ବିଜେପୁର ବ୍ୟାଟେଲ : ବିରୋଧୀଙ୍କ ରଣନୀତିକୁ ଫୁସ କରୁଛନ୍ତି ନବୀନ ଙ୍କ ୟଙ୍ଗ ବିଗ୍ରେଡିୟର

0

ଭୁବନେଶ୍ୱର : ବିଜେପୁରରେ କ୍ୟାମ୍ପ କରିଛନ୍ତି ନବୀନ ଙ୍କ ୟଙ୍ଗ ବ୍ରିଗେଡିୟର ପ୍ରଣବ ପ୍ରକାଶ ଦାସ , ଅରୁଣ ସାହୁ , ସଂଜୟ ଦାସବର୍ମା , ସୁଶାନ୍ତ ସିଂ I ଅକ୍ଟୋବର ୨୧ ତାରିଖରେ ହେବାକୁ ଥିବା ଉପ ନିର୍ବାଚନରେ ନବୀନଙ୍କର ଏହି ୪ ଜଣ ୟଙ୍ଗ ବ୍ରିଗେଡିୟର କଂଗ୍ରେସ ଓ ବିଜେପି କୁ ବାଦ ଦେଇ ବିଜେଡି ପ୍ରାଥୀନି ରୀତା ସାହୁଙ୍କୁ ଜିତାଇବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି I ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସିଂ , ଦେବୀ ପ୍ରସାଦ ମିଶ୍ର , ପ୍ରସନ୍ନ ଆଚାର୍ଯ୍ୟ ଓ ଛାମୁଆ ଛାତ୍ର ମହିଳା ସଂଗଠନର ନେତାମାନଙ୍କୁ ସାଙ୍ଗରେ ନେଇ ପ୍ରତି ଘରେ କିପରି ଅଧିକ ପରିମାଣରେ ବିଜେଡି ନାଁରେ ଭୋଟ ପଡିବ ସେନେଇ ଦିନରାତି ଏକ କରିଦେଇଛନ୍ତି I ବିଜେପୁର ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକ ଗାଏସିଲଟ , ବିଜେପୁର , ବରପାଲି ସହିତ ଦୁଇଟି ଏନଏସି ର ଭୋଟ ହାତେଇବା ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ଅଫିସ କରି ନବୀନଙ୍କର ଏହି ୪ ଯୁବ ବିଗ୍ରେଡିୟର ରଣନୀତି ପ୍ରସ୍ତୁତ କରୁଛନ୍ତି I ଯାହା ଏବେ ବିଜେପୁରରେ ବିରୋଧୀଙ୍କୁ ଟେନସନ ଦେଇଛି I ବିଜେପୁରରେ ଡେରା ପକାଇଥିବା ଏହି ଯୁବ ନେତାମାନେ କଳେ ବେଳେ କୌଶଳେ ପୁଣି ଥରେ ବିଜେପୁରରେ ଶଙ୍ଖ ଧ୍ଵନି ବଜାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି I ବିଜେପୁରରେ ମୁଖ୍ୟତଃ ଚାଷୀ , କୁଲଟା ଓ ବୁଣାକାର ସମ୍ପ୍ରଦାୟର ଭୋଟ ହାତେଇବା ପାଇଁ ଘର ଘର ବୁଲି ପ୍ରଚାର କରୁଛନ୍ତି I ଏହାସହ ବିଜେଡି ର ପାଖପାଖି ହଜାରେ ଛୋଟ ବଡ ନେତାଙ୍କୁ ଏମାନେ କଣ୍ଟ୍ରୋଲ କରୁଛନ୍ତି I ଯେଉଁଥି ପାଇଁ ପ୍ରଚାରରେ ଏଯାଏଁ ବିଜେଡି ଆଗରେ ରହିଛି ଅନ୍ୟ ଦୁଇ ଦଳ ଅପେକ୍ଷା I ୨୦୧୮ ଉପନିର୍ବାଚନରେ ବିଜେଡି ପ୍ରାଥୀ ରୀତା ସାହୁଙ୍କୁ ୪୧ ହଜାରରୁ ଅଧିକ ଭୋଟରେ ଜିତାଇବାରେ ଏହି ନେତାମାନଙ୍କର ଭୂମିକା ଥିଲା I ଏଥର ସମାନ ଫର୍ମୁଲାରେ ନବୀନଙ୍କ ନିର୍ଦ୍ଧେଶରେ ଏହି ୪ ଯୁବନେତା ବିଜେପୁର ଗଡ଼ ଅକ୍ତିଆର କରିବା ପାଇଁ ଲାଗିପଡିଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More