ପିଆଜ ବିକିବେ ସରକାର : ଖୋଲିବ ମୈତ୍ରୀ ଦୋକାନ

0

ଭୁୂବନେଶ୍ୱର : କାର୍ତ୍ତିକାରେ ପିଆଜ ଦର ଆକାଶ ଛୁଆ । ଏବେ ପିଆଜି କାଟିଲେ ନୁହେଁ, କିଣିଲେ ଲୋକଙ୍କ ଆଖିରେ ଝରୁଛି ଲୁହ । ପିଆଜ ଦର ଆକାଶ ଛୁଆଁ ହୋଇଥିବା ବେଳେ ଅସାଧୁ ମହଜୁଦକାରୀଙ୍କ ବିରୁଦ୍ଧରେ ଦୃଢ଼ କାର‌୍ୟ୍ୟା ନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ ଆଜି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଗ୍ରାହକଙ୍କ ସୁବିଧା ପାଇଁ ସରକାରୀ ସୁଲଭ ଦୋକାନ ଓ ମୈତ୍ରୀ ଆଉଟଲେଟରେ ପିଆଜ ଉପଲବ୍ଧ କରାଇବା ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ଜ୍ୟୋତି କୁମାର ଲାକ୍ରା ଆଜି ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି କହିଛନ୍ତି ଯେ, ପିଆଜ ଦର ଏବେ ରାଜ୍ୟ ବିଭିନ୍ନ ଭାଗରେ କ୍ୱିଣ୍ଟାଲ ପିଛା ୫୨୦୦ ରୁ ୭୦୦୦ ଟଙ୍କା ରହିଛି । ବ୍ୟବସାୟୀଙ୍କ ସହ ଆଲୋଚନା ପରେ ଜଣାପଡ଼ିଛି ଯେ, ଅକ୍ଟୋବର ଓ ନଭେମ୍ବର ମାସରେ ପ୍ରବଳ ବର୍ଷା ଯୋଗୁ ଖରିଫ ଫସଲ ବ୍ୟାପକ କ୍ଷତି ହୋଇଛି। ତା’ଛଡ଼ା ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ସମେତ ଦକ୍ଷିଣ ଭାରତୀୟ ରାଜ୍ୟରେ ଆଗୁଆ ଆସୁଥିବା ପିଆଜ ଉତ୍ପାଦନ କ୍ଷତିଗ୍ରସ୍ତ ହୋଇଛି ତଥା ପିଆଜ ବଜାରକୁ ମଧ୍ୟ କମ ଆସୁଛି । ତେଣୁ ସ୍ଥିତି ସ୍ୱାଭାବିକ ହେବା ପର‌୍ୟ୍ୟତନ୍ତ ସ୍ଥାନୀୟ ବଜାରରୁ ପିଆଜ କ୍ରୟ କରି ରାଜ୍ୟର ସରକାରୀ ସୁଲଭ ଦୋକାନ ଓ ମୈତ୍ରୀ ଆଉଟଲେଟଗୁଡ଼ିକରେ ଗ୍ରାହକଙ୍କ ସୁବିଧା ପାଇଁ ବିନା ଲାଭ-କ୍ଷତିରେ ବିକ୍ରି କରିବା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More