ଆଜି ସନ୍ଧ୍ୟାରେ ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ : ୨୦ରୁ ଅଧିକ ମନ୍ତ୍ରୀ ହେବେ ସାମିଲ

0

ଆଜି ସନ୍ଧ୍ୟାରେ ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ I ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଆଜି ସନ୍ଧ୍ୟା ୬ଟାରେ ଏହି ସଂପ୍ରସାରଣ ଓ ଅଦଳବଦଳ ହୋଇପାରେ । ବୁଧବାର ପୂର୍ବାହ୍ନ ୧୧ଟାରେ କେନ୍ଦ୍ର କ୍ୟାବିନେଟ ବୈଠକ ଡକାଯାଇଛି । ବୈଠକରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣର ରୂପରେଖ ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡିଛି । କୋଭିଡ-୧୯ ନିୟମ ଅନୁପାଳନ ମଧ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ । ସୂଚନାଯୋଗ୍ୟ ଯେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସର୍ବାଧିକ ୮୧ ସଦସ୍ୟ ରହିପାରିବା ବ୍ୟବସ୍ଥା ରହିଥିବାବେଳେ ସଂପ୍ରତି ୫୩ ଜଣ ମନ୍ତ୍ରୀ ଅଛନ୍ତି । ଖବର ଅନୁସାରେ, ଯୁବ ଚେହେରାଙ୍କୁ ଗୁରୁତ୍ୱ ଦେଇପାରନ୍ତି ନରେନ୍ଦ୍ର ମୋଦୀ । ୨୦ ଜଣ ନୂଆ ଚେହେରାକୁ ସାମିଲ କରାଯାଇପାରେ। ଆଉ କିଛି ମନ୍ତ୍ରୀଙ୍କ ବିଭାଗ ଅଦଳବଦଳ ହୋଇପାରେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More