ଆସୁଛି ନୂଆ ଲକ୍ ଡାଉନ ୪.୦

0

ନୂଆଦିଲ୍ଲୀ : ଦେଶରେ କରୋନାର ସ୍ଥିତକୁ ଦେଖି ଲକ୍ ଡାଉନ ଅବଧି ବୃଦ୍ଧି ହେବ । ଦେଶକୁ ସମ୍ବୋଧନ କରିବା ସମୟରେ ଏ ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତା ୧୭ତାରିଖରେ ଲକ୍ ଡାଉନ ୩.୦ ଶେଷ ହେବ। କରୋନା ସମ୍ବନ୍ଧରେ ଆଜି ଦେଶକୁ ପଞ୍ଚମ ଥର ପାଇଁ ଲୋକଙ୍କ ସାମ୍ନାକୁ ଆସିଥିଲେ ମୋଦି । ଏହାସହ ଦେଶରେ କରୋନାର ଗମ୍ଭୀରତା ବିଷୟରେ ଲୋକଙ୍କୁ କହିଥିଲେ । ଏକ ନୂଆ ରଙ୍ଗ ନୂଆ ରୂପରେ ଲକ୍ ଡାଉନ ୪.୦ ଦେଶବାସୀଙ୍କ ସାମ୍ନାକୁ ଆସିବ । ଏ ବାବଦରେ ୧୮ ତାରିଖ ପୂର୍ବରୁ ସବିଶେଷ ତଥ୍ୟ ସମସ୍ତଙ୍କୁ ଜଣାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏଯାଏଁ ଦେଶରେ ତିନିଥର ପାଇଁ ଲକ୍ ଡାଉନ ବଢିସାରିଲାଣି । ଲକ୍ ଡାଉନ ତିନିରେ ସାରା ଦେଶକୁ ତିନୋଟି ଜୋନରେ ଭାଗ କରାଯାଇ ଛି। ସ୍ଥିତ ଅନୁସାରେ ସେଠାରେ ଲୋକଙ୍କ ପାଇଁ ନିୟମରେ ପରିବର୍ତ୍ତନ କରାଯାଇ କରୋନା ମୁକାବିଲା କରାଯାଉଛି । ଗତକାଲି ୩୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରାୟ ୬ ଘଣ୍ଟା ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଏଥିରେ କିଛି ରାଜ୍ୟ ଲକ୍ ଡାଉନ ବୃଦ୍ଧି କରିବା ସପକ୍ଷରେ ମତ ଦେଇଥିଲେ । ସେ ସବୁକୁ ଗମ୍ଭୀରତାର ସହ ନେଇଛନ୍ତି ମୋଦୀ । ଚଳିତ ଲକ୍ ଡାଉନ ଆସନ୍ତା ୧୭ ତାରିଖରେ ଶେଷ ହେବାକୁ ଯାଉଛି । ତେଣୁ ଆଜି ପ୍ରଧାନମନ୍ତ୍ରୀ ଲକ୍ ଡାଉନ ବୃଦ୍ଧି ହେବ ବୋଲି ଘୋଷଣା କରିଛନ୍ତି । ହେଲେ ଦେଖିବା ବାକି ରହିଲା ଏହାର ନିୟମ ଓ ସର୍ତାବଳି କଣ ରହୁଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More