କାର୍ତ୍ତିକ ମାସ ପଞ୍ଚୁକରେ ନିଳାଚଳ ଏନର୍ଜି ସେବା ପ୍ରତିଷ୍ଠାନ ତରଫରୁ ହବିଷ୍ୟାଳିଙ୍କୁ ଫଳବଣ୍ଟନ

0

ପୁରୀ : ନିଳାଚଳ ଏନର୍ଜି ସେବା ପ୍ରତିଷ୍ଠାନ ପକ୍ଷରୁ ପ୍ରତିବର୍ଷ ପରି ଏବର୍ଷ ସେବା ହିଁ ମାନବିକତା ବାର୍ତ୍ତାକୁ ନେଇ ପୁରୀରେ ହବିଷ୍ୟାଳିଙ୍କୁ ଫଳ ବଣ୍ଟନ କରାଯାଇଛି । ରାଜ୍ୟର ବିଭିନ୍ନ କୋଣରୁ ଆସିଥିବା ହଜାର ହଜାର ହବିଷ୍ୟାଳିଙ୍କୁ ନିଳାଚଳ ଏନର୍ଜି ସେବାପ୍ରତିଷ୍ଠାନ ପକ୍ଷରୁ କିଛି ସହଯୋଗ କରିବାକୁ ପ୍ରୟାସ କରାଯାଇଛି । ନିଳାଚଳ ଏନର୍ଜି ସେବା ପ୍ରତିଷ୍ଠାନର ଅଧକ୍ଷ ତଥା ବିଦ୍ୟୁତ ଉପଭୋକ୍ତା ମହାସଂଘର ସଭାପତି ରମେଶ ଚନ୍ଦ୍ର ଶତପଥି , ପରିଚାଳନା ନିର୍ଦ୍ଦେଶକ ଦୟାନିଧି ସାମଲ, ଫେଡ଼କୋର ବରିଷ୍ଠ ଅଧିକାରୀ ବିଶ୍ୱଜିତ ପରିଜା ପ୍ରମୁଖ ସାମିଲ ହୋଇ ହବିଷ୍ୟାଳୀଙ୍କ ସହ ଆଲୋଚନା କରିବା ସହ ସମସ୍ତଙ୍କୁ ଫଳ ବଣ୍ଟନ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା କ୍ୟାମ୍ପରେ ଏହି ଫଳ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା । ରଥଯାତ୍ରା ସମୟ ହେଉ ଅବା କାର୍ତ୍ତିକ ପୂର୍ଣ୍ଣିମା ସବୁବେଳେ ପୁରୀକୁ ଆସୁଥିବା ଭକ୍ତମାନଙ୍କୁ ସେବା ଯୋଗାଇ ଦେବା ପାଇଁ ପ୍ରୟାସ କରିଥାଏ ନିଳାଚଳ ଏନର୍ଜି ସେବା ପ୍ରତିଷ୍ଠା । ସଂସ୍ଥାର ଏପରି ସେବା ମନବୃତି ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ନିଳାଚଳ ଏନର୍ଜିକୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଛି । ଲୋକଙ୍କ ପାଇଁ କିଛି କରିବା ପାଇଁ ସବୁବେଳେ ନିଜର ପ୍ରୟାସ ଜାରୀ ରଖିଥାଏ ନିଳାଚଳ ଏନର୍ଜି ସେବା ପ୍ରତିଷ୍ଠା । ଖରା ଦିନରେ ଜଳଛତ୍ର, ରଥଯାତ୍ରା ସମୟେରେ ଅନ୍ନଭୋଜନ ବ୍ୟବସ୍ଥା, ସଫେଇ କାମ, ବୃକ୍ଷରୋପଣ, ନିରାଶୟମାନଙ୍କୁ ଆଶ୍ରୟ ଦେବା , ଅନାଥ ପିଲାମାନଙ୍କ ସହ ସ୍ୱାଧୀନତା ଦିବସ ଓ ବିଭିନ୍ନ ପର୍ବପର୍ବାଣି ପାଳିବା, ଅସୁବିଧାରେ ଥିବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପାଇଁ ବିିଭିନ୍ନ ସହଯୋଗର ହାତ ବଢାଇବା ପାଇଁ ସବୁବେଳେ ନିଜର ପ୍ରଚେଷ୍ଟା ଜାରୀ ରଖିଛି ନିଳାଚଳ ଏନର୍ଜି ସେବା ପ୍ରତିଷ୍ଠାନ । କମ୍ପାନୀର ଲାଭଅଂଶ ସବୁବେଳେ ଗରିବ ଲୋକମାନଙ୍କ ସେବା ଓ ସମାଜର ମଙ୍ଗଳ ପାଇଁ ଖର୍ଚ୍ଚ କରିବାକୁ କମ୍ପାନୀର ଅଧକ୍ଷ ରମେଶ ଶତପଥି ଓ ପରିଚଳାନା ନିର୍ଦ୍ଦେଶ ଦାୟନିଧି ସାମଲ ପଣ କରିଛନ୍ତି । ଏହି ଅନୁସାରେ ପ୍ରତିବର୍ଷ ଏପରି କାର୍ଯ୍ୟକ୍ରମ ହାତକୁ ନିଏ ନିଳାର୍ଜି ସେବା ପ୍ରତିଷ୍ଠାନ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More