ସପିଙ୍ଗ କଲେ ନବୀନ : ୨୫୦ ଟଙ୍କା ଦେଇ କିଣିଲେ ବ୍ୟାଗ

0

ଭୁବନେଶ୍ୱର : ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଥିବା ମିଶନ ଶକ୍ତି ମେଳାକୁ ବହୁ ସଂଖ୍ୟାରେ ଲୋକ ଆକର୍ଷିତ ହେଉଛନ୍ତି । ଏଭଳି ମେଳା ଦେଶରେ ଅଦ୍ୱିତୀୟ ହୋଇଥିଲା ବେଳେ ଏହା ପ୍ରକୃତରେ ମହିଳା ସଶକ୍ତିକରଣ ଓ ଆତ୍ମ ବିଶ୍ୱାସର ଦୃଷ୍ଟାନ୍ତ ସୃଷ୍ଟି କରିଛି । ଏହି ମେଳାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସପିଙ୍ଗ କରିଛନ୍ତି I ମେଳାରେ ମୟୁରଭଞ୍ଜ ଜିଲ୍ଲାର ମହିଳା ଉତ୍ପାଦକ ଗୋଷ୍ଠୀର ଷ୍ଟଲରୁ ଖଜୁରୀ ପତ୍ରରେ ତିଆରି ସପିଙ୍ଗ ବ୍ୟାଗ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ଗୋଷ୍ଠୀର ସମ୍ପାଦିକା କୁନି ମହନ୍ତ ଙ୍କୁ ଏଥିପାଇଁ ୨୫୦ ଟଙ୍କା ଦେଇଥିଲେ I ସେହିପରି ବରମୁଣ୍ଡର ତ୍ରିଶକ୍ତି SHG ର ଷ୍ଟଲ ବୁଲି ଖାଦ୍ୟ ସାମଗ୍ରୀ ଦେଖିଥିଲେ I SHG ଗୁଡିକ ପକ୍ଷରୁ ବିକ୍ରି ହେଉଥିବା ହସ୍ତଶିଳ୍ପ ସାମଗ୍ରୀକୁ ଦେଖି ପ୍ରଶଂସା କରିଥିଲେ I
ଏହି ମେଳାରେ ପ୍ରାୟ ୨୦୦ଟି ଷ୍ଟଲ ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବିକ୍ରି ପାଇଁ ଖୋଲିଥିବା ବେଳେ ମେଳାର ସୌନ୍ଦର୍ଯ୍ୟକରଣ ଏବଂ ଏହାର ପରିବେଶ ବେଶ ଆକର୍ଷଣୀୟ ହୋଇଛି । ରାଜ୍ୟ ସରକାର ରାଜ୍ୟର କୋଣ ଅନୁକୋଣରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ବିକାଶ ପାଇଁ ସକରାତ୍ମକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଏହା ମହିଳାଙ୍କ ଆତ୍ମ ବିଶ୍ୱାସକୁ ବୃଦ୍ଧି କରିବାରେ ସହାୟକ ହୋଇଛି । ୨୦୦୧ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି ଅଭିଯାନ ମହିଳାଙ୍କ ଆର୍ଥିକ ଓ ସାମାଜିକ ବିକାଶ ସହ ସେମାନଙ୍କୁ ଆତ୍ମ-ନିର୍ଭଶୀଳ କରିଛି ।
ମେଳାରେ ଟେରାକୋଟା ସାମଗ୍ରୀ ଠାରୁ ଆରମ୍ଭ କରି ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ବହୁ ସଂଖ୍ୟାରେ ଦର୍ଶକଙ୍କୁ ଆକୃଷ୍ଟ କରୁଛି ।

ପ୍ରଦୁଷଣମୁକ୍ତ ମାଟିର ରୋଷେଇ ସାମଗ୍ରୀ ଏବଂ କାଠ ସାମଗ୍ରୀ ପ୍ରତି ବିଶେଷ ଆକର୍ଷଣ ଦେଖିବାକୁ ମିଳୁଛି । ଗ୍ରାମୀଣ ସ୍ତରରେ ଉତ୍ପାଦିତ ଖାଦ୍ୟଶସ୍ୟ ଯେଭଳିକି ବାଜରା, ମକା ଓ ହଳଦି ହଟକେକ ଭଳି ବିକ୍ରି ହେଉଛି । ଗୋଟିଏ ସ୍ଥାନରେ ଝାଡୁଠାରୁ ଆରମ୍ଭ କରି ଆଚାର, ହଳଦି, ଲଙ୍କାଗୁଣ୍ଡ, ଘରେ ବ୍ୟବହାର୍ଯ୍ୟ ସାମଗ୍ରୀ ଏପରିକି କାଠ ତିଆରି ସୁନ୍ଦର ଓ ମନମୁଗ୍ଧକର ହୋଇଛି । ଯେଉଁଥିପାଇଁ ଏହି ମେଳାକୁ ଦୈନିକ ଦେଖଣାହାରୀ ଓ ଗ୍ରାହକଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ମିଶନ ଶକ୍ତି ମେଳା ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନଙ୍କ କହିବା ଅନୁଯାୟୀ ପ୍ରକୃତପକ୍ଷେ ମହିଳାଙ୍କ ଆର୍ଥିକ ବିକାଶ କରିବାରେ ଏକ ଉଦ୍ୟମ । ଏହି ମେଳା ଆଗାମୀ ଦିନରେ ମହିଳା ସଶକ୍ତିକରଣ ଦିଗରେ ବେଶ ସହାୟକ ହେବେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More