ବୁମ୍‌ରା ୨ୟ ସ୍ଥାନକୁ ଖସିଲେ : ଦିନିକିଆ ମାନ୍ୟତା

ଟ୍ରେଣ୍ଟ୍‌ ବୋଲ୍‌ଟ ୧ନଂ ବୋଲର

0

ଦୁବାଇ : ମାତ୍ର ଗୋଟିଏ ସପ୍ତାହ ଆଇସିସି ଦିିନିକିଆ ମାନ୍ୟତାରେ ୧ନଂ ବୋଲର ରହିବା ପରେ ଯଶପ୍ରୀତ ବୁମ୍‌ରା ୨ୟ ସ୍ଥାନକୁ ଖସି ଆସିଛନ୍ତି। ଆହତ ହୋଇ ଘରୋଇ ଇଂଲଣ୍ଡ ବିପକ୍ଷ ୩ୟ ଦିନିକିଆ ବୁମ୍‌ରା ନ ଖେଳିବା ଯୋଗୁଁ ତାଙ୍କ ମାନ୍ୟତା ନିମ୍ନଗାମୀ ହୋଇଛି। ଫଳରେ ଗୋଟିଏ ସପ୍ତାହ ପରେ ନ୍ୟୁଜିଲାଣ୍ଡର ବାମହାତି ପେସ୍ ବୋଲର ଟ୍ରେଣ୍ଟ୍‌ ବୋଲ୍‌ଟ ପୁଣି ୧ନଂ ବୋଲର ସ୍ଥାନ ଫେରି ପାଇଛନ୍ତି। ବୋଲ୍‌ଟ ୭୦୪ ପଏଣ୍ଟ ପାଇଥିବା ବେଳେ ୨ୟ ସ୍ଥାନରେ ଥିବା ବୁମ୍‌ରା ୭୦୩ ପଏଣ୍ଟରେ ରହିଛନ୍ତି। ପାକିସ୍ତାନର ସାହିନ୍ ଶାହା ଆଫ୍ରିଦି ୩ୟ ସ୍ଥାନରେ ରହିଛନ୍ତି।
ଦିନିକିଆ ବୋଲରଙ୍କ ମଧ୍ୟରେ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ୬ଟି ୱିକେଟ ନେଇଥିବା ୟୁଜବେନ୍ଦ୍ର ଚହଲ ୪ଟି ସ୍ଥାନ ଉପରକୁ ଉଠି ୧୬ଶ ସ୍ଥାନରେ ପହଞ୍ଚିଛନ୍ତି। ଏହି ଶୃଙ୍ଖଳାରେ ମୋଟ ୧୦୦ ରନ୍‌ କରିବା ସହ ୬ଟି ୱିକେଟ ନେଇ ପ୍ଲେୟର ଅଫ୍ ଦି ସିରିଜ୍‌ ହୋଇଥିବା ହାର୍ଦିକ ପାଣ୍ଡ୍ୟା ଦିନିକିଆ ଅଲ୍‌ରାଉଣ୍ଡର ମାନ୍ୟତା​‌େ​‌ର ୧୩ଟି ସ୍ଥାନ ଉପରକୁ ଉଠି ୮ମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଅଲ୍‌ରାଉଣ୍ଡର ତାଲିକାରେ ବାଂଲାଦେଶର ସାକିବ୍ ଅଲ୍‌ ହାସନ୍ ୧ନଂ ମାନ୍ୟତା ବଜାୟ ରଖିଛନ୍ତି। ଦିନିକିଆ ବ୍ୟାଟ୍‌ସମ୍ୟାନ୍ ତାଲିକାରେ ପାକିସ୍ତାନ ଅଧିନାୟକ ବାବର ଆଜମ୍‌ ୧ନଂ ସ୍ଥାନ ବଜାୟ ରଖିଥିବା ବେଳେ ବିରାଟ କୋହଲି (୪), ରୋହିତ ଶର୍ମା (୫) ଓ ଦକ୍ଷିଣ ଆଫ୍ରିକାର କ୍ବିଣ୍ଟନ୍ ଡି କକ୍ (୬) ଗୋଟିଏ ଲେଖାଏଁ ସ୍ଥାନ ତଳକୁ ଖସିଛନ୍ତି। ପାକିସ୍ତାନର ଇମାମ୍ ଉଲ୍‌ ହକ୍ ୨ୟ ସ୍ଥାନରେ ଥିବା ବେଳେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଶତକ ମାରିଥିବା ଦକ୍ଷିଣ ଆଫ୍ରିକାର ରାସି ଭାନ୍ ଡର୍ ଡ୍ୟୁସେଁ ୩ଟି ସ୍ଥାନ ଉପରକୁ ଉଠି ଜୀବନର ଶ୍ରେଷ୍ଠ ମାନ୍ୟତା ୩ରେ ପହଞ୍ଚିଛନ୍ତି। ଦିନିକିଆରୁ ଅବସର ନେଇଥିବା ଇଂଲଣ୍ଡର ବେନ୍‌ ଷ୍ଟୋକ୍‌ସ ୪ଟି ସ୍ଥାନ ତଳକୁ ଖସି ୧୧ଶ ସ୍ଥାନରେ ପହଞ୍ଚିଛନ୍ତି। ଆହତ ହୋଇ ଖେଳୁନଥିବା ଇଂଲଣ୍ଡର କ୍ରିସ୍‌ ୱକ୍‌ସ ଉଭୟ ଦିନିକିଆ ବୋଲର ଓ ଅଲ୍‌ରାଉଣ୍ଡର ତାଲିକାରେ ୨ଟି ସ୍ଥାନ ତଳକୁ ଖସିଛନ୍ତି। ଏହି ସପ୍ତାହରେ ଟେଷ୍ଟ ମାନ୍ୟତାରେ କୌଣସି ପରିବର୍ତ୍ତନ ହୋଇନାହିଁ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More