ତାଲିବାନ : ଆଫଗାନିସ୍ତାନରେ ଆଜି ଘୋଷଣା ହୋଇପାରେ ନୂତନ ମନ୍ତ୍ରୀ ପରିଷଦ I ତାଲିବାନର ‘ଶୁରା’ କାଉନ୍ସିଲ ଦେଶରେ ଶାସନ କରିବ ବୋଲି ଆଜି ସ୍ପଷ୍ଟ କରାଯିବା ପରେ ପୂର୍ବ ତାଲିବାନ ସରକାର ଭଳି ଏହି ସରକାରର ଆଭିମୁଖ୍ୟ ମଧ୍ୟ ଅତି କଠୋର ହେବ ବୋଲି କୁହାଯାଉଛିଜଣାପଡିଛି । ବିଶେଷ ସୂତ୍ରରୁ ପ୍ରକାଶ ଯେ କତାରର ରାଜଧାନୀ ଦୋହାରେ ତାଲିବାନର ରାଜନୈତିକ କାର୍ଯ୍ୟାଳୟର ଅଧ୍ୟକ୍ଷ ମୁଲ୍ଲା ଅବଦୁଲ ଘାନି ବାରାଦର ତାଲିବାନ ସରକାରର ମୁଖ୍ୟ ହୋଇପାରନ୍ତି । ତାଲିବାନର ଧାର୍ମିକ ପରିଷଦ ‘ଶୁରା’ ସମସ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ନେବ ଏବଂ ନୂଆ ପରିଷଦରେ ମହିଳାଙ୍କୁ ସାମିଲ କରାଯିବ ନାହିଁ । ତାଲିବାନର ସୂଚନା ଓ ସାଂସ୍କୃତିକ ଆୟୋଗର ଜଣେ ବରିଷ୍ଠ ଅଧିକାରୀ ମୁଫତି ଇନାମୁଲ୍ଲା ସାମଙ୍ଗାନି କହିଛନ୍ତି ଯେ ନୂତନ ସରକାରଙ୍କ ଉପରେ ପରାମର୍ଶ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି ଏବଂ କ୍ୟାବିନେଟ ସମ୍ପର୍କରେ ମଧ୍ୟ ଆବଶ୍ୟକ ଆଲୋଚନା ହୋଇଛି ।