ଦିଲ୍ଲୀ ପରି ଓଡ଼ିଶାରେ ଆଜିଠାରୁ ଲାଗୁ ହେଲା ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା

0

ଭୁବନେଶ୍ୱର : ସାରା ବିଶ୍ୱରେ ଏବେ ଆତଙ୍କ ଖେଲାଇଛି ମହାମାରୀ କରୋନା I ଏହି କରୋନାର ମୁକାବିଲା ପାଇଁ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି । ସେଥିପାଇଁ ଆଜିଠାରୁ ସମସ୍ତ ସହରାଂଚଳରେ ଲାଗୁ ହୋଇଛି ଅଡ୍ ଇଭିନ୍ ଫର୍ମୁଲା ଅର୍ଥାତ୍ ଯୁଗ୍ମ ଓ ଅଯୁଗ୍ମ ନିୟମ । ଭିଡ କମାଇବାକୁ ଯାତ୍ରୀ ପରିବହନ କରୁଥିବା ଗାଡି ପାଇଁ ଏହା ଲାଗୁ ହେବ । ବସ୍ , ଟାକ୍ସି ଓ ଅଟୋ ରିକ୍ସା ଏହି ନିୟମ ମାନିବାକୁ ପଡିବ । ତେବେ ଘରୋଇ ବସ୍ ଓ ଜରୁରୀକାଳୀନ ସେବାରେ ନିୟୋଜିତ ଗାଡିକୁ ଏହି କଟକଣାରୁ ବାଦ୍ ଦିଆଯାଇଛି ।
ଗାଡ଼ିର ଶେଷ ନମ୍ବର ଯୁଗ୍ମ-ଅଯୁଗ୍ମକୁ ଧରାଯିବ । ଯେପରି ୨, ୪, ୬, ୮ ଏବଂ ଶୂନ ହେଲେ ଯୁଗ୍ମ, ସେହିପରି ୧, ୩, ୫, ୭ ଏବଂ ୯ ନମ୍ବର ଥିଲେ ଅଯୁଗ୍ମ ଆଧାରରେ ଗଣାଯିବ । ତେବେ ଏହି ନିୟମ କେବଳ ପବ୍ଲିକ୍ ଟ୍ରାନ୍ସପୋର୍ଟ ଭେଇକିଲ୍ ପାଇଁ ଲାଗୁ ହେବ ବୋଲି ସ୍ପଷ୍ଟ କରାଯାଇଛି । ଆଜି ଟ୍ୱିନ୍‌ସିଟିରେ ଅଡ୍‌ ନମ୍ବରର ଗାଡ଼ି ଚାଲୁଥିବାବେଳେ ଆସନ୍ତାକାଲି ଇଭିନ୍‌ ନମ୍ବର ଗାଡ଼ି ଚାଲିବ ।
ରାଜଧାନୀରେ ବିଏମସି, କମିଶନରେଟ୍ ପୋଲିସ ଓ ଆରଟିଓ ଏହାକୁ ନଜର ରଖିବେ । କଟକରେ ମଧ୍ୟ ଲାଗୁ କରିବାକୁ କମିଶନରେଟ୍ ପୋଲସି ବିଜ୍ଞପ୍ତି ପ୍ରକାଶ କରିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More