ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୫୦ଜଣଙ୍କ ମୃତ୍ୟୁ

0

ନୂଆଦିଲ୍ଲୀ: ନାଇଜେରିଆରେ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି । ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୫୦ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଗୁଳିକାଣ୍ଡରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପରି ଏକ ଘଟଣା ସେଣ୍ଟ ଫ୍ରାନ୍ସିସ ଚର୍ଚ୍ଚରେ ଘଟିଥିବା ବେଳେ ଦୁର୍ବୃତ୍ତ ମାନଙ୍କ ଏପରି କାଣ୍ଡ ସମସ୍ତଙ୍କୁ ଚକିତ କରିଛି ।
ମିଳିଥିବା ସୂଚନା ଅନୁଯାୟୀ ଦୁର୍ବୃତ୍ତ ମାନେ ହାତରେ ମାରଣାସ୍ତ୍ର ଧରିବା ସହ ହଠାତ୍‌ ଚର୍ଚ୍ଚ ଭିତରକୁ ପ୍ରବେଶ କରିଥିଲେ । ଚର୍ଚ୍ଚ ଭିତରେ କେହି କିଛି ବୁଝିବା ଆଗରୁ ଦୁର୍ବୃତ୍ତ ମାନେ ଆଖିବୁଜା ଗୁଳିଚାଳନା ଆରମ୍ଭ କରିଥିଲେ । ଏଥିରେ ପ୍ରାୟ ୫୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କିଛି ଶିଶୁ ଥିବା ଜଣାପଡ଼ିଛି । ଅନେକ ଲୋକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଖାଲି ସେତିକି ନୁହେଁ ଦୁର୍ବୃତ୍ତ ମାନେ ଗୁଳିକାଣ୍ଡ ଘଟାଇବା ପରେ ଘଟଣାସ୍ଥଳରେ ବିସ୍ଫୋରଣ କରିଛନ୍ତି । ହେଲେ ଏହା କେଉଁ କାରଣରୁ ହୋଇଛି ତାହା ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More