ପୁଣି ଆଗରେ ମୋଦି : ବିଶ୍ୱର ଲୋକପ୍ରିୟ ରାଷ୍ଟ୍ରମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାର ଏକ ଗବେଷଣା ସଂସ୍ଥା ତରଫରୁ ପ୍ରକାଶ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ସାରା ବିଶ୍ୱରେ ଚର୍ଚା ହେଉଥିବାବେଳେ ଆମେରିକା, ଜାପାନ ଓ ବ୍ରାଜିଲ୍ ସମେତ ୧୩ଟି ଦେଶକୁ ନେଇ ଆମେରିକା ସଂସ୍ଥା ପକ୍ଷରୁ କରାଯାଇଥିବାରୁ ଏକ ସର୍ଭେ ରିପୋର୍ଟରୁ ଜଣାପଡିଛିଯେ ଭାରତର ପ୍ରଧାନମନ୍ତ୍ରୀ ବିଶ୍ୱର ଲୋକପ୍ରିୟ ରାଷ୍ଟ୍ରମୁଖ୍ୟ I ଏହା ଭାରତ ପାଇଁ ଏକ ଗର୍ବ ଓ ଗୌରବର ବିଷୟ I
ଆମେରିକାର ଏକ ଗବେଷଣା ସଂସ୍ଥା ଏହି ମାନ୍ୟତା ପ୍ରଦାନ କରିଛି । ଗବେଷଣା ସଂସ୍ଥା ଅନୁସାରେ ୭୫ ପ୍ରତିଶତ ଲୋକ ଶ୍ରୀ ମୋଦୀଙ୍କୁ ଶ୍ରେଷ୍ଠ ଲୋକପ୍ରିୟ ରାଜନେତା ଭାବେ ଅନୁମୋଦନ କରିଛନ୍ତି । ୨୦ ପ୍ରତିଶତ ଲୋକ ନାପସନ୍ଦ କରିଥିବାବେଳେ ୫୫ ପ୍ରତିଶତ ନେଟ୍ ରେଟିଂ ଆଧାରରେ ଶ୍ରୀ ମୋଦୀ ଶୀର୍ଷରେ ରହିଛନ୍ତି I