ଭିଜିବ ଉପାନ୍ତରୁ ଉପକୂଳ : ୧୭ ତାରିଖ ପାଇଁ ୧୨ଟି ଜିଲ୍ଲାକୁ ୱାର୍ଣ୍ଣିଂ

0

ରାଜ୍ୟକୁ ଆସୁଛି ଆଉ ଏକ ପଶ୍ଚିମା ଝଡ଼, ଆସୁଛି ବର୍ଷା ! ଭିଜିବ ଉପାନ୍ତରୁ ଉପକୂଳ। ଦୁଇ ଦିନ ଧରି ସାରା ରାଜ୍ୟରେ ବର୍ଷାହେବ । ଆସନ୍ତା ୧୬ ଓ ୧୭ ତାରିଖରେ ପଶ୍ଚିମା ଝଡର ସର୍ବାଧକ ପ୍ରଭାବ ରହିବ । ପଶ୍ଚିମାଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ଓ ଝଡ ପବନ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ୧୬ ତାରିଖରେ ୧୩ଟି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି ।
ମାଲକାନଗିରି, କୋରାପୁଟ, ରାୟଗଡା, ଗଂଜାମ, ଗଜପତି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଂଜରେ ପବନ ସହ ବିଜୁଳି, ଘଡଘଡି ହେବ । ୧୭ ତାରିଖ ପାଇଁ ୧୨ଟି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି । ସେଗୁଡିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡା, ନବରଂଗପୁର, ନୂଆପଡା, କଳାହାଣ୍ଡି, ଗଂଜାମ, ଗଜପତି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା । ..

ସେପଟେ ଉଭୟ ୧୬ ଓ ୧୭ ତାରିଖ ପାଇଁ ଓଡ଼ିଶାର ସମସ୍ତ ଜିଲ୍ଲାକୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ‌ଚେତାବନୀ ଜାରି ହୋଇଛି । ଏହାସହ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ୧୬ ତାରିଖରୁ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରି ଯାଏ ଖସିବ ବୋଲି ପାଣିପାଗ କେନ୍ଦ୍ର କହିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More