ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ଘୋଷଣ : ଉଠା ଦୋକାନୀଙ୍କୁ ୩୦୦୦ ଓ ଗରିବ ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ

0

ଭୁବନେଶ୍ୱର : ମହାମାରୀ କରୋନା ପ୍ରଭାବରେ ସାରା ରାଜ୍ୟରେ ଲକଡାଉନ ହୋଇଥିବାବେଳେ ଗତକାଲି ରାଜ୍ୟ ସରକାର ୨୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିବା ବେଳେ ଆଜି ଗରିବ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ଆଉ ଏକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗରିବ ଓ ବୁଲା ବିକାଳୀମାନେ ନନା ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି । ତେଣୁ ସେମାନଙ୍କୁ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଷ୍ଟ୍ରିଟ ଭେଣ୍ଡର ବା ବୁଲା ବିକାଳୀଙ୍କୁ ତିନି ହଜାର ଟଙ୍କା ଏବଂ ୧୦ ଲକ୍ଷ ଗରିବ ଓ ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More