ଆଜି ଓଡ଼ିଶାରେ କରୋନାକୁ ବର୍ଷେ ପୁରିଲା

0

ଭୁବନେଶ୍ୱର : ସାରା ବିଶ୍ୱରେ କରୋନା ମହାମାରୀର ପ୍ରକୋପରେ ଭୟାବହ ବାତାବରଣ ସୃଷ୍ଟି ହୋଇଛି I ଗତବର୍ଷ ମାର୍ଚ୍ଚ ୧୫ରେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାରି ଭିତରେ ଆଜି ଓଡ଼ିଶାରେ କରୋନାକୁ ବର୍ଷେ ପୁରିଛି I ଏହି ମହାମାରୀ ଠାରୁ ଦୂରେଇ ରହିବାର ଗୋଟିଏ ମନ୍ତ୍ର ଥିଲା-ସାମାଜିକ ଦୂରତା ରକ୍ଷା କରିବା ଏବଂ ମାସ୍କ ପିନ୍ଧିବା ,ସାନିଟାଇଜର କରିବା I ଜୀବନକୁ ବାଜି ଲଗାଇ ଆଗ ଧାଡ଼ିରେ ଲଢ଼ିଲେ କୋଭିଡ୍‌ ଯୋଦ୍ଧା । ସ୍ୱାସ୍ଥ୍ୟକର୍ମୀ, ପୁଲିସ, ପଞ୍ଚାୟତିରାଜ ଓ ପୌର କର୍ମଚାରୀ ଥିଲେ ସବୁଠୁ ଆଗରେ । ଏ ଯୁଦ୍ଧରେ ଓଡ଼ିଶା କରୋନାକୁ ମାତ୍‌ ଦେଇ ଚାଲିଛି । ନୂଆ ଆଶା ଭରିଛି ଟୀକାକରଣ । କିନ୍ତୁ, ଲଢ଼େଇ ସରିନି । କରୋନା ସମ୍ପୂର୍ଣ୍ଣ ନିପାତ ନ ହେବା ଯାଏଁ କଟକଣା ମାନିବାକୁ ପଡ଼ିବ । ବର୍ତମାନ ରାଜ୍ୟରେ ଦୈନିକ ସଂକ୍ରମଣ ଶହେ ତଳେ ରହିଛି । ତେବେ ମୁଖ୍ୟମନ୍ତ୍ରୀ ଜିରୋ ସଂକ୍ରମଣ ଟାର୍ଗେଟ ଦେଇଥିବାରୁ ଏହାକୁ ନେଇ ତତ୍ପରତା ପ୍ରକାଶ କରିଛି ପ୍ରଶାସନ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More