ଆଜିଠାରୁ ଓଡ଼ିଆ ଭାଷାରେ ଟ୍ରେନ ଟିକେଟ

0

ଆଜିଠାରୁ ଓଡ଼ିଆ ଭାଷାରେ ଅଣସଂରକ୍ଷିତ ଟ୍ରେନ ଟିକେଟ ପ୍ରଚଳନ ହେବ । ପୂର୍ବତଟ ରେଳପଥ ମୁଖ୍ୟାଳୟ ତଥା ରେଳ ସଦନଠାରେ ଏହାକୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିବେ । ଭିଡିଓ କନଫରେନସିଂ ଜରିଆରେ ଶ୍ରୀ ପ୍ରଧାନ ଏହାର ଶୁଭାରମ୍ଭ କରିବେ । ଏହି ଟିକେଟ ପ୍ରଚଳନ ହେବା ଫଳରେ ଅନ୍ୟଭାଷା ଜାଣିନଥିବା ଓଡିଆମାନେ ସହଜରେ ଓ ସଠିକ ଭାବରେ ଏହି ଟିକେଟକୁ ପଢିପାରିବେ ଓ ବିଝିପାରିବେ ବୋଲି ଆଶାପୋଷଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ତାସାହିତ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାରରେ ମଧ୍ୟ ଏହି ଟିକେଟ ସହାୟକ ହେବ ।
କାର୍ଯ୍ୟକ୍ରମରେ ମନ୍ତ୍ରୀ ପଦ୍ମନାଭ ବେହେରା, ଅଶୋକ ପଣ୍ଡା, ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ରହିବେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More