ରାଜ୍ୟରେ ବିଦ୍ୟୁତ ତାରିଫ ବୃଦ୍ଧି ସଂକ୍ରାନ୍ତୀୟ ଜନଶୁଣାଣୀ ଆରମ୍ଭ I ଜଳବିଦ୍ୟୁତ ନିଗମ (OHPC) ଓ ଓଡିଶା ପାୱାର କର୍ପୋରେସନ (OPGC)ର ତାରିଫ ବୃଦ୍ଧିକୁ ଉପଭୋକ୍ତା ମହାସଂଘ ସମେତ ଅନ୍ୟାନ୍ୟ ମାନେ ଦୃଢ ବିରୋଧ କରିଛନ୍ତି I

0

ଭୁବନେଶ୍ୱର : ୨୦୧୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟର ବିଦ୍ୟୁତ ଉତ୍ପାଦନ କମ୍ପାନୀ OHPC ଓ OPGC , ବିଦ୍ୟୁତ ସରବରାହ କମ୍ପାନୀ OPTCL ଓ ୪ଟି ଯାକ ବିଦ୍ୟୁତ ବିତରଣ କମ୍ପାନୀ CESCO ,WESCO ,NESCO ଓ SOUTHCO ତରଫରୁ OERC ନିକଟରେ ବିଦ୍ୟୁତ ତାରିଫ ବୃଦ୍ଧି ସଂକ୍ରାନ୍ତରେ ଉପସ୍ଥାପନ କରିଥିବା ସମସ୍ତ ପେଟିସନ ଉପରେ ଆଜି OERC ତରଫରୁ ଜନଶୁଣାଣୀ ଆରମ୍ଭ ହୋଇଯାଇଛି I ଏହି ଜନଶୁଣାଣୀ ୧୯ ଫେବୃଆରୀ ୨୦୧୧ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି I ଆଜି ଜଳ ବିଦ୍ୟୁତ ନିଗମ (OHPC) ଓ ଓଡିଶା ପାୱାର କର୍ପୋରେସନ (OPGC)ର ପେଟିସନ ଉପରେ ଶୁଣାଣି ଆରମ୍ଭ ହୋଇଥିଲା I ପେଟିସନ ଉପସ୍ଥାପନ କରି OHPC ତରଫରୁ ଦାବି କରାଯାଇଥିଲାଯେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପକୁ ଛାଡି ଅନ୍ୟାନ୍ୟ ୬ଟି ଯାକ ଜଳ ବିଦ୍ୟୁତ କେନ୍ଦ୍ର – ବୁର୍ଲା ,ଚିପିଲିମା, ରେଙ୍ଗାଲି,ଅପରକୋଲାବ, ଅପର ଇନ୍ଦ୍ରାବତୀ,ବାଲିମେଳା ରୁ ଉତ୍ପାଦିତ ହେଉଥିବା ବିଦ୍ୟୁତର ମୂଲ୍ୟ ୨୦-୨୧ ବର୍ଷ ପାଇଁ ସ୍ଥିର ହୋଇଥିବା ୟୁନିଟ ପିଛା ୯୧.୩୯ ପଇସା ରୁ ୯୫.୩୬ ପଇସାକୁ ବୃଦ୍ଧି କରାଯାଉ I ଏହାଛଡା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ ମୂଲ୍ୟ ଯାହାକି ୨୦-୨୧ ବର୍ଷ ପାଇଁ ୟୁନିଟ ପିଛା ୬୨.୫୩ ପଇସା ଥିଲା ତାକୁ ବୃଦ୍ଧି କରାଯାଇ ୟୁନିଟ ପିଛା ୨.୫୧ ପଇସା କରାଯାଉ I କାରଣ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ ବ୍ୟବହାର ଉପରେ ମାଡ୍ରାସ ଓ ଓଡିଶା ସରକାରଙ୍କ ମଧ୍ୟରେ ୧୪/୦୧/୧୯୪୫ ମସିହାରେ ଏକ ଦ୍ୱିପାକ୍ଷିକ ଚୁକ୍ତି ହୋଇଥିଲା I ଚୁକ୍ତି ଅନୁଯାୟୀ ମାଡ୍ରାସ/ଆନ୍ଧ୍ର ସରକାର ୫୦% ବିଦ୍ୟୁତ ବ୍ୟବହାର କରିବାର ବ୍ୟବସ୍ଥା ଥିଲାବେଳେ ଓଡିଶା ସରକାର ୩୦% ବିଦ୍ୟୁତ ବ୍ୟବହାର କରିବାର ବ୍ୟବସ୍ଥା ଥିଲା I ୧୫/୧୨/୧୯୭୮ ମସିହାରେ ଅନ୍ୟ ଏକ ଚୁକ୍ତି ଫଳରେ ଓଡିଶା ସରକାର ଅବଶିଷ୍ଟ ୨୦% ବିଦ୍ୟୁତ କିଣି ପାରିବାର ବ୍ୟବସ୍ଥା ହେଲା I ଏହି ଉଭୟ ଚୁକ୍ତିକୁ ବାତିଲ କରାଯାଇ ୨୩/୧୦/୨୦୨୦ ଦିନ ଓଡିଶା ସରକାର/OHPC ଏବଂ ଆନ୍ଧ୍ର ସରକାର/APGENCO ମଧ୍ୟରେ ଏକ ନୂତନ ଚୁକ୍ତି ହୋଇଛି I ଏହି ଚୁକ୍ତି ମୁତାବକ ୨୭ କୋଟି ୪୨ ଲକ୍ଷ ଟଙ୍କା OHPC ଆନ୍ଧ୍ର ସରକାର/APGENCO କୁ ପ୍ରାଦନ କରିଛି ଏବଂ ସ୍ଥିର ହୋଇଛିଯେ ଉଭୟ ପକ୍ଷ ୫୦% ଲେଖାଏଁ ବିଦ୍ୟୁତ ବ୍ୟବହାର କରିବେ I ଏହି କାରଣରୁ ମାଛକୁଣ୍ଡରୁ ଉତ୍ପାଦିତ ବିଦ୍ୟୁତ ମୂଲ୍ୟ ବୃଦ୍ଧି ପାଇଛି I OHPC ର ଏହି ଚୁକ୍ତି ପ୍ରସ୍ତାବକୁ ଉପଭୋକ୍ତା ମହାସଂଘର ସଭାପତି ରମେଶ ଶତପଥୀ ଦୃଢ ବିରୋଧ କରିଥିଲେ I ସେ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେଯେ, ୨୦୧୧ ମସିହାରେ ଓଡିଶା ହାଇକୋର୍ଟ ବିଭିନ୍ନ ଜଳବିଦ୍ୟୁତ ଉତ୍ପାଦନ ହେଉଥିବା ଡ୍ୟାମରୁ ଶିଳ୍ପ ସଂସ୍ଥା ପାଇଁ ପାଣି ବ୍ୟବହାର କରୁଥିବା ଶିଳ୍ପ ସଂସ୍ଥା ମାନଙ୍କୁ ବିଦ୍ୟୁତ ଉତ୍ପାଦନ କ୍ଷତି ପାଇଁ Compensation ଦେବାପାଇଁ ଏକ ଅର୍ଡର ରାଜ୍ୟସରକାରଙ୍କୁ ଦେଇଥିଲେ I ରାଜ୍ୟର ଅନ୍ୟୁନ ୨୩ଟି ଶିଳ୍ପ ସଂସ୍ଥା ଏହି Compensation ଅର୍ଥ ଜଳବିଦ୍ୟୁତ ନିଗମ (OHPC ) କୁ ଦେବା ପାଇଁ ସ୍ଥିର ହୋଇଥିଲା I ହେଲେ ରାଜ୍ୟର Water Resource Department ର ଖାମଖିଆଲି ନୀତି ଯୋଗୁ ଅନୁନ୍ୟ ୪୦୦ ରୁ ୫୦୦ କୋଟି ଟଙ୍କା ଆଜିପର୍ଯ୍ୟନ୍ତ ଆଦାୟ ହୋଇପାରୁନାହିଁ I ରାଜ୍ୟସରକାର ସେମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦାନ କରୁଛନ୍ତି I ସେହିପରି ଜଳବିଦ୍ୟୁତ ନିଗମ (OHPC) ଗଠିତ ହେବା ଦିନଠାରୁ ୩୧,୫୦୦ ଏକର ଜାଗା ଓ ଘରବାଡ଼ି ଜଳବିଦ୍ୟୁତ ନିଗମର ପରିଚାଳନାରେ ଥିବାବେଳେ ଜଳବିଦ୍ୟୁତ ନିଗମକୁ ତାହା Record of Right ଆଜି ଯାଏଁ ହସ୍ତାନ୍ତର କରାଯାଇ ନାହିଁ I ଜଳ ବିଦ୍ୟୁତ ନିଗମରେ ଜଣେ Full Time C.M.D ନାହାନ୍ତି I ଯାହାଫଳରେ କୌଣସି Vision Document OHPC ଆଜିପର୍ଯ୍ୟନ୍ତ ବାହାର କରିପାରିଲା ନାହିଁ I ଯେଉଁ ଉଦେଶ୍ୟ ନେଇ ଜଳବିଦ୍ୟୁତ ନିଗମ ଗଠନ କରାଯାଇଥିଲା, ସେ ଉଦେଶ୍ୟ ପୁରାଣ କରିବାତ ଦୂରର କଥା ବର୍ତ୍ତମାନ ଜଳ ବିଦ୍ୟୁତ ନିଗମ ଚାରି ଚାରୋଟି ସଂସ୍ଥାରେ ପୁଞ୍ଜି ବିନିଯୋଗ କରିଛି I ସେଗୁଡିକ ହେଲା :- GEDCOL : Rs.208.63 Cr.
OPTCL :Rs.285.27 Cr.
