ଓଇଆରସିକୁ ବିକଳାଙ୍ଗ କରିଦେବେ !

0

ଭୁବନେଶ୍ୱର : ୨୦୧୨ ଜାନୁଆରୀ ୧୫ ତାରିଖ ଦିନ ଓଡିଶା ନିୟାମକ ଆୟୋଗ ଅଧକ୍ଷ ପଦରୁ ଉପେନ୍ଦ୍ର ବେହେରା ଅବସର ନେଲେ | ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହି ଗୁରୁତ୍ୱପୂର୍ଣ ପଦବୀ ଖାଲି ପଡିଛି | ଆୟୋଗର ଅନ୍ୟତମ ସଦସ୍ୟ ଗଜେନ୍ଦ୍ର ମହାପାତ୍ର କାମଚଳା ଅଧକ୍ଷ ଦାୟିତ୍ୱ ତୁଲାଉଛନ୍ତି |
୨୦୧୬ ରୁ ଓଡିଶା ବିଦ୍ୟୁତ ନିୟାମକ ଆୟୋଗର ସଚିବ ପଦବୀ ଖାଲି ପଡିଛି | ଭାରତୀୟ ରାଜସ୍ବ ସେବାର ଅଧିକାରୀ ଗୋପାଳ କୃଷ୍ଣ ଧଳ ପାଦ ଛାଡିବା ପରଠାରୁ ଏହି ପଦବୀରେ ମଧ୍ୟ କାହାକୁ ନିଯୁକ୍ତି ଦିଆଯାଇନାହିଁ ; କା’ରେ ଚାଲିଛି | ସଂପ୍ରତି ରେଗୁଲେଟାରି ଆଫୟାର୍ସ ନିର୍ଦେଶକ ପ୍ରିୟବ୍ରତ ପଟ୍ଟନାୟକ ଭାରପ୍ରାପ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି |
ଓଡିଶା ବିଦ୍ୟୁତ ନିୟାମକ ଆୟୋଗରେ ତିନିଟି ନିର୍ଦେଶକ ପଦବୀ ରହିଛି | ଏହି ତିନି ଜଣ ନିର୍ଦେଶକ ଆୟୋଗଙ୍କ ମୁଖ୍ୟ ଅଙ୍ଗ ଶ୍ରୀ ପଟ୍ଟନାୟକଙ୍କୁ ବାଦ ଦେଲେ ଅନ୍ୟ ଦୁଇଟି ପଦବୀରେ କାହାକୁ ନିଯୁକ୍ତି ଦିଆଯାଇନାହିଁ |
ରାଜ୍ୟରେ ବିଦ୍ୟୁତ କ୍ଷେତ୍ରରେ ହଜାର ହଜାର କୋଟି ଟଙ୍କାର ବିଶାଳ କେଳେଙ୍କାରୀ ଏବେ ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ଏ କ୍ଷେତ୍ରରେ ରାଜ୍ୟସ୍ତରରେ ଥିବା ସାମ୍ବିଧାନିକ ସର୍ବୋଚ୍ଚ ସଂସ୍ଥାକୁ ଏଭଳି ଢଙ୍ଗରେ ବିକଳାଙ୍ଗ କରିଦେବା ଲାଗି ଯୋଜନା ଚାଲିଛି |

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More