ଓଡ଼ିଶାକୁ ପୁଣି କେନ୍ଦ୍ରର ସାଟିଫିକେଟ : ରାସ୍ତା ନିର୍ମାଣରେ ଓଡ଼ିଶା ଦେଶରେ ପ୍ରଥମେ ଟାର୍ଗେଟ…

0

ଓଡ଼ିଶା ପୁଣି ନମ୍ବର ୱାନ । ରାସ୍ତାରେ ନିର୍ମାଣରେ ଓଡ଼ିଶାରେ ଦେଶର ସବୁ ରାଜ୍ୟ ଠାରୁ ଶୀର୍ଷରେ ।ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଓଡିଶା ସାରା ଦେଶରେ ପ୍ରଥମ । ୨୦୧୭-୧୮ ଆର୍ଥିକ ବର୍ଷରେ ୭୧୭୬ କିଲୋମିଟର ରାସ୍ତା ନିର୍ମାଣ କରି ଓଡିଶା ଆଗରେ ରହିଛି । ଏଥିସହିତ ୧୭୭୬ ଟି ଅସଂଯୋଜିତ ଗ୍ରାମକୁ ସଡକ ସଂଯୋଗ କରି ଏକ୍ଷେତ୍ରରେ ରାଜ୍ୟ ସର୍ବଭାରତୀୟ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି ।ଗ୍ରାମାଞ୍ଚଳରେ ଆଧୁନିକ ଵୈଷୟିକ ପ୍ରଣାଳୀରେ ଗ୍ରୀନ ଟେକ୍ନୋଲୋଜି ଦ୍ୱାରା ୮୫୫ କିଲୋମିଟର ରାସ୍ତା ନିର୍ମାଣ କରି ମଧ୍ୟ ଦେଶରେ ଦ୍ଵିତୀୟ ସ୍ଥାନରେ ରହିଛି ଓଡିଶା । ଏଥିପାଇଁ କେନ୍ଦ୍ର ସରକାର ଓଡିଶାକୁ ଗତ ୧୧ ତାରିଖରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ରସିଂ ତୋମାର ରାଜ୍ୟ ସରକାରଙ୍କୁ ପୁରସ୍କୃତ କରିଛନ୍ତି ।୧୯୮୪୨ ଗୋଟି ଜନବସଟିକୁ ସଂଯୋଗୀକରଣ ପାଇଁ ୬୦୫୯୪ କିଲୋମିଟର ରାସ୍ତା ନିର୍ମାଣ ସହିତ ୪୯୬ ଗୋଟି ସେତୁ ପ୍ରସ୍ତାବକୁ ୨୫୬୦୨ କୋଟି ୪୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ସେ ମଧ୍ୟରୁ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ୧୭୨୩୪ କୋଟି ୩୦ ଲକ୍ଷ ଟଙ୍କା ଏବଂ ରାଜ୍ୟ ସରକାର ୪୨୯୧ କୋଟି ୪୦ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି ।ସେ ମଧ୍ୟରୁ ୨୦୫୪୬ କୋଟି ୭୮ ଲକ୍ଷ ଟଙ୍କା ବିନିଯୋଗ କରି ୪୭୮୪୯ କିଲୋମିଟର ରାସ୍ତା ଏବଂ ୨୪୦ଟି ସେତୁର ନିର୍ମାଣ କରାଯାଇ ୧୬୬୨୮ଟି ଜନବସତିକୁ ସବୁଦିନିଆ ରାସ୍ତା ନିର୍ମାଣ କରାଯାଇଛି ।ଏଥି ମଧ୍ୟରୁ ୨୦୧୭-୧୮ ଆର୍ଥିକ ବର୍ଷରେ ୨୬୬୭ କୋଟି ୩୧ ଲକ୍ଷ ଟଙ୍କା ମୂଲ୍ୟରେ ୭୧୭୬ କିଲୋମିଟର ରାସ୍ତାର ନିର୍ମାଣ କରାଯାଇ ୧୭୭୬ ଗୋଟି ଜନବସତିକୁ ସଂଯୋଗ କରାଯାଇଛି। ଏଥିପାଇଁ ଖର୍ଚ୍ଚ ହୋଇଥିବା ୨୬୭୬ କୋଟି ମଧ୍ୟରୁ ରାଜ୍ୟ ସରକାର ତାଙ୍କ ଭାଗ ୧୦୭୦ କୋଟି ତାଙ୍କ ଯୋଗାଇ ଦେଇଛନ୍ତି । ଚଳିତ ବର୍ଷ ୨୦୧୮-୧୯ ପାଇଁ ୪୧୬୬ କୋଟି ୬୭ ଲକ୍ଷ ଟଙ୍କା ବିନିଯୋଗରେ ୮୦୦୦ କିଲୋମିଟର ରାସ୍ତା ନିର୍ମାଣ କରି ୨୫୦୦ ଗୋଟି ଗ୍ରାମକୁ ସଂଯୋଗୀକରଣ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ଧାର‌୍ୟ୍ୟ କରିଛନ୍ତି । ସେମଧ୍ୟରୁ ୧୭୦୦ କିଲୋମିଟର ରାସ୍ତା ବୈଷୟିକ ଜ୍ଞାନକୌଶଳରେ ନିର୍ମାଣ କରାଯିବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More