କରୋନା ମୁକାବିଲାରେ ନବୀନଙ୍କ ସେନାପତି

0

ଭୁବନେଶ୍ୱର: କରୋନା ମୁକାବିଲାରେ ଓଡ଼ିଶା ଏକ ନମ୍ବର । ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ଚାଲିଛି । ଏହା ସମ୍ଭବ ହୋଇଛି କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ପାଇଁ । ପ୍ରଧାନମନ୍ତ୍ରୀ ଭାରତକୁ ଲକ୍ ଡାଉନ ଘୋଷଣା କରିବାର ବହୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଲକ୍ ଡାଉନ ଘୋଷଣା କରିସାରିଥିଲେ । କରୋନା ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଅନେକେ ପଦକ୍ଷେପ ନିଆଯାଇଛି।ଯେମିତି କି ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କୁ କରୋନା ବିଷୟରେ ସଚେତନ କରାଇବା ପାଇଁ ସ୍ୱତନ୍ତ୍ର ମୁଖପାତ୍ର ନିଯୁକ୍ତି କରାଯାଇଛି । ଯିଏ କି ଚବିଶ ଘଣ୍ଟାରେ ଦୁଇଥର ପ୍ରେସ ମିଟ କରି କରୋନା ସମ୍ବନ୍ଧୀୟ ଟିକ୍ ନିକ୍ ଖବର ଲୋକଙ୍କୁ ଦେଉଛନ୍ତି । ଲୋକସେବା ଭବନରେ କରୋନା ସମ୍ବନ୍ଧୀୟ ଘନ ଘନ ବୈଠକ କରିବା। ସ୍ବାସ୍ଥ୍ୟ,ପରିବହନ ଓ ଯୋଗାଣ ବିଭାଗକୁ ଗୁରୁତ୍ୱ ଦେବା।ଜିଲ୍ଲାସ୍ତରରେ କାର୍ଯ୍ୟକୁ ଭିଡିଓ କନ୍ଫରେନ୍ସିଂଗରେ ତଦାରଖ କରିବା । ପୋଲିସକୁ ଲକ୍ ଡାଉନ କଡାକଡି ପାଳନ କରିବା ପାଇଁ ନିର୍ଦ୍ଦେଶ ଦେବା । ଗରିବଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା।ପ୍ରବାସୀ ଓଡିଆଙ୍କ ସମସ୍ୟା ଦୂର କରିବା।କରୋନାକୁ ନେଇ ଦେଶରେ ପ୍ରଥମ କୋଭିଡ 19 ହଜାରେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରିବା । ବିରୋଧୀଙ୍କ ପରାମର୍ଶକୁ ଗ୍ରହଣ କରିବା । ୨୪ ଘଣ୍ଟିଆ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ଖୋଲିବା । କରୋନା ମୁକାବିଲାକୁ ଓଡ଼ିଶାରେ ଅଧିକ କ୍ରିୟାଶୀଳ କରିପାରିଛି । ଏହା ସହ କେନ୍ଦ୍ର ଗାଇଡ଼ ଲାଇନକୁ ସଠିକ ପରିଚାଳନା କ୍ଷେତ୍ରରେ ମଧ୍ୟ ଓଡ଼ିଶା ଆଗରେ ଅଛି । ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଟିମର ଏପରି ପଦକ୍ଷେପ ପାଇଁ କରୋନା ରାଜ୍ୟରେ ବିଶେଷ ପ୍ରଭାବ ପକାଇ ପାରିନାହିଁ । ଆଉ ଏଥିରେ ନବୀନଙ୍କୁ ସହଯୋଗ କରିଛନ୍ତି ତାଙ୍କର ଘନିଷ୍ଟ ତଥା ଦକ୍ଷ ସହଯୋଗୀ । ଯେଉଁମାନଙ୍କୁ କି ଏବେ ଓଡ଼ିଶାର କରୋନା ଯୋଦ୍ଧା ବୋଲି କୁହାଯାଉଛି।ସେମାନଙ୍କ ମଧ୍ୟରେ ପ୍ରଥମରେ ଅଛନ୍ତି-
୧-ସୁବ୍ରତ ବାଗଚୀ: ଯେ କି ସରକାରଙ୍କ ନିଯୁକ୍ତ କରୋନା ମୁଖ୍ୟ ମୁଖପାତ୍ର । ସବୁଦିନେ ଅତି ସହଜ ଓ ସରଳ ଭାଷାରେ ଲୋକଙ୍କୁ କରୋନା ବାବଦରେ ବୁଝାଉଛନ୍ତି । କେତେବେଳେ ଜଗନ୍ନାଥଙ୍କ ଅଣସର ଘର ସହ ତୁଳନା କରି ଲୋକଙ୍କୁ ବୁଝାଉଛନ୍ତି ତ ଆଉ କେତେବେଳେ ହାତୀ ବୁଡ଼ି ଗଲା ବେଳେ ମେଣ୍ଢା କେତେ ପାଣି ଅଛି ବୋଲି ପଚାରୁଛି । ଭଳି ଲୋକକଥାକୁ ନେଇ ଲୋକଙ୍କୁ ସଚେତନ କରାଉଛନ୍ତି । ଲକ୍ ଡାଉନ ପରିସ୍ଥିତିକୁ ନେଇ ପୁରୁଷମାନେ ନାରୀଙ୍କୁ ରୋଷେଇରେ ସହଯୋଗ କରିବା କଥା କହୁଛନ୍ତି । ଯାହାଙ୍କ ବାକଚତୁରୀ ଓଡ଼ିଆମାନଙ୍କୁ କରୋନା ସଚେତନତା କରାଇବାରେ ବେଶ ସହାୟକ ହେଉଛି ।
