ନିମ୍ନମାନର କାର୍ଯ୍ୟପାଇଁ ଦାୟୀଥିବା ସମସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ OERC ନିକଟରେ ଉପଭୋକ୍ତା ମହାସଂଘର ସଭାପତି ରମେଶ ଶତପଥୀଙ୍କ ଦାବି

0

ଭୁବନେଶ୍ୱର : TATA POWER ଦ୍ୱାରା ପରିଚାଳିତ ରାଜ୍ୟର ୪ଟି ବିଦ୍ୟୁତ ବିତରଣ କମ୍ପାନୀ TPCODL,TPNODL,TPWDOL & TPSODL ତରଫରୁ ୨୨୦୦ କୋଟି ଟଙ୍କାର CAPEX ଅନୁମୋଦନ କରିବାକୁ OERC ନିକଟରେ ଆବେଦନ କରାଯାଇଛି I ଏହି ଆବେଦନ ଉପର ଆଜି ହୋଇଥିବା ଜନଶୁଣାଣୀରେ ଉପଭୋକ୍ତାଙ୍କ ତରଫରୁ ଉପଭୋକ୍ତା ମହାସଂଘର ସଭାପତି ରମେଶ ଶତପଥୀଙ୍କ ସମେତ ପୂର୍ବତନ ବିଦ୍ୟୁତ ବିଭାଗ ମୁଖ୍ୟ ଯନ୍ତ୍ରୀ R.P Mohapatra , Prabhakr Dora, Mr.G.S Swain ପ୍ରମୁଖ ଏହି ଶୁଣାଣିରେ ଅଂଶଗ୍ରହଣ କରିଥିଲେ I CAPEX ଅନୁମୋଦନ ପୂର୍ବରୁ OERC ଗତ ୧୦ ବର୍ଷ ଭିତରେ CAPEX ଓ ଅନ୍ୟାନ୍ୟ ପ୍ରୋଜେକ୍ଟରେ ଖର୍ଚ୍ଚ ହୋଇଥିବା ଅର୍ଥରେ ନିର୍ମଣା ହୋଇଥିବା ସବଷ୍ଟାଣ୍ଡାର୍ଡ ଲାଇନ ଓ ସବଷ୍ଟେସନ ଗୁଡିକ ପାଇଁ ଯେଉଁ ମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ରାଜ୍ୟସରକାରଙ୍କୁ DIRECTION ଦେବାକୁ ଶ୍ରୀ ଶତପଥୀ ଦାବି କରିଥିଲେ I ସେ ପୁନର୍ବାର କହିଥିଲେଯେ ଗଲା ୨୦ ବର୍ଷ ଭିତରେ CESU ବର୍ତମାନର TPCODL ରେ ୫୯୧ ଜଣ ମୃତ୍ୟ ବରଣ କରଥିବାବେଳେ ମାତ୍ର ୫୬ ଜଣ ଲୋକଙ୍କୁ କମ୍ପନସେସନ ଦିଆଯାଇଛି I ତେଣୁ OERC ତୁରନ୍ତ ପ୍ରତେକ ମୃତ ବ୍ୟକ୍ତିର ଉତ୍ତରାଧିକାରୀଙ୍କୁ କମ୍ପନସେସନ ଦେବାକୁ ଦାବି କରିଥିଲେ I ସେ ପୁନର୍ବାର କହିଥିଲେଯେ ଗତ ୨୦ ବର୍ଷ ଭିତରେଁରାଜ୍ୟର ବିଦ୍ୟୁତ ବିଭାଗରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ସବୁ ଗୁଡିକ ସବଷ୍ଟାଣ୍ଡାର୍ଡ କାର୍ଯ୍ୟ ହୋଇଛି I ରାଜ୍ୟସରକାରଙ୍କର ୩୮୪୩ କୋଟି ଟଙ୍କା Grant ରେ ନିର୍ମାଣ କରାଯାଇଥିବା ୪୭୩ଟି 33/11kV ସବଷ୍ଟେସନ ଗୁଡିକ ନିମ୍ନମାନର କାର୍ଯ୍ୟ ନିମ୍ନମାନର ସରଞ୍ଜାମ ଦ୍ୱାରା ନିର୍ମାଣ କରାଯାଇଛି I ଯେଉଁଥିପାଇଁ ATC LOSS କମିବା ପରିବର୍ତ୍ତେ ବଢିଛି ଓ ରାଜ୍ୟର ବିଦ୍ୟୁତ ବିତରଣ କମ୍ପାନୀମାନେ ବର୍ଷକୁ ୨୯୫ କୋଟି ଟଙ୍କା କ୍ଷତି କରୁଛନ୍ତି I ଏପରି ଏକ ଗୁରୁତ୍ୱପୂର୍ଣ ବିଷୟ ଉପରେ OERC କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପାଇଁ ରାଜ୍ୟସରକାରଙ୍କୁ DIRECTION ଦିଅନ୍ତୁ I ସେ ପୁନର୍ବାର ଦାବି କରିଥିଲେଯେ TPCODL ର ତଥ୍ୟ CAPEX ଯୋଜନାରେ ଗତ ୧୦ ବର୍ଷରେ ଖର୍ଚ୍ଚ ହୋଇଥିବା ଲାଇନ ଓ ସବଷ୍ଟେସନ ଗୁଡିକ ଯେତିକି ଦେଖାଯାଇଛି ପ୍ରକୃତରେ ତାଠୁ ଅଧିକ ନିମ୍ନ ହୋଇଛି I ଏଗୁଡିକର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ଅଛି I ଶ୍ରୀଯୁକ୍ତ R.P Mohapatra OERC ର ଦୃଷ୍ଟି ଆକର୍ଷଣ କରିଥିଲେଯେ IT କ୍ଷେତ୍ରରେ ଖର୍ଚ୍ଚ ହେବାକୁ ପ୍ରସ୍ଥାବ ଦେଇଥିବା TATA POWER ବର୍ତ୍ତମାନ ସମୟରେ ଉଚିତ ନୁହେଁ I କାରଣ ଏହାର ବୋଝ Tariff ଆକାରରେ ବିଦ୍ୟୁତ ଗ୍ରାହକଙ୍କ ଉପରେ ପଡିବ I ସେହିପରି Mr. Dora CAPEX ର DPR ସବୁ ବିତରଣ କମ୍ପାନୀ ୱେବ ସାଇଟରେ ଉପଲବ୍ଧ ହେବାର ଆବଶ୍ୟକତା ଅଛି ବୋଲି କହିଥିଲେ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More