ନୃସିଂହନାଥ ମନ୍ଦିର ପରିଦର୍ଶନ କରିବା ସହ ଉନ୍ନତି କାର୍ଯ୍ୟର ସମୀକ୍ଷା କରିଛନ୍ତି ୫T ସଚିବ ।

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଫୋକସ୍‌ରେ ରହିଛି ପଶ୍ଚିମ ଓଡ଼ିଶା । ବିଭିନ୍ନ ଐତିହ୍ୟ କ୍ଷେତ୍ରର ହେବ ରୂପାନ୍ତରଣ। ଏନେଇ ଆଜି ବରଗଡ଼ ଓ ବଲାଙ୍ଗୀର ଗସ୍ତରେ ଯାଇଛନ୍ତି 5-T ସଚିବ ଭିକେ ପାଣ୍ଡିଆନ୍ । ପ୍ରଥମେ ବରଗଡ଼ରେ ପହଞ୍ଚି ପାଇକମାଳ ନୃସିଂହନାଥ ମନ୍ଦିର ପରିଦର୍ଶନ କରିବା ସହ ଉନ୍ନତି କାର୍ଯ୍ୟର ସମୀକ୍ଷା କରିଛନ୍ତି ୫T ସଚିବ ।

ସାଙ୍ଗରେ ଅଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପୂର୍ବତନ ମୁଖ୍ୟ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା । ବରଗଡରେ ନୃସିଂହନାଥଙ୍କ ଦର୍ଶନ କରିବା ସହ ମନ୍ଦିର ପରିସର ବୁଲି ଦେଖିଛନ୍ତି । ମନ୍ଦିରର ବିକାଶ ପାଇଁ ମନ୍ଦିର କମିଟି ପକ୍ଷରୁ ଧର୍ମଶାଳାର ନବୀକରଣ ଏବଂ ନୂତନ ଧର୍ମଶାଳା ନିର୍ମାଣ, ନୃସିଂହନାଥ-ହରିଶଙ୍କର ରୋପ ୱେ ନିର୍ମାଣ, ଯାତ୍ରୀ ପ୍ରତୀକ୍ଷାଳୟ, ନୂତନ ଇକୋ ପାର୍କ, ଶିଶୁ ଉଦ୍ୟାନ, ନୂତନ ଅଫିସ ଗୃହ ନିର୍ମାଣ ପରି ୨୦ଟି ପ୍ରସ୍ତାବ 5T ସଚିବଙ୍କୁ ଦିଆଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More