ଭୁବନେଶ୍ୱର : ଇଜିପ୍ଟରୁ ଗତକାଲି ପିଆଜ ଆସି ଭୁବନେଶ୍ୱରରେ ପହଁଚିଛି । କୁହାଯାଉଛି ନୂଆବର୍ଷକୁ ପିଆଜ ଚାହିଦା ମେଣ୍ଟାଇବାରେ ଏହା ସହାୟକ ହେବ। ହେଲେ ପିଆଜର ଓଜନକୁ ଦେଖି ସାଧାରଣ ଲୋକ ଚିନ୍ତାରେ । କାରଣ ଗୋଟେ ପିଆଜର ଓଜନ ପାଖାପାଖି ଅଧାକିଲୋ ହେବ। ସାଧାରଣତ ପରିବାରରେ ଏତେ ବଡ଼ ପିଆଜର ଆବଶ୍ୟକତା ନଥାଏ । ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପଦକ ସୁଧାକର ପଣ୍ଡା କହିଛନ୍ତି, “ଏହି ପିଆଜ ଆସିବାରେ ବହୁତ ବିଳମ୍ୱ ହୋଇଗଲା ।
ଏହି ପିଆଜ ସେପ୍ଟେମ୍ୱର ମାସରୁ ଆସିବାର ଥିଲା। ଏବେ ନୂଆ ପିଆଜ ନାସିକ୍ରୁ ଆସିବାରେ ଲାଗିଛି । ତା’ ସହିତ କର୍ଣ୍ଣଡ, ବେଙ୍ଗାଲୁରରୁ ମଧ୍ୟ ପିଆଜ ଆସିଯିବ। ମୁଁ ଆଶା ରଖୁଛି ନୂଆବର୍ଷ ବେଳକୁ ପିଆଜ କିଲୋ ୩୦ରୁ ୪୦ ଟଙ୍କାରେ ବଜାରରେ ଉପଲବ୍ଧ ହୋଇ ପାରିବ।”