କରୋନା ପ୍ରଭାବ : ଘୁଞ୍ଚିଲା NEET ପରୀକ୍ଷା ତାରିଖ

0

ଭୁବନେଶ୍ୱର : ସାରା ଦେଶରେ ମହାମାରୀ କରୋନାକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶ ତମାମ୍‌ ୨୧ ଦିନିଆ ଲକ୍‌-ଡାଉନ୍‌ ଘୋଷଣା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଡାକ୍ତରୀ ସ୍ନାତକ ନାମଲେଖା ପ୍ରବେଶିକା ପରୀକ୍ଷା ‘ନିଟ୍‌’ National Eligibility cum Entrance Test- UnderGraduate (NEET UG) 2020 ଓ ଇଞ୍ଜିନିୟରିଂ ସ୍ନାତକ ପ୍ରବେଶିକା ପରୀକ୍ଷା ‘ଜେଇଇ-ମେନ୍‌’କୁ ସ୍ଥଗିତ ରଖିଛନ୍ତି । ଏନେଇ National Testing Agency (NTA) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡାକ୍ତରୀ ସ୍ନାତକ ନାମଲେଖା ପ୍ରବେଶିକା ପରୀକ୍ଷା ‘ନିଟ୍‌’ ଓ ଇଞ୍ଜିନିୟରିଂ ସ୍ନାତକ ପ୍ରବେଶିକା ପରୀକ୍ଷା ‘ଜେଇଇ-ମେନ୍‌’କୁ ସ୍ଥଗିତ ରଖିଛନ୍ତି । ଏହାକୁ ମଇ ଶେଷ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ; ତେବେ ନିର୍ଦ୍ଧିଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ । ପରବର୍ତ୍ତି ସମୟରେ ସାନି ପରୀକ୍ଷା ତାରିଖ ଘୋଷଣା ହେବ ବୋଲି କେନ୍ଦ୍ର ମାନବସମ୍ବଳ ବିଭାଗ ମନ୍ତ୍ରୀ ରମେଶ ପୋଖରିୱାଲ ‘ନିଶାଙ୍କ’ କହିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More