ଟ୍ରାଫିକ ନିୟମ ହେଲା କଡ଼ାକଡ଼ି : ଆମ୍ବୁଲାନ୍ସୁ ନଛାଡ଼ିଲେ ୧୦ହଜାର ତଣ୍ଡ

0

ଆଜିଠାରୁ ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ଯେଉଁମାନେ ଟ୍ରାଫିକ ନିୟମ ଉଲଘଂନ କରିବେ ସେମାନଙ୍କୁ ତଣ୍ଡ ଦେବାକୁ ପଡ଼ିବ । ରାଜଧାନୀ ଭୁବନେଶ୍ୱରରେ ଏହି ନିୟମ କଡ଼ାକଡ଼ି ପାଳନ କରାଯାଇଛି । କେନ୍ଦ୍ର ସରକାରଙ୍କ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳ ଦ୍ବାରା ଗତ ଅଗଷ୍ଟ ୨୯ ତାରିଖରେ ମୋଟର ଯାନ ଆଇନ ୧୯୮୮ରେ ସଂଶୋଧନ କରାଯାଇଛି । ଓଡିଶାରେ ସଂଶୋଧିତ ବ୍ୟବସ୍ଥା ଆସନ୍ତା କାଲି ଅର୍ଥାତ ସେପ୍ଟେମ୍ବର ୧ ତାରିଖରୁ ଲାଗୁ କରାଯିବ । ସଡକ ସୁରକ୍ଷା ତଥା ପରିବହନ ବିଭାଗ ଦ୍ବାରା ଜନସାଧାରଣଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ସେବାକୁ ସୁଗମ କରିବା ମୋଟର ଯାନ ସଂଶୋଧନ ଆଇନ ୨୦୧୯ର ମୁଖ୍ୟ ଲକ୍ଷ୍ୟ ବୋଲି ରାଜ୍ୟ ବାଣିଜ୍ୟ ଓ ପରିବହନ ସଚିବ ଜି.ଶ୍ରୀନିବାସ କହିଛନ୍ତି ।
ଏଣିକି ସାଧାରଣ ଟ୍ରାଫିକ ଆଇନ ଉଲଂଘନ କଲେ ୧୦୦ ଟଙ୍କା ନୁହେଁ ୫୦୦ ଟଙ୍କା ଫାଇନ ଦେବାକୁ ପଡିବ । ଦ୍ବିତୀୟ ଥର ସେହି ସମାନ ଉଲଂଘନ କଲେ ୧୫୦୦ ଟଙ୍କା ଫାଇନ ଦେବାକୁ ପଡିବ । ସ୍ବଇଚ୍ଛାରେ ସୂଚନା ନଦେଲେ ୨୦୦୦ ଟଙ୍କା ଫାଇନ ପଡିବ । ହାଲୁକା ଗାଡିରେ ଦ୍ରୁତ ଗତିରେ ଗାଡି ଚଳାଇଲେ ୪୦୦ ବଦଳରେ ୨୦୦୦ ଟଙ୍କା ତଣ୍ଡ ଗଣିବେ । ଦ୍ବିତୀୟ ଥର ଦ୍ରୁତ ଗାଡି ଚାଳନା ବେଳେ ଧରା ପଡିଲେ ଦ୍ବିଗୁଣା ଅର୍ଥାତ ୪ହଜାର ଟଙ୍କା ଦେବେ । ଓଜନିଆ ଗାଡିରେ ଦ୍ରୁତ ଗତିରେ ଗଲେ ୪ହଜାର ଟଙ୍କା ତଣ୍ଡ ଗଣିବେ । ସେହିଭଳି ବିପଦପୂର୍ଣ୍ଣ ଡ୍ରାଇଭିଂ, ରେଡ ଲାଇଟ ଉଲଂଘନ, ଷ୍ଟପ ସିଗନାଲର ଉଲଂଘନ, ନୋ ଓଭରଟେକିଂ ଜୋନରେ ଓଭରଟେକ, ରଙ୍ଗ ରାସ୍ତାରେ ଗାଡି ଚାଳନା ଆଦି ପାଇଁ ୫୦୦୦ ଟଙ୍କା ଫାଇନ ପଡିବ । ସେହିପରି ଗାଡି ଚାଳକ ଓ ପ୍ୟାସେଞ୍ଜର ସିଟ ବେଲ୍ଟ ପିନ୍ଧିନଥିଲେ ହଜାରେ ଟଙ୍କା, ଦୁଇ ଚକିଆ ଯାନରେ ଦୁଇରୁ ଅଧିକ ଆରୋହୀ ଥିଲେ, ଦୁଇ ଚକିଆ ଯାନରେ ପିଲିଅନ ରାଇଡର ବା ପଛରେ ବସିଥିବା ଆରୋହୀ ହେଲମେଟ ପିନ୍ଧିନଥିଲେ ହଜାରେ ଟଙ୍କା ଫାଇନ ଦେବେ ।
ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡିର ରାସ୍ତା ଅବରୋଧ କଲେ ୧୦ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡିବ ।ବର୍ତ୍ତମାନ ଲାଗୁ କରାଯାଇଥିବା ଜୋରିମାନା ବା ଶାସ୍ତି ମୋଟରଯାନ ଆଇନ ଉଲଂଘନକାରୀମାନଙ୍କୁ ଟ୍ରାଫିକ ନିୟମ ଭାଙ୍ଗିବାରୁ ନିବୃତ କରାଇବା, ମଦ୍ୟପାନ କରି ଗାଡି ଚଳାଇବା, ଡ୍ରାଇଭିଂ ଲାଇସେନ୍ସ ନଥାଇ ଚଳାଇବା, ବିପଦପୂର୍ଣ୍ଣ ଗାଡି ଚାଳନା, ଦ୍ରୁତଗତିରେ ଗାଡି ଚଳାଇବା, ହେଲମେଟ ନଥାଇ ଗାଡି ଚଳାଇବା, ଓଭରଲୋଡିଂ ଗାଡି ଚାଳନା, ସିଟ ବେଲ୍ଟ ନଥାଇ ଗାଡି ଚାଳନା ଇତ୍ୟାଦି ପାଇଁ ଉକ୍ତ ଆଇନରେ ବର୍ଦ୍ଧିତ ଜୋରିମାନା ଓ ଦଣ୍ଡର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଆଇନ ଉଲଂଘନକାରୀମାନଙ୍କୁ ଇଲୋକ୍ଟ୍ରୋନିକ୍ସ ଯନ୍ତ୍ର ମାଧ୍ୟମରେ ଚିହ୍ନଟ କରାଯିବାର ବ୍ୟବସ୍ଥା ମଧ୍ୟ ଅଛି । ପୁନଶ୍ଟ ଅପ୍ରାପ୍ତ ବୟସ୍କ ବା କିଶୋରମାନେ ଗାଡି ଚଳାଇଲେ ଅଭିଭାବକ ବା ମୋଟରଯାନ ମାଲିକମାନେ ଦାୟୀ ରହିବେଏବଂ ଏଥିପାଇଁ ଜୋରିମାନା ଦେବେ ଓ ଆବଶ୍ୟକସ୍ଥଳେ ଦଣ୍ଡ ଭୋଗିବେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More