ଶୀତ ଅଧିବେସନ ପରେ ନବୀନ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ

0

ଭୁବନେଶ୍ୱର : ବିଧାନସଭାର ଶୀତକାଳୀନ ଅଧିବେଶନ ଶେଷ ହେବା ପରେ ନବୀନ ତାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ I ଖାଲି ପଡିଥିବା ଗୋଟିଏ ମନ୍ତ୍ରୀ ପଦ ପୁରଣ କରିବା ସହ କିଛି ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ କରିବେ ଓ କିଛି ମନ୍ତ୍ରୀ ମଣ୍ଡଳରୁ ବାଦ ପଡିବା ନେଇ ଚର୍ଚ୍ଚା ହେଉଛି I ଏବେ ନଵୀନଙ୍କର ଗୋଟିଏ ମନ୍ତ୍ରୀ ପଦ ଖାଲି ରହିଛି I ସେହି ମନ୍ତ୍ରୀ ପଦ ପାଇଁ ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବେଶ ଲମ୍ବା I ବିଶେଷ କରି ସୌମ୍ୟରଞ୍ଜନ ପଟ୍ଟନାୟକ , ପ୍ରତାପ ଦେବ , ଅତନୁ ସବ୍ୟସାଚୀ ନାୟକ , ସ୍ନେହାଗ୍ନି ଛୁରିଆ ଓ ରିତା ସାହୁ ମନ୍ତ୍ରୀ ହେବା ପାଇଁ ଲବିରେ ଆଗରେ ଅଛନ୍ତି I ତେବେ ପଶ୍ଚିମ ଓଡିଶାରୁ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ବେଳେ ପଶ୍ଚିମ ଓଡିଶାକୁ ନବୀନ ଗୁରୁତ୍ୱ ଦେବେ ବୋଲି ବିଶେଷ ସୂତ୍ରରୁ ଜାଣିବାକୁ ମିଳୁଛି I ତେବେ ନବୀନ କାହାକୁ ମନ୍ତ୍ରୀ କରୁଛନ୍ତି ଏବେ ତାହା ଉପରେ ସଭିଙ୍କ ନଜର I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More