ସ୍ୱଳ୍ପ ବେତନରେ ବର୍ଷ ବର୍ଷ ଧରି କାମ କରୁଥିବା NESCO ର ମିଟର ରିଡର ମାନଙ୍କ ମୁଣ୍ଡରେ ଚଡକ : ରାଜ୍ୟ ସରକାରଙ୍କ ନିଷ୍ପତି କାର୍ଯ୍ୟକାରୀ ହେବାକୁ ଯାଉଛି ; SHG ମାନେ ଏଣିକି NESCO ରେ ମିଟର ରିଡିଂ କରିବେ I

0

ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ ବିଲ ଲୋକମାନଙ୍କ ପାଖରେ ପହଁଚାଇବା ଓ ବିଦ୍ୟୁତ ଶୁଳ୍କ ଆଦାୟ କରିବା ପାଇଁ ବିଦ୍ୟୁତ ବୋର୍ଡ କୁ ଭାଙ୍ଗି ରାଜ୍ୟ ସରକାର ୧୯୯୫ ମସିହାରେ ଆରମ୍ଭ କଲେ ବିଦ୍ୟୁତ ବିଭାଗର ବିଦ୍ୟୁତ ସଂସ୍କାର I ଦୀର୍ଘ ୨୦ ବର୍ଷ ବିତିଯାଇଥିଲେ ମଧ୍ୟ ଶତକଡା ୧୦୦% ଭାଗ ବିଦ୍ୟୁତ ଗ୍ରାହକଙ୍କ ପାଖରେ ବିଦ୍ୟୁତ ବିଲ ପହଂଚି ପାରିଲା ନାହିଁ I ଓଡ଼ିଶାରେ ୪ଟି ବିଦ୍ୟୁତ ବିତରଣ କମ୍ପାନୀ ଯାହା ସୃଷ୍ଟି କରାଯାଇଥିଲା , ସେହି କମ୍ପାନୀ ଗୁଡିକର ପରିଚାଳନ ଭାର ନେଇଥିବା ଏଇଏସ କମ୍ପାନୀ ଓ ରିଲାଏନ୍ସ କମ୍ପାନୀର ଠିକ କାର୍ଯ୍ୟ ଦକ୍ଷତା ଦେଖାଇ ନପାରିବା ଯୋଗୁ ସେମାନଙ୍କୁ ବିଦା କରାଯାଇଛି I ତଥାପି ମଧ୍ୟ ରାଜ୍ୟ ସରକାରଙ୍କ ମୁଣ୍ଡରେ ବୁଦ୍ଧି ପଶିଲା ନାହିଁ I GRIDCO ର ୮ ହଜାର କୋଟି ଟଙ୍କା ବର୍ତମାନ ରାଜ୍ୟର ବିଦ୍ୟୁତ ଗ୍ରାହକଙ୍କ ଉପରେ ବାକି ପଡିଛି I ଏପରି ଏକ ପରିସ୍ଥିତିରେ ରାଜ୍ୟ ସରକାର ଆଉ ଗୋଟିଏ ପଦକ୍ଷପ ନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ଜରିଆରେ ବିଦ୍ୟୁତ ବିଲ ଆଦାୟ କରିବାର କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦେଇଛନ୍ତି I ଏଥିପାଇଁ ବିଭିର୍ନ ଜିଲ୍ଲାପାଳମାନେ ବିଭିର୍ନ ସ୍ଥାନରେ ସଭା ସମିତି ମାନ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଉତ୍ସାହିତ କରିବାରେ ଲାଗିଗଲେଣି I ସେହିମଧ୍ୟରେ ଗଂଜାମ ଏବଂ ବାଲେଶ୍ୱର ଜିଲ୍ଲାପାଳମାନେ ଆଗରେ ଅଛନ୍ତି I ଏହା ଯଦି କାର୍ଯ୍ୟକାରୀ ହୁଏ ଏବଂ ବିଦ୍ୟୁତ ବିତରଣ କମ୍ପାନୀମାନଙ୍କର କ୍ଷତି ହୁଏ ତାହାହେଲେ ସେଥିପାଇଁ କିଏ ଉତ୍ତରଦାୟୀ ହେବେ ? ତାହା ସ୍ଥିର ହେବା ଉଚିତ I ଏହା ସଂଗେ ସଂଗେ ସ୍ୱଳ୍ପ ବେତନରେ କାର୍ଯ୍ୟ କରୁଥିବା ମିଟର ରିଡ଼ର ମାନଙ୍କୁ କିପରି ଥଇଥାନ କରାଯିବ ସେ ବିଷୟ ମଧ୍ୟ ରାଜ୍ୟ ସରକାର ଚିନ୍ତା କରିବା ଉଚିତ I ତା ନହେଲେ ଝୀଂଟିକା ମାରି ବଣି ପୋଶିବା ପରି କାର୍ଯ୍ୟ ହେଵ ସିନା ବିଦ୍ୟୁତ ଗ୍ରାହକଙ୍କର କିଛି ଲାଭ ହେବ ନାହିଁ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More