ଜାତୀୟ ଗଣ ମାଧ୍ୟମରେ ଚର୍ଚ୍ଚାରେ ଓଡ଼ିଶା : କରୋନା ମୁକାବିଲା ପାଇଁ ନବୀନଙ୍କୁ ପ୍ରଂଶସା

0

ଭୁବନେଶ୍ୱର : କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବା ପାଇଁ ଗତ ଶନିବାର ଦିନ ରାଜ୍ୟବାସୀ ‘ବନ୍ଦେ ଉତ୍କଳ ଜନନୀ ‘ ସଙ୍ଗୀତ ଗାନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ସମସ୍ତେ ଓଡ଼ିଆ ଏହି ସଙ୍ଗୀତ ଗାନ କରିଥିଲେ । ଯାହାକୁ ନେଇ ଜାତୀୟ ଗଣ ମାଧ୍ୟମରେ ରାଜ୍ୟକୁ ପ୍ରସଂଶା କରାଯାଇଛି ।
କରୋନା ବିରୁଦ୍ଧରେ ଜିତିବା ପାଇଁ ଏକ ମାତ୍ର ଔଷଧ ହେଉଛି ସଂକଳ୍ପ ଶକ୍ତି । ଯେଉଁ ସଂକଳ୍ପ ଶକ୍ତି ବଳରେ ଆଜି ଅନ୍ୟ ରାଜ୍ୟ ତୁଳନାରେ କରୋନା ମୁକାବିଲରେ ଓଡ଼ିଶାର ସ୍ଥିତି ବହୁତ ଭଲ ଅଛି । ଫଳ ସ୍ୱରୂପ ଚିକିତ୍ସିତ ବ୍ୟକ୍ତିଙ୍କ ଅପେକ୍ଷା ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ରାଜ୍ୟରେ ଅଧିକ। ଯେଉଁଥି ପାଇଁ କି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ରାଜ୍ୟ ଆଜି ପ୍ରସଂଶା ଯୋଗ୍ୟ ହୋଇପାରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ମୁଖ୍ୟ କାରଣ । ଏବେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ସାମୁହିକ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରାଯାଇଥିଲା । ଯାହାକି ଦେଶ ପାଇଁ ଆଉ ଏକ ଉଦାହରଣ ସୃଷ୍ଟି କରିଛି । ରାଜ୍ୟବାସୀଙ୍କୁ ଏକତା ସୂତ୍ରରେ ବାନ୍ଧିରଖିବାରେ ଏହି ସଙ୍ଗୀତ ବେଶ ସହାୟକ ହୋଇଛି । ଏହା ଏବେ ଜାତୀୟ ଗଣ ମାଧ୍ୟମରେ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହା ମହାମାରୀ କରୋନା ବିରୁଦ୍ଧରେ ମହୋଶୋଧି କହିଲେ ମଧ୍ୟ ଭୁଲ୍ ହେବନାହିଁ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More