BWCCL :Rs.32.63 Cr.
OCPL :Rs.1330.38 Cr.
ସେହି ଦୃଷ୍ଟିରୁ OERC ଜଳବିଦ୍ୟୁତ ନିଗମର Tariff ବୃଦ୍ଧି କରିବା ପରିବର୍ତ୍ତେ ତୁରନ୍ତ Tariff କମାଇ ଦିଅନ୍ତୁ I ଶ୍ରୀ ଶତପଥୀଙ୍କ ସହିତ ଶ୍ରୀଯୁକ୍ତ ଆର.ପି ମହାପାତ୍ର , ଶ୍ରୀ ଆନନ୍ଦ ମହାପାତ୍ର ମଧ୍ୟ ବିଭିନ୍ନ ଯୁକ୍ତି ଉପସ୍ଥାପନ କରି Tariff ବୃଦ୍ଧିକୁ ବିରୋଧ କରିଥିଲେ I

ସେହିପରି OPGC ତରଫରୁ Tariff ବୃଦ୍ଧି ସଂକ୍ରାନ୍ତୀୟ ପେଟିସନ ଉପରେ ଆଲୋଚନା ଆରମ୍ଭ କରି ପ୍ରସ୍ତାବ ଦିଆଯାଇଥିଲା ଯେ , OPGC ରୁ ଉତ୍ପାଦିତ ବିଦ୍ୟୁତର ମୂଲ୍ୟ ୟୁନିଟ ପିଛା ୨୬୦.୨୮ ପଇସାରୁ ୨୮୧.୧୪ ପଇସାକୁ ବୃଦ୍ଧି କରାଯାଉ I ଏହା ସୁପ୍ରିମକୋର୍ଟ ର ନିର୍ଦେଶ ମତେ PPA ଆଧାରରେ ସ୍ଥିର କରିବାକୁ ପ୍ରସ୍ତାବ ରଖିଥିଲେ I ଏହାକୁ ମଧ୍ୟ ଉପଭୋକ୍ତା ମହାସଂଘ ତରଫରୁ ବିରୋଧ କରାଯାଇଥିଲା I ଉପଭୋକ୍ତା ମହାସଂଘର ସଭାପତି ରମେଶ ଶତପଥୀ କମିଶନରଙ୍କୁ ଏକ ପ୍ରସ୍ତାବ ଦେଇ ଜଣାଇଥିଲେଯେ ରାଜ୍ୟରେ ବିଦ୍ୟୁତ ଗ୍ରାହକଙ୍କୁ ସ୍ୱଳ୍ପ ମୂଲ୍ୟରେ ବିଦ୍ୟୁତ ଯୋଗାଇବା ପାଇଁ ଏକମାତ୍ର ବିକଳ୍ପ ହେଉଛି OHPC ଓ OPGCର ୟୁନିଟ ପିଛା ମୂଲ୍ୟ ସ୍ଥିର ରଖିବା ବା କମାଇବା I ତାହାନହେଲେ ବିଦ୍ୟୁତ ଗ୍ରାହକ ମାନଙ୍କୁ ଅଧିକା ମୂଲ୍ୟ ଦେବାକୁ ପଡିବ I ସେ କହିଥିଲାଯେ ବର୍ତମାନ OPGC , GRIDCO ଓ OHPC ତିନୋଟି ଯାକ ସମ୍ପୁର୍ଣ୍ଣ ସରକାରଙ୍କ ଦ୍ୱାରା ନିୟନ୍ତ୍ରଣ କମ୍ପାନୀ I ସୁପ୍ରିମ କୋର୍ଟଙ୍କ ପ୍ରସ୍ଥାବ ଆଧାରରେ AES କମ୍ପାନୀ ଯେପରି Tariff ମୂଲ୍ୟ ୟୁନିଟ ପିଛା ୧୯୬.୧୪ପଇସାରି ବୃଦ୍ଧି କରି ୨୬୦.୨୮ ପଇସା କରିଥିଲେ ତାହାକୁ ତୁରନ୍ତ ପ୍ରତ୍ୟାହାର କରି ୧୯୧୭-୧୮ ଆର୍ଥିକ ବର୍ଷ ପାଇଁ ୧୯୬.୨୦ ପଇସା ରଖାଯାଉ I ସମସ୍ତ ସରକାରୀ କମ୍ପାନୀ ମିଳିତ ଭାବରେ ବିଦ୍ୟୁତ ଗ୍ରାହକଙ୍କୁ ସୁହାଇଲାଭଳି ବିଦ୍ୟୁତ ମୂଲ୍ୟ ନିର୍ଧାରଣ କରି OERC ଙ୍କୁ ପ୍ରସ୍ଥାବ ଦିଅନ୍ତୁ I ଆସନ୍ତା ୮ ତାରିଖ ଦିନ OPTCL ଓ SLDC ର Tariff ବୃଦ୍ଧି ସଂକ୍ରାନ୍ତୀୟ ଜନଶୁଣାଣୀ ହେବାର ଅଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More