ଓଡ଼ିଶାର ରାଜନୀତି ମୁଡ଼ : ୨୦୧୯ର ସଙ୍କେତ ଦେବ ମୟୁରଭଞ୍ଜ ..

0

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦଳୀୟ ଚିହ୍ନରେ ହେଉଥିବା ଜିଲ୍ଳା ପରିଷଦ ଜୋନ ନିର୍ବାଚନ ଦେବ ସଙ୍କେତ । ଓଡ଼ିଶାରବାସୀଙ୍କ ରାଜନୈତିକ ମୁଡ଼ କେମିତି ଅଛି ତାହାର ସଙ୍କେତ ଦେବ ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ୍ ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍ ନିର୍ବାଚନ ପାଇଁ ମଇଦାନ । ଆଜି ଏହି ଜୋନ୍ର ଭୋଟରମାନେ ସେମାନଙ୍କ ମତ ସାବ୍ୟସ୍ତ କରୁଛନ୍ତି । ନିର୍ବାଚନ ମଇଦାନରେ ମୋଟ୍ ୧୦ ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ତେବେ ବିଜେଡି, ବିଜେପି ଓ ଜେଏମ୍ଏମ୍ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଜଣାପଡ଼ିଛି। ମୋଟ ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୫ଟି ପଂଚାୟତର ୨୩ହଜାର ଭୋଟର । ସାଧାରଣ ନିର୍ବାଚନ ପୂର୍ବରୁ ଏହା ଏକ ଛୋଟ ନିର୍ବାଚନ ହୋଇଥିଲେ ମଧ୍ୟ ଏହାର ଫଳାଫଳ ରାଜ୍ୟ ରାଜନୀତିକୁ ବେଶ ପ୍ରଭାବିତ କରିବ ବୋଲି ଚର୍ଚ୍ଚା ହେଉଛି । କିଏ କିଏ ୨୦୧୯ ନିର୍ବାଚନ ପୂର୍ବରୁ ଏହା ସେମିଫାଇନାଲ ବୋଲି କହୁଛନ୍ତି । ସବୁଦଳ ଏହି ଜିଲ୍ଲା ପରିଷଦ ଜୋନ ଲାଗି ଜୋରଦାରା ପ୍ରଚାର କରିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More