ଓଡିଶା ଅପଡେଟ୍ ପରିବାର ପକ୍ଷରୁ ସମସ୍ତଙ୍କୁ ନବବର୍ଷର ଅଭିନନ୍ଦନ

0

ହାପି ନ୍ୟୁ ଇୟର ୨୦୧୮ । ଓଡିଶା ଅପଡେଟ୍ ପରିବାର ତାର ଅଗଣିତ ପାଠକ ପାଠିକାଙ୍କୁ ଇଂରାଜୀ ନବବର୍ଷ ୨୦୧୮ର ଶୁଭକାମନା ଜଣାଉଛି । ଆପଣଙ୍କ ପାଇଁ ଏହି ନୂଆବର୍ଷ ସୁଖ ଓ ସମୃଦ୍ଧିର ବର୍ଷ ହେଉ । ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣଙ୍କ ଚଲାପଥ କୁସୁମିତ ହେଉ ଏହା ହିଁ କାମନା । ୨୦୧୭ର ସମସ୍ତ ଅଧୁରା କାମ , ଅଧୁରା ସଂକଳ୍ପ ଓ ଅଧୁରା ସଫଳତାକୁ ପ୍ରଭୁ ଜଗନ୍ନାଥ ୨୦୧୮ ନୂଆବର୍ଷରେ ପୂରଣ କରନ୍ତୁ । ନୂଆବର୍ଷ ଆପଣମାନଙ୍କ ପାଇଁ ହେଉ ନିରାମୟ, ସୁସ୍ଥତାର ବର୍ଷ , ଶାନ୍ତି ଓ ପ୍ରଗତିର ବର୍ଷ । କୃଷି ଭିତ୍ତିକ ରାଜ୍ୟ ଓଡିଶାରେ ଅଗଣିତ ଖଟିଖିଆ ମଜଦୂର ଭାଇମାନଙ୍କୁ ଓଡିଶା ପରିବାର ନବବର୍ଷର ଶୁଭେଛା ଜଣାଇବା ସହ , ଜୀବନ ସଂଗ୍ରାମରେ ସେମାନଙ୍କୁ ପ୍ରଭୁ ଜଗନ୍ନାଥ ସେମାନଙ୍କୁ ସହାୟ ହୁଅନ୍ତୁ ଏତିକି ପ୍ରାର୍ଥନା କରୁଛି । ଦେଶ ଓ ଜାତିର ପ୍ରଗତିର ସିଡି ଖାସ କରି ଯୁବା ବର୍ଗରେ ଉପରେ ରହିଥାଏ । ଏହି ନୂଆବର୍ଷ ରାଜ୍ୟର ଯୁବବର୍ଗଙ୍କ ପାଇଁ ଅଜସ୍ର ସଫଳତା ଆଣିଦେଉ , ଦେଶ ଓ ଜାତିର ଗୌରବ ଗାରିମା ବୃଦ୍ଧି କରିବାରେ ରାଜ୍ୟର ଶିକ୍ଷିତ , ଉତ୍ତାଭିଳାଷୀ ଯୁବ ବର୍ଗ ସଫଳ ହୁଅନ୍ତୁ ଏତିକି ପ୍ରାର୍ଥନା । ସେହିପରି ଦେଶର ସୀମାରେ ଜୀବନକୁ ବାଜି ଲଗାଇ ଲଢୁଥିବା ସେନା ପାଇଁ ଓଡିଶା ଅପଡେଟ୍ ପରିବାର ତାର ଶୁଭେଛା ଜଣାଉଛି । ପ୍ରଭୁ ଜଗନ୍ନାଥ ଦେଶର ସମସ୍ତ ଅର୍ଥାତ୍ ତିନି ସେନାର ଜବାନ ଭାଇମାନଙ୍କୁ ଏମିତି କରକମଳରେ ସୁରକ୍ଷିତ କରି ରଖନ୍ତୁ ଏତିକି କାମନା । ଓଡିଶା ଅପଡେଟ୍ ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଶତପଥୀ , ନବବର୍ଷ ଅବସରରେ ସମସ୍ତ ରାଜ୍ୟ ତଥା ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ଆଶା କରୁଛୁ ଗତବର୍ଷ ପରି ପାଠକଙ୍କର ଆସ୍ଥା ଓ ବିଶ୍ୱାସ ଜିଣି ନିରପେକ୍ଷ ଭାବେ , ସାଧାରଣ ଲୋକଙ୍କ ସ୍ୱାର୍ଥକୁ ନଜରରେ ରଖି ଆମର ଖବରର ଯାତ୍ରା ଏମିତି ନିରବଛିନ୍ନ ଭାବେ ଜାରି ରହିବ, ଆଉ ପାଠକ ସେମିତି ଭଲ ପାଇବା ଦେଉଥିବେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More