ସେବାର ମହତ୍ୱ ବୁଝିଲେ ନବୀନ : ସୁପର ପାୱାର କାମ କରୁଛି

0

ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୦ ବର୍ଷ ର କାର୍ଯ୍ୟ ଶୈଳୀକୁ ସମୀକ୍ଷା କଲେ ଦେଖାଯାଉଛି ଯେ , ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ନବୀନ ପଟ୍ଟନାୟକଙ୍କୁ ନେଇ ବିଜୁ ଜନତା ଦଳ ଗଢ଼ିଥିବା ବରିଷ୍ଠ ନେତାମାନଙ୍କ ମଧ୍ୟରୁ ଅଧିକାଂଶ ଆଉ ନବୀନ ପଟ୍ଟନାୟକଙ୍କ ସାଙ୍ଗରେ ନାହାନ୍ତି I ଏପରିକି ସେମାନେ ନିଜକୁ ଜଣେ ଜଣେ ବିଶିଷ୍ଟ ନେତା ବୋଲି ରାଜ୍ୟରେ ପ୍ରଚାର କରି ବିଜୁ ଜନତା ଦଳ କୁ କବଜାରେ ରଖିବା ପାଇଁ ଚେଷ୍ଟା ଚଳାଇଥିଲେ I ସେମାନଙ୍କ ମଧ୍ୟରୁ କେତେକ ବହୁ ଆସ୍ଫାଳନ କରୁଥିଲେ ଯେ , ସେମାନଙ୍କ ବିନା ନବୀନ ପଟ୍ଟନାୟକ ସରକାର ଚଳାଇବା ସମ୍ଭବ ନୁହେଁ I ହେଲେ ଦୀର୍ଘ ୨୦ ବର୍ଷ ମଧ୍ୟରେ ସବୁକିଛି ଓଲଟ ପାଲଟ ହୋଇଯାଇଛି I ସେହି ଲୋକମାନେ ଯେତେ ତମ୍ବିତୋଫାନ କଲେ ମଧ୍ୟ ତାହା ଲୋକମାନଙ୍କ ମନକୁ ଛୁଇଁ ପାରିନାହିଁ I ଓଡ଼ିଶାରେ ଜନ ସାଧାରଣଙ୍କ ଦ୍ୱାରା ପ୍ରତ୍ୟକ୍ଷୀତ ହୋଇଛନ୍ତି I ଏବେବି ଲୋକମନେ ସେମାନଙ୍କୁ ଭୁଲିଗଲେଣି I ନିକଟରେ ବିଜେପୁର ଉପନିର୍ବାଚନରେ ସର୍ଵାଧିକ ଭୋଟ ବ୍ୟବଧାନରେ ପୁନଃ ନିର୍ବାଚିତ ହେଲେ ବିଜେଡି ପ୍ରାଥୀ ରୀତା ସାହୁ I ଏବିଷୟରେ ମତାମତ ଦେଇ ଓଡିଶାର ବିରୋଧୀ ଦଳର ନେତା ପ୍ରଦୀପ୍ତ କୁମାର ନାୟକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଯେ , ନବୀନ ପଟ୍ଟନାୟକ ଜିତିବା କ୍ଷେତ୍ରରେ ଏକ ସୁପର ପାୱାର କାମ କରୁଛି I ବର୍ତ୍ତମନ ପ୍ରଶ୍ନ ଉଠୁଛି ଏହି ସୁପର ପାୱାର ଟି କଣ ..? ଯେଉଁ ସୁପର ପାୱାର ବଳରେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ପଛରେ ପକାଇ ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ନିର୍ବଚନୀ ବୈତରଣୀ ପାର ହୋଇ ଚାଲିଛନ୍ତି I ତାହା ଆଉ କିଛି ନୁହେଁ, ବରିଷ୍ଠ ନାଗରିକଙ୍କର ଆର୍ଶୀବାଦ ଓ ଲୋକଙ୍କୁ ସେବା କରିବା ହେଉଛି ଏହି ସୁପର ପାୱାର I ଏହାକୁ ଆମ ସମସ୍ତଙ୍କୁ ଗ୍ରହଣ କରିବାକୁ ପଡିବ I କାରଣ ମହାଭାରତ ଯୁଗରେ କୁନ୍ତୀଙ୍କର ଆର୍ଶୀବାଦ ପାଣ୍ଡବ ମାନଙ୍କ ଉପରେ ସବୁବେଳେ ଥିଲା I ସେହିପରି ଲୋକମନଙ୍କର ମଧ୍ୟ ପାଣ୍ଡବ ମାନଙ୍କ ପ୍ରତି ସଦିଛା ଥିଲା I ଭାରତ ବର୍ଷରେ ନରେନ୍ଦ୍ର ମୋଦି ସରକାର ଆସିଲା ପରେ ଜଣାପଡ଼ିଲାଯେ , ମୋଦି ନିର୍ବାଚନକୁ ଯିବା ପୂର୍ବରୁ ଓ ନିର୍ବାଚନ ପରେ ମା ହୀରାବେନଙ୍କୁ ଭେଟି ତାଙ୍କର ଆର୍ଶୀବାଦ ନେଉଥିଲେ I କେବଳ ସେତିକି ନୁହେଁ , ପ୍ରଥମେ ନିର୍ବାଚିତ ହେଲା ପରେ ପ୍ରତି ଘରେ ପାଇଖାନା ନିର୍ମାଣ କରିବାର ଯୋଜନା ଦ୍ୱାରା ଦେଶର ମହିଳା ମାନଙ୍କର ଆର୍ଶୀବାଦ ମଧ୍ୟ ପଡିଛି I ସେହିପରି ନବୀନ ପଟ୍ଟନାୟକ ଆଉ ଦୁଇ ପାଦ ଆଗେଇଯାଇ ରାଜ୍ୟ ର ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିର୍ନ ତୀର୍ଥ ଯାତ୍ରା ଯୋଜନା , ଯେଉଁମାନେ କେବେ ରେଳ ଯାତ୍ରା କରିନଥିଲେ ବା ରେଳ ଯାତ୍ରା କରିବାର ସକ୍ଷମ ନଥିଲା, ସେମାନେ ବିନା ପଇସାରେ ତୀର୍ଥ ଯାତ୍ରା କରି ନିଜ ପିଲାଙ୍କର ଶୁଭ ମନାସିବା ସଂଗେ ସଂଗେ , ନବୀନ ପଟ୍ଟନାୟକ ଙ୍କୁ ଅଶେଷ ଆର୍ଶୀବାଦ ଦେଉଥିଲେ I ସେହିପରି ପ୍ରତି ବର୍ଷ କାର୍ତ୍ତିକ ମାସରେ ବୃଦ୍ଧା ମାନଙ୍କୁ ଅଭଡ଼ା ଯୋଜନାରେ ସାମିଲ କରି ବିନା ପଇସାରେ କାର୍ତ୍ତିକ ମାସ ସାରା ପୁରୀରେ ରହିବା, ଅଭଡ଼ା ଖାଇବା ଓ ଜଗନ୍ନାଥଙ୍କ ରାଧାଦାମୋଦର ବେଶ ଦର୍ଶନ କରିବା କାର୍ଯ୍ୟ ପ୍ରଶାସନିକ ଅଫିସର ମାନଙ୍କ ଦ୍ୱରା ଆରମ୍ଭ କରିଛନ୍ତି I ଅଭଡ଼ା ଯୋଜନାରେ ରାଜ୍ୟର ୩ ହଜାର ହବିଷ୍ୟାଳି, ଏହି ଯୋଜନାରେ ଲାଭବାନ ହୋଇଛନ୍ତି I ଏ କାର୍ଯ୍ୟରେ ନୀଳାଚଳ ସେବା ପ୍ରତିଷ୍ଠାନ ପରି ସ୍ୱେଚ୍ଛାସେବୀ ସଂଗଠନମାନେ ସାହାଯ୍ୟର ହାତ ବଢ଼ାଇ ସହଯୋଗ ମଧ୍ୟ କରୁଛନ୍ତି I ଏହି କାର୍ତ୍ତିକ ବ୍ରତଧାରୀ ଙ୍କ ଆର୍ଶୀବାଦ ମଧ୍ୟ ନବୀନ ପଟ୍ଟନାୟକଙ୍କ ଉପରେ ରହିଛି I ଯାହା ସୁପର ପାୱାରରେ ପରିଣତ ହୋଇ ତାଙ୍କୁ ଦୀର୍ଘାୟୁ କରିବା ସହିତ ସେ ଯାହା ମୁଣ୍ଡରେ ହାତ ରଖୁଛନ୍ତି ସେ ଉପରକୁ ଉଠୁଛି I ବର୍ତ୍ତମାନ ନବୀନ ପଟ୍ଟନାୟକଙ୍କର ବିଜେଡି ‘ମୋ ସରକାର’ ଏହି ସେବା କାର୍ଯ୍ୟକୁ ତାଙ୍କ ଦଳର ଆଭିମୁଖ୍ୟ ହେବା ପାଇଁ ପ୍ରୟାସ ଜାରି ରଖିଛନ୍ତି I ଗତକାଲି ନବୀନ ପଟ୍ଟନାୟକ ଭିର୍ଣ୍ଣକ୍ଷମ ପିଲାଙ୍କ ମଧ୍ୟରେ ଦୀପାବଳି ପାଳି ଭିର୍ଣ୍ଣକ୍ଷମ ପିଲାଙ୍କ ମୁହଁରେ ହସ ଫୁଟାଇ ଏହି ବାର୍ତ୍ତା ତାଙ୍କ ଦଳର ନେତା ଓ କର୍ମୀ ମାନଙ୍କୁ ଦେବାକୁ ଚାହୁଁଛନ୍ତି ଯେ , ସେବା ହିଁ ଆମ ଦଳର ଆଭିମୁଖ୍ୟ ହେବ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More