ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଙ୍କ ସଂପତ୍ତି ତାଲିକା ପ୍ରକାଶ କରିଛନ୍ତି । ଗତବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସେ ନିଜ ସମ୍ପତ୍ତିର ତାଲିକା ଦେଇଛନ୍ତି । CMO ୱେବ୍ସାଇଟ୍ରେ ତାଙ୍କ ସମ୍ପତ୍ତିର ତାଲିକା ଦିଆଯାଇଛି । ତା’ସହିତ ଅନ୍ୟ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ମଧ୍ୟ ସ୍ଥାନିତ ହୋଇଛି । ନୂଆଦିଲ୍ଲୀ ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଜନପଥ ଶାଖାରେ ୧୬ ଲକ୍ଷ ୭୬ ହଜାର ୧୮ ଟଙ୍କା ଜମା ରହିଛି । ନୂଆଦିଲ୍ଲୀ ବ୍ୟାଙ୍କ ଅଫ୍ ଇଣ୍ଡିଆ ଜନପଥ ଶାଖାରେ ସ୍ଥାୟୀ ଜମା ୧ କୋଟି ୩ ଲକ୍ଷ ୧୩ ହଜାର ୪୯୯ ଟଙ୍କା ରହିଛି। ସଂସଦ ଭବନ ଏସ୍ବିଆଇ ଶାଖାରେ ଜମା ୧ ହଜାର ୮୧୮ ଟଙ୍କା ରହିଛି ।
ସେହିପରି ଗଞ୍ଜାମ ହିଞ୍ଜିଳିକାଟୁ ଏସ୍ବିଆଇ ଶାଖାରେ ୨୦ ହଜାର ୫୬୬ ଟଙ୍କା ଜମା ରହିଛି । ବରଗଡ଼ ପଦ୍ମପୁର ଏସ୍ବିଆଇ ଶାଖାରେ ୩୭ ହଜାର ୨୨୩ ଟଙ୍କା ଜମା ରହିଛି । ୨ ଲକ୍ଷ ୮୯ ହଜାର ଟଙ୍କା ମୂଲ୍ୟର ସୁନାଗହଣା ରହିଛି । ଫରିଦାବାଦରେ ଫାର୍ମ ଓ ବିଲ୍ଡିଂର ମୂଲ୍ୟ ୧୦ କୋଟି ୭୫ ଲକ୍ଷ ୫୧ ହଜାର ଟଙ୍କା ରହିଛି। ନବୀନ ନିବାସର ସଂପତ୍ତି ସେୟାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ଟଙ୍କା ରହିଛି । ନୂଆଦିଲ୍ଲୀ ସ୍ଥିତ କାଲାମ ରୋଡ୍ ସଂପତ୍ତିର ସେୟାର ମୂଲ୍ୟ ୪୩ କୋଟି ୩୬ ଲକ୍ଷ ୧୮ ହଜାର ଟଙ୍କା ରହିଛି । ଫରିଦାବାଦରେ ସଂପତ୍ତି କ୍ରୟ ପାଇଁ ଅଗ୍ରିମ ୧ କୋଟି ୨୫ ଲକ୍ଷ ଟଙ୍କା ରହିଛି ।