ସ୍ୱାଧୀନତା ଦିବସରେ ସ୍ୱାଧୀନତା ସଂଗ୍ରାମୀ ଓ ଦିବ୍ୟାଙ୍ଗ ଶିଶୁଙ୍କ ସହ ସମୟ କାଟିଲା ଓଡିଶା ଅପଡେଟ

0

ପ୍ରତି ବର୍ଷ ପରି ଚଳିତ ବର୍ଷ ୭୩ ତମ ସ୍ୱାଧୀନତା ଦିବସ ଅବସରେ  ସ୍ୱାଧୀନତା ସଂଗ୍ରାମୀ ଓ ଦିବ୍ୟାଙ୍ଗ ଶିଶୁଙ୍କ ସହ ସମୟ କାଟିଲା ଓଡିଶା ଅପଡେଟ I ମୁଁ ପରିବର୍ତନ ହେଲେ ସସମାଜ ପରିବର୍ତନ ହେବ I ଦେଶ ,ରାଜ୍ୟ ଓ ଗରିବ ଗୁରୁବାଙ୍କ ପାଇଁ ସବୁବେଳେ କିଛି ସମୟ କାଢି ସେମାନଙ୍କର ସେବା କରିବି I ମହାପୁରୁଷ ଗାନ୍ଧୀ , ଗୋପବନ୍ଧୁ , ମଧୁସୂଦନଙ୍କ ନୀତି ଆଦର୍ଶକୁ ଅନୁସରଣକାରୀ କାମ କରିବି I ମୋର ଲକ୍ଷ ହେବ ସେବା ଯୋଗାଇବା I ଓଡିଶା ଅପଡେଟ , ଲୋକାଶକ୍ତି ଓ ବିଶିଷ୍ଟ  ସମାଜସେବି ରମେଶ ଚନ୍ଦ୍ର ଶତପଥିଙ୍କ ଏହି ଆହ୍ୱାନକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ଓଡିଶା ଅପଡେଟ ,ଲୋକାଶକ୍ତି , ନୀଳାଚଳ ଏନର୍ଜିର ସମସ୍ତ କର୍ମକର୍ତ୍ତାମାନେ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ସେବା କି ମାନବିକତାକୁ ପାଥୟ କରି ସମାଜର ବିଭିର୍ନ ବର୍ଗର ଲୋକଙ୍କୁ ସେବା ଦେବା ପାଇଁ ଯୋଡି ହୁଅନ୍ତି I ୭୩ ତମ ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱରର ଅନ୍ଧ ଭୀମଭୋଇ ସ୍କୁଲ ଓ ସ୍ୱାଧୀନତା ସଂଗ୍ରାମୀ ଭବନରେ ସ୍ୱାଧୀନତା ଦିବସ ପାଳନ କରିଥିଲେ I ଏହି ଅବସରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ବିଛଣା ଓ ଫଳ ବଣ୍ଟନ କରାଯାଇଥିଲା I ଏହାସହ ଖବର ମାଧ୍ୟମରେ ସେମାନଙ୍କ ସମସ୍ୟାକୁ ସରକାରଙ୍କ ପାଖରେ ପହଁଚାଇବା ପାଇଁ ଓଡିଶା ଅପଡେଟ ସବୁବେଳେ ଗୁରୁତ୍ୱ ଦେବ ବୋଲି ଶ୍ରୀ ଶତପଥୀ କହିଥିଲେ I କେବଳ ସେତିକି ନୁହେଁ ପ୍ରତି ବର୍ଷ ପରି ଏଥର ମଧ୍ୟ ସ୍ୱାଧୀନତା ଦିବସରେ ଗରିବ ଗୁରୁବା ମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ସୁଖ ଦୁଃଖରେ ସାମିଲ ହୋଇଥିଲେ ପରିବାର ସମସ୍ତ ସଦସ୍ୟମାନେ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More