ମୁସଲିମ ମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଓ ଦମନ ଲୀଳା : ସମଗ୍ର ବିଶ୍ୱ ଜାଣିଥିଲେ ମଧ୍ୟ ନିରବ ଦ୍ରଷ୍ଟା ହୋଇ ରହିଛି I ପାକିସ୍ତାନର ଇମ୍ରାନ ଖାଁ ସରକାର ସବୁ ଜାଣି ଆଖିରେ ଅନ୍ଧପୁଟୁଳି ବାନ୍ଧିଛନ୍ତି I

0

ଭୁବନେଶ୍ୱର : ଚୀନ ର ଉଇଘର ଅଂଚଳରେ ବସବାସ କରୁଥିବା ମୁସଲିମ ମାନଙ୍କୁ ଚୀନର ସରକାର ବନ୍ଦୀ କରି ରଖିଥିବା ଓ ଚଳାଇଥିବା ଦମନ ଲୀଳା ଘଟଣାରେ ଆଜିପର୍ଯ୍ୟନ୍ତ କେହିବି ପାଟି ଫିଟାଇବାକୁ ସାହସ ଯୁଟାଇ ପାରୁନାହାନ୍ତି I ଦୀର୍ଘ ବର୍ଷ ଧରି ଚୀନ ଉଇଘର ଅଂଚଳରେ ବସବାସ କରୁଥିବା ୧ କୋଟିରୁ ଅଧିକ ମୁସଲିମଙ୍କୁ ନିର୍ଯ୍ୟାତନା ପରେ ନିର୍ଯ୍ୟାତନା ଦେଇଚାଲିଛି I ଏବେ ପ୍ରାୟ ୧୧ ଲକ୍ଷ ମୁସଲିମଙ୍କୁ ବେଆଇନ ଭାବେ ଅଟକ ରଖାଯାଇଛି I ସେମାନଙ୍କ ଉପରେ ଚୀନ ସରକାର ଆଖିବୁଜା ଅତ୍ୟାଚାର କରୁଥିଲେ ମଧ୍ୟ ମାନବିକ ଅଧିକାର ଉଲଂଘନ ମାମଲାକୁ ଚପାଇ ଦେବାରେ ଚୀନ ସଫଳ ହୋଇଛି I ଜାତିସଂଘ ଏ କ୍ଷେତ୍ରରେ ନିରବ ଦ୍ରଷ୍ଟା ସାଜିଛି ବୋଲି ବିଶ୍ୱ ମାନବାଧିକାର ସଂଗଠନ ମାନେ ମତ ପୋଷଣ କରିଛନ୍ତି I ଉଇଘର ଅଂଚଳରେ ରହୁଥିବା ଲକ୍ଷାଧିକ ମୁସଲିମ ଙ୍କ ବିରୁଦ୍ଧରେ ଚୀନ ସରକାର ଚଳାଇଥିବା ଷଡଯନ୍ତ୍ର ଓ ଆଭ୍ୟନ୍ତରୀଣ ଦମନ ନୀତିର ପରଦାଫାର୍ସ ହେବା ପରେ ଏହାକୁ ନେଇ ବିଭିର୍ନ ଦେଶରେ ଉଦବେଗ ପ୍ରକାଶ ପାଇଛି I ଦୀର୍ଘ ବର୍ଷ ଧରି ବେଜିଙ୍ଗ ଉଇଘର ଅଂଚଳରେ ରହୁଥିବା ମୁସଲିମ ଙ୍କୁ ସମୂହ ବନ୍ଦୀ ଅବସ୍ଥାରେ ରଖିବା ସହିତ ସେମାନଙ୍କ ଆଖିରେ କଳାପଟି ବାନ୍ଧି ଦିଆଯାଇଛି I ମୁସଲିମ ମାନେ ଚୀନରେ ଆତଙ୍କବାଦୀ କାର୍ଯ୍ୟକଳାପ ଓ ଚୀନ ବିରୋଧୀ ଗତିବିଧିର ଜଡିତ ରହୁଥିବା ସନ୍ଦେହ କରି ଚୀନ ସରକାର ୨୦୧୭ ରୁ ସେମାନଙ୍କୁ ବନ୍ଦୀ କରି ରଖିଛି ବୋଲି ସଫେଇ ଦେଉଛି I ସେମାନଙ୍କୁ ଅଟକାଇ ନିର୍ମମ ଓ ନିର୍ଦୟ ଭାବେ ବନ୍ଦୀ ଅବସ୍ଥାରେ ରଖାଯାଇଛି I ଖାଇବାକୁ ପେଟପୁରା ଦିଆଯାଉନାହିଁ I ମୁସଲିମ ମାନଙ୍କୁ ବାହାରକୁ ଛଡା ଯାଉନାହିଁ କିମ୍ବା ବାହାରଲୋକଙ୍କ ସହିତ ସେମାନଙ୍କୁ ମିଶିବାକୁ ଦିଆଯାଉନାହିଁ I ଏହା ଫଳରେ ଅଟକଥିବା ମୁସଲିମ ଛାତ୍ର ଓ ଯୁବ ବର୍ଗଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି I ଚୀନରେ ମୁସଲିମ ମାନଙ୍କର ଏପରି ଅବସ୍ଥାରେ ଥିଲାବେଳେ ପାକିସ୍ତାନରେ ଇମ୍ରାନ ଖାଁ ସରକାର ଜାମ୍ମୁ କାଶ୍ମୀରରେ ମାବାଧିକାର କ୍ଷୁର୍ଣ୍ଣ ହେଉଥିବା ବିଷୟ ବିଶ୍ୱ ଦରବାର ଆଗରେ ଉପସ୍ଥାପନ କରିବା ଏକ ହାସ୍ୟସ୍ପଦ କଥା ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More