ଆଜି ରାଜ୍ୟରେ ଚିହ୍ନଟ ହେଲେ ଆଉ ନୂଆ ୨୨୫ କୋଭିଡ୍ ସଂକ୍ରମିତ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ହଜାର ୩୩୧କୁ ବୃଦ୍ଧି

0

ଭୁବନେଶ୍ୱର : ଆଜି ପୁଣି ରାଜ୍ୟରେ ଚିହ୍ନଟ ହେଲେ ଆଉ ନୂଆ ୨୨୫ କରୋନା ପଜିଟିଭ । ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୩୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୯୪ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୩୩୧କୁ ବୃଦ୍ଧି ପାଇଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଆଜି ଚିହ୍ନଟ ହୋଇଥିବା ନୂଆ ୨୨୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୩୮ଜଣ,ବରଗଡ଼ରୁ ୧୬ ଜଣ ଓ ବଲାଙ୍ଗୀର ଜିଲ୍ଲାରୁ୧୬ ଜଣ , ଅନୁଗୁଳ,ଝାରସୁଗୁଡା, ଖୋର୍ଦ୍ଧା,ପୁରୀ ଓ ସମ୍ବଲପୁର ଜିଲ୍ଲାରୁ ୧୫ ଜଣ ଲେଖାଏଁ, ବାଲୋଶ୍ବରରୁ ୧୪ ଜଣ, କେନ୍ଦୁଝରରୁ ୧୧ ଜଣ, ମୟୂରଭଞ୍ଜରୁ ୧୦ ଜଣ, କଳାହାଣ୍ଡିରୁ ୬ ଜଣ, ଦେବଗଡ଼, ଯାଜପୁର ଓ ନୂଆପଡ଼ା ଜିଲ୍ଲାରୁ ୫ ଜଣ ଲେଖାଏଁ, ଗଜପତିରୁ ୪ ଜଣ, କଟକ,ରାୟଗଡ଼ା ଓ ସୋନପୁର ଜିଲ୍ଲାରୁ ୩ ଜଣ ଲେଖାଏଁ, ଝାରସୁଗୁଡା ଓ ନୟାଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More