୨- ଦ୍ୱିତୀୟରେ 5T ସଚିବ ଭି.କେ ପଣ୍ଡିଆନ l କରୋନା ମୁକବିଲା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ରାଜ୍ୟ ସରକାର ଯେଉଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ତାର ସମ୍ପର୍ଣ୍ଣ ତଦାରଖ କରୁଛନ୍ତି ପଣ୍ଡିଆନ । କେତେବେଳେ ଲୋକସେବା ଭବନରୁ ତ ଆଉ କେତେବେଳେ ଗ୍ରାଉଣ୍ଡ ଜିରୋକୁ ଯାଇ କାର୍ଯ୍ୟର ସମୀକ୍ଷା କରିଛନ୍ତି ସେ । କୋଭିଡ 19 ହସ୍ପିଟାଲର ନିର୍ମାଣ କେତେ ଦୂର ଯାଇଛି ତାହା ସେଠାକୁ ଯାଇ ବୁଝିଛନ୍ତି।ଏବଂ ଚୁକ୍ତିନାମା ଅନୁସାରେ ହେଉଛି କି ନାହିଁ ତାହା ବୁଝୁଛନ୍ତି । ଓଡ଼ିଶାରେ କେମିତି କରୋନାକୁ ମୁକାବିଲା କରି ସ୍ଥିତରେ ସୁଧାର ଅଣାଯିବା ତାକୁ ଗୁରୁତ୍ୱ ଦେଇଛନ୍ତି ପାଣ୍ଡିଆନ ।
୩- ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ସମସ୍ତ ସଚିବ ଓ ଜିଲ୍ଲାପାଳଙ୍କ ସହ ଘନ ଘନ ମିଟିଙ୍ଗ୍ କରି ସମସ୍ତ ସୁବିଧା ସୁଯୋଗ ଲୋକଙ୍କ ପାଖରେ ପହଞ୍ଚିଛି କି ନାହିଁ ତାର ତଦାରଖ କରୁଛନ୍ତି । ଏହାସହ ସାମାଜିକ ଦୂରତାକୁ କିପରି ସମସ୍ତେ ପାଳନ କରିବେ ତାକୁ ସେ ଗୁରୁତ୍ୱ ଦେଇଛନ୍ତି । ପୋଲିସ କିପରି ତାର ସବୁ କାର୍ଯ୍ୟ ସଠିକ ଭାବରେ କରିବେ ସେଥିପାଇଁ ସେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି।କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି ।
୪-ପରବର୍ତ୍ତୀ ଯୋଦ୍ଧା ହେଉଛନ୍ତି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ କର । ସେ ଏହାର ପ୍ରମାଣ ଦେଇସାରିଛ ନ୍ତି। ନିଜ ପିତାଙ୍କ ଦେହାନ୍ତର ପର ଦିନ ନିଜ କାର୍ଯ୍ୟରେ ଯୋଗ ଦେଇ ସେ ସୃଷ୍ଟି କରିଛନ୍ତି ଉଦାହରଣ । ଯାହା କି କରୋନା ମୁକାବିଲା ପାଇଁ ସେ ଜଣେ ସଫଳ ଯୋଦ୍ଧା ତାହାର ପ୍ରମାଣ ଦେଇଛନ୍ତି ସେ l ଏହା ସହ ବାହାରୁ ଆସିଥିବା ଲୋକଙ୍କ ଉପରେ ସେ ପୁରା ନଜର ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି l
୫-ଆଉ ଜଣେ ଯୋଦ୍ଧା ହେଲେ ଡିଏମିଟି ସିବିକେ ମହାନ୍ତି । କରୋନାକୁ ନେଇ ଲୋକଙ୍କୁ ସଚେତନତା କରିବାରେ ମାହିର l ସେ ଗଣମାଧ୍ୟମରେ ଲୋକଙ୍କୁ ସଚେତନ କରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।
୬-ଶେଷ ଯୋଦ୍ଧା ହେଉଛନ୍ତି ନବୀନ ସେନାପତି। ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ପ୍ରତ୍ୟେକ ଦିନ ସେ ଲୋକସେବା ଭବନ ଯାଇ ରାଜ୍ୟସରକାର କରୋନାକୁ ନେଇ ପ୍ରସ୍ତୁତ କରିଥିବା ବ୍ଲୁ ପ୍ରିଣ୍ଟର ମୁଖ୍ୟ ସୂତ୍ରଧର । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ କିପରି ଅଧିକ ସହାୟତା ମିଳିବ ସେଥିପାଇଁ ଚେଷ୍ଟା ଜାରି ରଖିଛନ୍ତି । ସେଥିପ୍ରତି ମୁଖ୍ୟମନ୍ତ୍ରୀଙ୍କ ପରେ ସେ ପ୍ରଥମ ନେତା ଭାବେ ସେ ତିନି ମାସର ଦରମା ଦେଇଥିଲେ । ଏବଂ ବିଧାୟକ ପାଣ୍ଠିରୁ ୩ କୋଟି ଟଙ୍କା ଦେଇଥିଲେ ।
ଏହା ସହ ଓଡ଼ିଶାର ପ୍ରତ୍ୟେକ ମନ୍ତ୍ରୀ ,ସଚିବ ଏବଂ ଜନ ସାଧାରଣ ହେଉଛନ୍ତି ନବୀନଙ୍କ ଜଣେ ଜଣେ କରୋନା ଯୋଦ୍ଧା । ସର୍ବଶେଷରେ ଜଗନ୍ନାଥଙ୍କ ଆଶୀର୍ବାଦରୁ କରୋନା ମୁକାବିଲା ଠିକ୍ ଭାବରେ ଚାଲିଛି ଓଡ଼ିଶାରେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More