ମିଳିତ ହୋଇ ଏହାକୁ ମୁଖ୍ୟ ଦାବି ହିସାବରେ ଗ୍ରହଣ କରିବା ଉଚିତ I ଏହାସହିତ ଶ୍ରମିକ କର୍ମଚାରୀ ମାନଙ୍କର ୧୦% ଅଂଶଧନକୁ ରାଜ୍ୟସରକାର ତୁରନ୍ତ Employees Trust Fund ପାଇଁ ଉଦ୍ଧିଷ୍ଟ ରଖିବା ଉଚିତ I ୧/୦୪/୨୦୨୦ ରୁ ହେବାକୁ ଥିବା ଦରମା ପୁନଃନିର୍ଦ୍ଧାରଣ ଦାବି ଉପସ୍ଥାପନ କରିବା ପୂର୍ବରୁ ଶ୍ରମିକ ସଂଗଠନ ମାନେ ଆନାମଲି ଗୁଡିକର ତୁରନ୍ତ ସମାଧାନ କରିବାକୁ ମୁଁ ଦାବି କରୁଛି I ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ପଟ୍ଟନାୟକ ଓ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରଥ ଶ୍ରମିକ/କର୍ମଚାରୀ ମାଙ୍କର ନ୍ୟାର୍ଯ୍ୟ ଦାବିକୁ ପୁରାଣ କରିବା କ୍ଷେତ୍ରରେ ରାଜ୍ୟସରକାର ଆଗେଇ ଆସିବା ଉଚିତ ବୋଲି ମତ ପ୍ରକାଶ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ପରାମର୍ଶ ଦାତା ଶ୍ରୀ ଦୟାନିଧି ସାମଲ , ଉପସଭାପତି ଶ୍ରୀ ଗିରିଶ ଦାସ , ଶ୍ରୀ ହେମନ୍ତ ଦାସ ତାଙ୍କର ବକ୍ତବ୍ୟରେ ଆଗାମୀ ଦିନରେ ଏକତା ମଞ୍ଚର ମିଳିତ ସଂଗ୍ରାମକୁ ସ୍ୱାଗତ କରିବା ସହିତ ସାଧାରଣ ସମ୍ପାଦକଙ୍କର ବକ୍ତବ୍ୟକୁ ସମର୍ଥନ ଜଣାଇଥିଲେ I ସମ୍ମାନୀୟ ଅତିଥି ଶ୍ରୀ କର ଓ ଶ୍ରୀ ନାୟକ ସାଉଥକୋରେ ପୂର୍ବ ଘରୋଇକରଣରେ ଯେଉଁ କ୍ଷତି ହୋଇଥିଲା ତାଉପରେ ବିଧିବଧ ତଦନ୍ତ ହେବାର ଆବଶ୍ୟକତା ଅଛି ବୋଲି ମତ ପ୍ରକାଶ କରିଥିଲେ I ନୂତନ ଭାବରେ TATA କମ୍ପାନୀ ବିଦ୍ୟୁତ ଉପଭୋକ୍ତା ଓ ବିଦ୍ୟୁତ ଶ୍ରମିକଙ୍କ ମୁଣ୍ଡ ଉପରେ ବୋଝ ନହେଉ ତାହା ଉପସ୍ଥାପନ କରିବା ସହିତ ସବୁ କର୍ମଚାରୀ ମାଙ୍କର ଚାକିରିର ସର୍ତାବଳୀ ପୂର୍ବ ପରି ରହିବା ପାଇଁ ଓ ଆଉଟସୋର୍ସର ଥିବା ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଦାବି ଜଣାଇଥିଲେ I ଅନ୍ୟମାନଙ୍କ ମଧ୍ୟରେ ରେଙ୍ଗାଲି ପାୱାର ପ୍ରୋଜେକ୍ଟ ଏମ୍ପ୍ଲୋଇଜ ୟୁନିଅନର ସାଧାରଣ ସମ୍ପାଦକ ବୀରେସ ପତି, ହୀରା ଜଳ ବିଦ୍ୟୁତ ଉତ୍ପାଦନ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ କମଳେସ ତ୍ରିପାଠୀ ,OSEB ଏମ୍ପ୍ଲୋଇଜ ୟୁନିଅନ ବାଲିମେଳା ର ସଭାପତି କାଶୀନାଥ ମଲିକଙ୍କ ସମେତ ବିଭିନ୍ନ ଡିଭିଜନରୁ ଆସିଥିବା ଡ଼ିଭିଜନାଲ ସମ୍ପାଦକମାନେ ସେମାନଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ I ସଭାପତି ତାଙ୍କ ଅଭିଭାଷଣରେ କହିଥିଲେଯେ , ରାଜ୍ୟର ବିଦ୍ୟୁତ ବ୍ୟବସ୍ଥା ଉପରେ ୧୯୯୫ ମସିହାରୁ ଆଜିପର୍ଯ୍ୟନ୍ତ ମୁଁ ଜଡିତ ରହିଥିଲେ ମଧ୍ୟ ଯାହା ଦେଖାଯାଉଛି ରାଜ୍ୟସରକାର ପ୍ରତେକ୍ଷ ଭାବରେ ବିଦ୍ୟୁତ ବ୍ୟବସ୍ଥାରେ ହସ୍ତାକ୍ଷପ କରି ଦକ୍ଷ ଲୋକଙ୍କ ଦ୍ୱାରା ପରିଚାଳନା ନକଲେ କୋୖଣସି ଘରୋଇ କମ୍ପାନୀ ଏହାର ଉନ୍ନତି କରିପାରିବେ ନାହିଁ I ବିଦ୍ୟୁତ ବିତରଣ କ୍ଷେତ୍ରରେ ଯେତେଗୁଡ଼ିଏ ଅବ୍ୟବସ୍ଥା ହେଉଛି ସେଥିପାଇଁ ରାଜ୍ୟସରକାର ପ୍ରତେକ୍ଷ ଭାବରେ ଦାୟୀ I ବିଦ୍ୟୁତ ବିତରଣ କମ୍ପାନୀ ଗୁଡିକର କ୍ଷତି ପାଇଁ ବିଦ୍ୟୁତ ଗ୍ରାହକ ମାନଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡ଼ିବାରୁ ଆମେ ଦୃଢ ବିରୋଧ କରିବୁ I ଦୀର୍ଘ ଦିନ ଧରି ବିଦ୍ୟୁତ ବିତରଣ କମ୍ପାନୀର ଅପାରଗତା ଅର୍ଥ ରାଜ୍ୟସରକାରଙ୍କର ଅପାରଗତା I ଦୀର୍ଘ ୨୦ ବର୍ଷ ଧରି ରାଜ୍ୟସରକାରଙ୍କର ବରିଷ୍ଠ ଅଫିସରମାନେ ବିତରଣ କମ୍ପାନୀର ମୁଖ୍ୟ ହୋଇ ରହିଥିଲେ I ଘରୋଇ କମ୍ପାନୀ ମାନଙ୍କ ଅପାରଗତା ପାଇଁ ସେମାନେ ମଧ୍ୟ ଦାୟୀ I ନିଜର ତ୍ରୁଟିକୁ ଘୋଡାଇବା ପାଇଁ ପୁନର୍ବାର ଘରୋଇକରଣ ହୋଇଛି I ଗତ ୨୦ ବର୍ଷ ଧରି ବିଦ୍ୟୁତ ଦୁର୍ଘଟଣାରେ ହଜାର ହଜାର ଲୋକ ମୁର୍ତ୍ୟୁ ବରଣ କରିଥିବାବେଳେ ଗୃହପାଳିତପଶୁ ମାନେ ମଧ୍ୟ ମୃତ୍ୟ ବରଣ କରିଛନ୍ତି I ସେମାନଙ୍କୁ କୌଣସି କମ୍ପନସେସନ ଦିଆଯାଇ ନାହିଁ I ସେହିପରି ବିଦ୍ୟୁତ ବିତରଣ କ୍ଷେତ୍ରରେ ବିଦ୍ୟୁତ ଗ୍ରାହକ ଓ ବିତରଣ କମ୍ପାନୀ ମଧ୍ୟରେ ମୁଖ୍ୟ କାର୍ଯ୍ୟ ହେଲା ରେଗୁଲାର ଓ ନିୟମିତ ବିଦ୍ୟୁତ ବିଲ ବିଦ୍ୟୁତ ଗ୍ରାହକଙ୍କୁ ଦେବା ଓ ସେମାନଙ୍କୁ ଠାରୁ ଅର୍ଥ ଆଦାୟ କରିବା I ଏହି କାର୍ଯ୍ୟରେ ନିଯୁକ୍ତି ପାଇଥିବା ଶ୍ରମିକ/କର୍ମଚାରୀ ମାନଙ୍କ ପ୍ରତି ହେଉଥିବା ଅବହେଳାକୁ ଶ୍ରମିକ ମହାସଂଘ ବରଦାସ୍ତ କରିବା ନାହିଁ , ଆପୋଷ ଆଲୋଚନ ମାଧ୍ୟମରେ ଏହାର ସମାଧାନ ନହେଲେ ଆଗାମୀ ଦିନରେ ବଡ ଧରଣର ଶ୍ରମିକ ଆନ୍ଦୋଳନଯେ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ I ଶ୍ରମିକ ମାନଙ୍କ ସେବା କାର୍ଯ୍ୟରେ ତଥା ସମାଜ ସେବା କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ଦେଇଥବା ଶ୍ରମିକ/କର୍ମଚାରୀ ନେତା ମାନଙ୍କୁ ସଭାରେ ପୁଷ୍ପ ଗୁଚ୍ଛ , ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବୋଧିତ କରାଯାଇଥିଲା I


Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More