ଏପ୍ରିଲ ୧ରୁ ଲାଗୁ ହେବ ନୂଆ ଦର…

0

ବଢ଼ିଲା ଓମଫେଡ୍ କ୍ଷୀର ଦର। ୫୦୦ ମିଲି ଲିଟର ଗ୍ରାମ ଅର୍ଥାତ୍‌ ହାଫ୍ ଲିଟର କ୍ଷୀର ପ୍ୟାକେଟ୍ ପିଛା ୨ ଟଙ୍କା ବୃଦ୍ଧି ପାଇଛି। ଏନେଇ ଓମଫେଡ୍ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି। ଦର ବଢ଼ିବା ପରେ ପ୍ରତି ହାଫ୍ ଲିଟର ଟୋନଡ କ୍ଷୀର ୨୧ ଟଙ୍କାରୁ ୨୩ ଟଙ୍କାକୁ ବୃଦ୍ଧି ପାଇଛି।

ପ୍ରିମିୟମ୍ ଓ ଗୋଲ୍ଡ କ୍ଷୀର ୨୪ ଟଙ୍କାରୁ ୨୬ ଟଙ୍କାକୁ ବୃଦ୍ଧି ହୋଇଛି। ଚା’ ସ୍ପେସିଆଲ୍ ୨୩ ଟଙ୍କାରୁ ୨୫ ଟଙ୍କାକୁ ବୃଦ୍ଧି ପାଇଛିା ଏସବୁ ଆସନ୍ତା ୧ ତାରିଖରୁ ଲାଗୁ ହେବ। କୃଷକଙ୍କ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ଯଥା ଗୋଖାଦ୍ୟ ଓ ଗୋଚାରାର ମୂଲ୍ୟ, ଔଷଧ ଏବଂ ଇନ୍ଧନ ମୂଲ୍ୟ ଏବଂ ପ୍ୟାକେଜିଂ ସାମଗ୍ରୀର ମୂଲ୍ୟ ଅହେତୁକ ବୃଦ୍ଧି ଯୋଗୁ ଓମଫେଡ୍‌ ଏହାର କ୍ଷୀର ଦର ବୃଦ୍ଧି କରିଛି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More